ଆଣ୍ଟାର୍କଟିକା ଯିବେ ରାଉରକେଲା ଝିଅ ନିବେଦିତା

ରାଉରକେଲା ଅଫିସ,୪।୧୨: ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା ପାଇଁ ଆଣ୍ଟାର୍କଟିକା ଯିବେ ରାଉରକେଲା ଝିଅ ନିବେଦିତା ବିଶ୍ୱାଳ। ଗ୍ଲେସିୟର ତରଳିବା ବିଶ୍ୱବାସୀଙ୍କ ପାଇଁ କେତେ ବିପଦପୂର୍ଣ୍ଣ ତାହା ଉପରେ ପ୍ରଶିକ୍ଷଣ ନେବା ସହ ସେଠାକାର ଜୀବଜନ୍ତୁ ଓ ପରିବେଶ ଉପରେ ସେ ଗବେଷଣା କରିବେ। ରାଉରକେଲା ଶକ୍ତି ନଗରର ବ୍ରଜସୁନ୍ଦର ବିଶ୍ୱାଳ ଓ କବିତାଙ୍କ ଝିଅ ନିବେଦିତା ଏହି ସଫଳତା ହାସଲ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଚାଲିଛି। ନିବେଦିତା ରାଉରକେଲା କାର୍ମେଲ ସ୍କୁଲରୁ ପାଠପଢ଼ା ଆରମ୍ଭ କରି ଭୁବନେଶ୍ୱରରେ ବିଟେକ୍‌ ଓ ରାଉରକେଲା ଏନ୍‌ଆଇଟିରୁ ଏମ୍‌ବିଏ ସାରି ସମ୍ବଲପୁର ଏମ୍‌ସିଏଲ୍‌ରେ କାମ କରୁଛନ୍ତି। ଚାକିରି କରୁଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା କରିବା ତାଙ୍କର ଲକ୍ଷ୍ୟ ଥିଲା ବୋଲି ସେ କହିଛନ୍ତି। ଏହି ପ୍ରକ୍ରିୟା ପାଇଁ ସାରା ବିଶ୍ୱରୁ ୯୦ ଜଣଙ୍କୁ ଚୟନ କରାଯାଇଛି। ଯେଉଁଥିରେ ଏକମାତ୍ର ଭାରତୀୟ ଭାବେ ନିବେଦିତା ଅଂଶଗ୍ରହଣ କରିବେ। ଏଥିପାଇଁ ୬୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ତେଣୁ ସହାୟତା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ବିଟ ଯୋଗେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ମିଥ୍ୟା ବିଲ୍‌, ଦେଢ଼ମାସ ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି

ବୋଲଗଡ଼,୭ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଏକ ରାସ୍ତା କାମରେ ମିଥ୍ୟା ବିଲ୍‌ କରି ଅର୍ଥ ତୋସରପାତ କରାଯାଇଥିବା ନେଇ ନାରାୟଣୀପଡ଼ା...

କେନ୍ଦ୍ର ଯୋଜନାର ସୁଫଳ ପାଉନାହାନ୍ତି ରାଜ୍ୟବାସୀ

ପୁରୀ ଅଫିସ,୧୪ା୯: ଭାଜପାର ୩ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ବଳିଆପଣ୍ଡାସ୍ଥିତ ଏକ ହୋଟେଲ ପରିସରରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଏହି ପ୍ରଶିକ୍ଷଣ ଶିବିରକୁ ରାଜ୍ୟ ସଭାପତି...

‘ବବି, ପାଣ୍ଡିଆନ୍‌ ନବୀନଙ୍କ ଆଖି’

ଭୁବନେଶ୍ୱର,୧୧ା୮(ପି.ଟି.):ଶାସକମାନେ ଜଣେ ନିର୍ଦ୍ଦିଷ୍ଟ ଅମଲାତନ୍ତ୍ରୀ କିମ୍ବା ରାଜନେତାଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ନ ହୋଇ ସୂଚନାର ବିକଳ୍ପ ଉତ୍ସ ବାହାର କରିବା ଉଚିତ ବୋଲି ବିଜୁ...

ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ, ୧ ଲକ୍ଷ ଜରିମାନା

ଫୁଲବାଣୀ ଅଫିସ, ୨୬ା୧୨:ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୪ବର୍ଷ...

ଶ୍ରୀମନ୍ଦିରର ଡ୍ରୋନ୍‌ ଭିଡିଓ ଭାଇରାଲ

ପୁରୀ ଅଫିସ,୪।୧୨: ଶ୍ରୀମନ୍ଦିରର ଭିଡିଓ ପୁଣିଥରେ ଭାଇରାଲ ହୋଇଛି। ଏଥର କିନ୍ତୁ ଭିଡିଓଟି ମନ୍ଦିର ଭିତରର ହୋଇ ନ ଥିବାବେଳେ ସମ୍ପୂର୍ଣ୍ଣ ମନ୍ଦିରର ଚିତ୍ର ଆକାଶରୁ...

ଭୟଙ୍କର ଅଗ୍ନିକାଣ୍ଡ: ୧୪ ପରିବାରର ୪୨ ବଖରା ଘର ପୋଡ଼ି ପାଉଁଶ

ସୋରଡା,୧୦।୧: ଗଞ୍ଜାମ ଜିଲା ସୋରଡା ବ୍ଲକ ଆସିକା ଜାତୀୟ ରାଜପଥ ୫୯ ରାସ୍ତା ପାର୍ଶ୍ୱ ସୁରମଣି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ...

ଭୂମିହୀନ ପରିବାରକେ ଭେଟ୍‌ଲେ ଜିଲାପାଳ

ଘଣ୍ଟାପଡା, ୬ା୧୨ (ଡି.ଏନ.ଏ.)- ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ସୋମବାର କଣ୍ଟାମାଲ ବ୍ଲକ ପରିଦରଶନରେ ଆସି ଆମ୍ବଗଁା ପଁଚେତ୍‌ ଦେଢ଼େଣମାଲ ଗଁାର ନିହାତି ଗରିବ୍‌ ଭୂମିହୀନ...

ଡାବୁଗାଁରେ ବନ୍ଦର ପ୍ରଭାବ: ଗାଡ଼ି ଚାଳଚଳ ବନ୍ଦ

୧୫।୨ (ଡି.ଏନ୍‌.ଏ.): ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ମଧ୍ୟ...

Advertisement
Archives

Model This Week