ତେଜିଲା ଅସନ୍ତୋଷ, ହେବ ଆଉ ଏକ ବିଦ୍ରୋହ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ନୁହେଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗୁରୁବାର ରାଜ୍ୟ ସଭାରେ କହିବା ପରେ ଓଡ଼ିଶାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା ସାଢେ ୪କୋଟି ଓଡ଼ିଶାବାସୀଙ୍କ ଭାବାବେଗକୁ ଆଘାତ ଦେଇଥିବା ନିଖିଳ ଓଡ଼ିଶା ପାଇକ ମହାସଂଘ କହିବା ସହ ସରକାରଙ୍କ ବିରୋଧରେ ଆଉ ଏକ ପାଇକ ବିଦ୍ରୋହ ହେବ ବୋଲି ଚେତାବନୀ ଦେଇଛନ୍ତି। ଏପଟେ ଉତ୍କଳ ସମ୍ମିଳନୀ ମଧ୍ୟ ତୀବ୍ର ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛି।
ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କ୍ଷୋଭ ପ୍ରକାଶ କରି କହିଛନ୍ତି, ୧୮୧୭ ମସିହାରେ ଇଂରେଜ ସରକାରଙ୍କ ବିରୋଧରେ ନିଜ ମାଟି ମାଆର ସୁରକ୍ଷା ପାଇଁ ଖୋର୍ଦ୍ଧା ମାଟିରୁ ପାଇକମାନେ ବିଦ୍ରୋହ ଆରମ୍ଭ କରିଥିଲେ। ଏହି ଐତିହାସିକ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଭାରତବର୍ଷର ସର୍ବପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି କହିଥିଲେ। ଏପରିକି କେନ୍ଦ୍ର ବଜେଟରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଥିଲା। ପାଇକ ମହାସଂଘର ଦାବି ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ବକ୍ସି ଜଗବନ୍ଧୁ’ ପାଇକ ଚେୟାର ପ୍ରତିଷ୍ଠା କରାଯାଇ ଏହା ଉପରେ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା। ୨୦୧୯ରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆଗମନ ସମୟରେ ପାଇକ ବିଦ୍ରୋହରେ ସାମିଲ ହେବା ସହ ଶହୀଦ ହୋଇଥିବା ପାଇକ ପରିବାରର ଦାୟାଦମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଇତିହାସକୁ ପୁନରୁଦ୍ଧାର କରାଯାଇ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ପାଠ୍ୟପୁସ୍ତକରେ ସ୍ଥାନ ପାଇବ ଏବଂ ଆଗାମୀ ପିଢି ପାଇଁ ଏହା ଏକ ବାର୍ତ୍ତା ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ମାତ୍ର ଏତେସବୁ ପରେ କେନ୍ଦ୍ର ସରକାର ନିଜର ପ୍ରତିଶ୍ରୁତି ଭୁଲି ପାଇକ ବିଦ୍ରୋହକୁ ଅଣଦେଖା କରିଛନ୍ତି। କେନ୍ଦ୍ରର ହୀନ ରାଜନୈତିକ ମନୋଭାବ, ଫମ୍ପା ପ୍ରତିଶ୍ରୁତି, ମିଥ୍ୟା ବାର୍ତ୍ତା ମାଧ୍ୟମରେ ‘ପାଇକ ବିଦ୍ରୋହ’କୁ ପଦଦଳିତ କରି ପାଇକମାନଙ୍କୁ ଉପହାସ କରାଯାଇଛି। କେନ୍ଦ୍ର ସରକାର ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଘୋଷଣା କରି ପାଠ୍ୟପୁସ୍ତକରେ ସ୍ଥାନ ଦିଅନ୍ତୁ। ନଚେତ୍‌ ରଣରଙ୍କା ପାଇକମାନଙ୍କର ଢାଲ ଓ ତରବାରି ପୁଣି ଗର୍ଜି ଉଠିବ। ନିଜର ହକ୍‌ ପାଇଁ ସେମାନେ ରାଜରାସ୍ତାକୁ ବାହାରିବେ। କେନ୍ଦ୍ର ସରକାରଙ୍କ କୁତ୍ସିତ ରାଜନୀତି ଓ ଓଡ଼ିଶା ସରକାରଙ୍କ ଅପାରଙ୍ଗମତା ବିରୋଧରେ ଆଉଏକ ‘ପାଇକ ବିଦ୍ରୋହ’ ଆରମ୍ଭ ହେବ ବୋଲି ସଭାପତି ପାଲଟାସିଂହ କହିଛନ୍ତି।
ସେହିପରି ଉତ୍କଳ ସମ୍ମିଳନୀର ମଞ୍ଚେଶ୍ୱର ଶାଖା ସଭାପତି ଦିଲୀପ ଦାଶଶର୍ମା କହିଛନ୍ତି, କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ନିନ୍ଦନୀୟ। କେଉଁ ଆଧାରରେ ଇଣ୍ଡିଆନ କାଉନ୍‌ସିଲ୍‌ ଅଫ୍‌ ହିଷ୍ଟୋରିକାଲ ରିସର୍ଚ୍ଚ (ଆଇସିଏଚ୍‌ଆର୍‌)ର ତଥ୍ୟକୁ ଆଧାର କରି କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି ଏବଂ କାହାକୁ ମାନ୍ୟତା ଦିଆଯାଇ ପାରିବ ତାହା ସ୍ପଷ୍ଟ କରନ୍ତୁ ବୋଲି ଦାଶଶର୍ମା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?