ଡରାଉଛି ସମ୍ଭାବ୍ୟ ବାତ୍ୟା

କେନ୍ଦ୍ରାପଡ଼ା ଅଫିସ,୪।୧୨: ସମ୍ଭାବ୍ୟ ବାତ୍ୟା ଜଓ୍ବାଦ ଶନିବାରରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇବ। ପାଣିପାଗ ବିଶେଷଜ୍ଞ ଓ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଏପରି ସୂଚନା ପରେ ଜିଲାବାସୀ ସମ୍ଭାବ୍ୟ ଜଓ୍ବାଦକୁ ନେଇ ଆତଙ୍କିତ ହୋଇଛନ୍ତି। ଖରିଫ ଫସଲ ଅମଳ ହୋଇ ନ ଥିବା ସମୟରେ ଏହି ଝଡ଼ ଆର୍ଥିକ ପରିସ୍ଥିତିକୁ ଆହୁରି ଦୁର୍ବଳ କରିବ ବୋଲି ଆକଳନ କରୁଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦେଖି ଜିଲାର ୩୪୦୪ ବୋଟ ଓ ଟ୍ରଲର ତଟ ଅଞ୍ଚଳରେ ପହଞ୍ଚତ୍ଛନ୍ତି। ଅପରପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ପ୍ରତି ପଞ୍ଚାୟତରେ ସଚେତନତା ସୃଷ୍ଟି ସହ ଶୂନ୍ୟ ମରଣ ଯୋଜନାକୁ କାର୍ଯ୍ୟକାରୀ ପାଇଁ ଶନିବାରରୁ ଉପାନ୍ତ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଓ ଥଇଥାନ କରାଯିବ ବୋଲି ପ୍ରସ୍ତୁତିରେ ଅଛନ୍ତି।
ସମ୍ଭାବ୍ୟ ବାତ୍ୟା ଜଓ୍ବାଦକୁ ନେଇ ମହାକାଳପଡ଼ାର ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ଲଗାଣ ବର୍ଷା ଓ ପବନ ଜିଲାର ଆର୍ଥିକ ମେରୁଦଣ୍ଡ ଉପରେ ପାହାର ଦେବ। କ୍ଷେତରେ ଏବେ ଖରିଫ ଧାନ ଅମଳକୁ ଅପେକ୍ଷା କରିଛି। ସେହିପରି ଶୀତଦିନିଆ ପରିବା ସହ ଅନ୍ୟ ଫସଲର ଚାଷ ଆରମ୍ଭ ହୋଇଛି। ଗତ ୟାସ୍‌ ବାତ୍ୟା ଖରିଫ ଧାନ ଫସଲ ଆରମ୍ଭରେ ହୋଇଥିବାରୁ ଚାଷୀ ପ୍ରଭାବିତ ହୋଇଥିଲେ। ଅମଳ ସମୟରେ ସମ୍ଭାବ୍ୟ ବାତ୍ୟା ଚାଷୀଙ୍କ ଋଣ ଶୁଝିବା ଚିନ୍ତାର କାରଣ ହେବ। ରାଜନଗର ବ୍ଲକ ଡାଙ୍ଗମାଳର ଶ୍ରୀକାନ୍ତ ଦାସ କହିଛନ୍ତି, ସମୁଦ୍ର ତଟ ଅଞ୍ଚଳରେ ଥିବା ରାଜନଗର ଓ ମହାକାଳପଡ଼ାବାସୀ ଏଥିରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବେ। ଏହି ସମ୍ଭାବ୍ୟ ବାତ୍ୟା ସମୟରେ ଅମାବାସ୍ୟା ତିଥି ରହିଥିବାରୁ ଜୁଆର ଅଧିକ ଉଚ୍ଚ ରହିବା ସମ୍ଭାବନା ଅଛି। ତଟ ବନ୍ଧଗୁଡିକ ଅନୂ୍ୟନ ୩ ମିଟର ପର୍ଯ୍ୟନ୍ତ ଜୁଆର ମାଡରୁ ରକ୍ଷା କରିପାରୁଛି। ଏହାଠୁ ଅଧିକ ଉଚ୍ଚରେ ଜୁଆର ଆସିଲେ ତଟ ଅଞ୍ଚଳ ସହ ଭିତରକନିକାର ବନ୍ୟ ଓ ସାମୁଦ୍ରିକ ପ୍ରାଣୀ ଉପରେ ବିପଦ ସୃଷ୍ଟି ହେବା ସମ୍ଭାବନା ଅଛି। ବାତ୍ୟା ପରବର୍ତ୍ତୀ ସମୟରେ ରାସ୍ତାଘାଟଠାରୁ ଆରମ୍ଭ କରି ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଆଦି ଅତ୍ୟାବଶ୍ୟକ ସେବା ମିଳିବା କଷ୍ଟ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ କାର୍ଯ୍ୟ କରିବା ଆବଶ୍ୟକ। ମହାକାଳପଡ଼ାର ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ବାତ୍ୟାର ଅଧିକ ପ୍ରଭାବ ଜିଲାରେ ପଡ଼ିଲେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବ। ବୃଦ୍ଧା, ବୃଦ୍ଧ ଓ ପ୍ରସୂତିଙ୍କୁ ତୁରନ୍ତ ଚିହ୍ନଟ କରି ସ୍ଥାନାନ୍ତର କରିବା କଥା। ସେହିପରି ଜିଲାର ୨୦ ଆଲର୍ଟ ସେଣ୍ଟରରୁ ମାତ୍ର ୧୧ଟି ଏବେ କାର୍ଯ୍ୟକ୍ଷମ ଅଛି। ଅବଶିଷ୍ଟ ସଜାଡ଼ିବାକୁ ଜିଲା ପ୍ରଶାସନକୁ ବାରମ୍ବାର ଜଣାଇଲେ ମଧ୍ୟ ଏହାର ସୁଫଳ ମିଳୁନାହିଁ। ବାତ୍ୟା ସମ୍ପର୍କରେ ଜିଲା ଜରୁରିକାଳୀନ ଅଧିକାରୀ ହେମଲତା ବାହାଲିଆ କହିଛନ୍ତି, ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଜିଲାକୁ ୩ଟି ଓଡ୍ରାଫ ଟିମ୍‌, ୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଆସିବା ସହ ୧୪ଟି ଅଗ୍ନିଶମ ବାହିନୀ ଟିମ୍‌ ସଜାଗ ଅଛନ୍ତି। ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହାକୁ ପ୍ରଶାସନିକ ଅଧିକାରୀମାନେ ତଦାରଖ କରୁଛନ୍ତି। ୪ ତାରିଖ ପୂର୍ବାହ୍ନରୁ ଚିହ୍ନଟ ଗ୍ରାମରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ। ବାତ୍ୟା ଆଶ୍ରୟସ୍ଥଳକୁ ବାସ ଉପଯୋଗୀ କରାଯାଇଛି। ମୋଟ ୧୬୫ଟି ଆଲାସ୍କା ଲାଇଟ ସଂରକ୍ଷିତ ରହିଛି। ବାତ୍ୟା ଓ ପରବର୍ତ୍ତୀ ସମୟ ପାଇଁ ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟକୁ ସଜାଗ କରାଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri