ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ
ଭୁବନେଶ୍ୱର, ୨।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ସକାଳ ୯ଟା ୩୦ରୁ ଛାତ୍ରୀଛାତ୍ର ଲ୍ୟାବ ମଧ୍ୟକୁ ପ୍ରବେଶ କରିଥିଲେ। ପ୍ରଥମ ସିଟିଂ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏବଂ…
ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ
ବଲାଙ୍ଗୀର ଅଫିସ,୨ା୨: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ବେଲପଡ଼ା ପୋଲିସ ବୁଧବାର ରାତିରେ ଗିରଫ କରିଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ ଥିବା ଆଲିସାନ ସିନେମା ହଲର ମାଲିକଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।…
ଫାଇଲ ଭିତରେ ଚପିଯାଇଛି ମୌଳିକ ଦାବି
ବେଗୁନିଆ,୨।୨(ଡି.ଏନ୍.ଏ.): ସରକାରୀ ଯୋଜନାକୁ ଲୋକାଭିମୁଖୀ କରିବା ସହ ସାଧାରଣ ଲୋକଙ୍କ ବିକାଶଧାରାକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ମହତ୍ ଉଦ୍ଦେଶ୍ୟଟି ସାଧିତ ହୋଇପାରୁ ନାହିଁ। ଲୋକଙ୍କ ମୌଳିକ ଆବଶ୍ୟକତାକୁ ଏଠି ଅଣଦେଖା କରାଯାଉଛି। ଖୋର୍ଦ୍ଧା ଜିଲା ବେଗୁନିଆବାସୀଙ୍କ ପକ୍ଷରୁ ବିଗତ…
ପାରାଦୀପରେ ପ୍ରଦୂଷଣ, ଗଛ ବଞ୍ଚିବା ପାଇଁ ସଂଘର୍ଷ କରୁଛି
ପାରାଦୀପ,୨ା୨(ସ୍ବ.ପ୍ର.): ବନ୍ଦର ଭିତ୍ତିକ ଶିଳ୍ପ ସହର ପାରାଦୀପ। ଏଠାରେ ପ୍ରଦୂଷଣ ଯୋଗୁ ଗଛ ଉପରେ କଳା ଓ ରଙ୍ଗର ଆସ୍ତରଣ ଜମି ରହୁଛି। ଫଳରେ ଗଛ ବଞ୍ଚିବା ପାଇଁ ଏବେ ସଂଘର୍ଷ କରୁଛି। ଦେଶର ଯେଉଁ ୮୮ ସହର ଅତ୍ୟଧିକ ପ୍ରଦୂଷିତ…
ସଜେଇ ହେଉଛି ମହିମାପୀଠ
ଢେଙ୍କାନାଳ ଅଫିସ,୨ା୨: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଆସନ୍ତା ୪ ତାରିଖରୁ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମେଳା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ବାହାର ରାଜ୍ୟରୁ…
ମଣ୍ଡିରେ ଧାନ ଜଗିଛନ୍ତି ମହିଳା
ଭଣ୍ଡାରିପୋଖରୀ,୨ା୨(ସ୍ବ.ପ୍ର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ୮ଟି ସମିତି ଓ ୮ ଏସଏଚ୍ଜିକୁ ପ୍ରଶାସନ ଦାୟିତ୍ୱ ଦେଇଛି। ମଣ୍ଡି ଉଦ୍ଘାଟନ ହେବାର ଇତିମଧ୍ୟରେ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନିର୍ଦ୍ଧାରିତ…
ସଡ଼କ ଦୁର୍ଘଟଣା: ୨୦୨୨ରେ ୯.୦୯% ବଢ଼ିଛି ମୃତ୍ୟୁ
ଭୁବନେଶ୍ୱର,୨ା୨(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଚିନ୍ତାଜନକ ରହିଛି। ଏହାକୁ ଦୃଷ୍ଟିରେ ରଖି ଏନ୍ଫୋର୍ସମେଣ୍ଟ କଡ଼ାକଡ଼ି କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ପ୍ରତି ମଙ୍ଗଳବାରକୁ ଜିରୋ ଟଲରାନ୍ସ ଡେ’ ଭାବେ ପାଳନ କରାଯିବ। ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ…
ରୁଚିକୁ ଗୁରୁତ୍ୱ ଦେଲେ ଲୋକେ ଖବରକାଗଜ ପଢ଼ିବେ: ତଥାଗତ
ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨ା୨: ରାୟଗଡ଼ା ପ୍ରେସ୍ ୟୁନିୟନର ୭ମ ବାର୍ଷିକ ଉତ୍ସବ ବୁଧବାର ସ୍ଥାନୀୟ ତେଜସ୍ବୀ ଇଣ୍ଟରନ୍ୟାଶନାଲ ହୋଟେଲଠାରେ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ ଗଣମାଧ୍ୟମରେ ପୋଷ୍ଟମର୍ଟମ ରିପୋର୍ଟର ନ…
‘ଆୟୁଷ୍ମାନ ଭାରତ’ ଯୋଜନାକୁ ନେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ’
ଭୁବନେଶ୍ୱର,୧ା୨(ବ୍ୟୁରୋ): ୨୦୨୩-୨୪ରେ କେନ୍ଦ୍ର ସରକାର ଆଣିଥିବା ବଜେଟକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର କିଛି କ୍ଷେତ୍ରରେ ଆଣିଥିବା ପଦକ୍ଷେପ ବେଶ୍ ପ୍ରଶଂସାଯୋଗ୍ୟ। ଆଉ କିଛି ବଜେଟ ଚିନ୍ତାଜନକ। ଯାହାର ସମାଧାନ କରିବା…
ସ୍କୁଲରେ ବିସ୍ଫୋରଣ: ୩ ଛାତ୍ର ଗୁରୁତର
ଫୁଲବାଣୀ ଅଫିସ,୧ା୨: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଋତୁଙ୍ଗିଆ ପଞ୍ଚାୟତରେ ଥିବା ଏକ ସ୍କୁଲରେ ବୁଧବାର ଅଘଟଣ ଘଟିଛି। ଜଣେ ଛାତ୍ର ଆଣିଥିବା ବିସ୍ଫୋରକ ବିସ୍ଫୋରଣ ହେବାରୁ ୩ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ…
ନବ ଦାସଙ୍କ ପିଏସ୍ଓ ନିଲମ୍ବିତ
ଝାରସୁଗୁଡ଼ା ଅଫିସ,୧ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଜଣେ ପୋଲିସ ଏଏସ୍ଆଇ ଗୁଳିକରି ହତ୍ୟା କରିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରିସ୍ଥଳେ ରାଜ୍ୟ ସରକାର ଜଣଙ୍କ ପରେ ଜଣେ ଅଧିକାରୀଙ୍କୁ ବଦଳି ତ କାହାକୁ ନିଲମ୍ବିତ କରିଚାଲିଛନ୍ତି।…
ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ
ଭୁବନେଶ୍ୱର,୧।୨(ବ୍ୟୁରୋ): ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ। ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଏବଂ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପିଣ୍ଟୁ ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ଗୁରୁତର ଅଛନ୍ତି। ତେବେ ଉଚ୍ଚମାନର ଚିକିତ୍ସା ଲାଗି ତାଙ୍କୁ ଦିଲ୍ଲୀ ନେବାକୁ ଡାକ୍ତରମାନେ ପରାମର୍ଶ…

