କାଠଯୋଡ଼ିରେ ତ୍ରିଶୂଳିଆଠାରେ ହେବ ଦ୍ୱିତୀୟ ସେତୁ: ମନ୍ତ୍ରୀ

ଭୁବନେଶ୍ବର,୧୯।୩(ବ୍ୟୁରୋ): ନିର୍ମାଣ ବିଭାଗ ଜରିଆରେ ରାସ୍ତାର ଉନ୍ନତି, ସେତୁ ନିର୍ମାଣ, କୋଠା ନିର୍ମାଣ, ରାଜ୍ୟରେ ଜାତୀୟ ରାଜପଥର ଉନ୍ନତି ତଥା ରକ୍ଷଣାବେକ୍ଷଣ ଇତ୍ୟାଦିର ବିକାଶ ଲାଗି ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ା ଗୀତଗୋବିନ୍ଦ ସଦନଠାରେ ଶନିବାର ଆୟୋଜିତ ବଜେଟ ୨୦୨୩-୨୪ ସମ୍ପର୍କିତ ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ମଲିକ କହିଛନ୍ତି, ରାଜ୍ୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ସଡ଼କ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୦୦୦ କିଲୋମିଟର ସଡ଼କ, ୯ ଗୋଟି ମୁଖ୍ୟ ସେତୁର ଉନ୍ନତୀକରଣ ପାଇଁ ୪୬୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହା ଗତ ଆର୍ଥିକ ବର୍ଷରେ ୧୮୯୦ କୋଟି ଟଙ୍କା ଥିଲା ା ଏଥିମଧ୍ୟରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକ ହେଉଛି ୬ ଲେନ୍‌ ବିଶିଷ୍ଟ କଟକ ରିଙ୍ଗ୍‌ ରୋଡ୍‌, ତାଳଦଣ୍ଡା କେନାଲର ଉନ୍ନତୀକରଣ, ୪ ଲେନ୍‌ ବିଶିଷ୍ଟ କଟକ-ପାରାଦୀପ ରାସ୍ତା, ୪ ଲେନ୍‌ ବିଶିଷ୍ଟ କପିଳପ୍ରସାଦ-ଜଟଣୀ ରାସ୍ତା, ପାରଳାଖେମୁଣ୍ଡି ସହିତ ନୂତନ ୪ ଲେନ୍‌ ବିଶିଷ୍ଟ ସଂଯୋଗ ରାସ୍ତା ଏବଂ ବ୍ରହ୍ମପୁର, ବଲାଙ୍ଗୀର, ସମ୍ବଲପୁର ସହ ଅନ୍ୟାନ୍ୟ ସ୍ଥାନରେ ବାଇପାସ୍‌ ନିର୍ମାଣ ା ଏତଦ୍‌ବ୍ୟତୀତ ତ୍ରିଶୂଳିଆଠାରେ କାଠଯୋଡ଼ି ନଦୀ ଉପରେ ଦ୍ୱିତୀୟ ନୂତନ ସେତୁ, ବୈତରଣୀ ନଦୀ ଉପରେ ଚାନ୍ଦବାଲି ଓ ଆନନ୍ଦପୁରଠାରେ ସେତୁ, ଆଳିଠାରେ ବ୍ରାହ୍ମଣୀ ନଦୀ ଉପରେ ସେତୁ ଏବଂ ଦୟା ପଶ୍ଚିମ କେନାଲରେ ୬ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ା ଗତ ୨ ଦଶନ୍ଧି ମଧ୍ୟରେ ନିର୍ମାଣ ବିଭାଗ ଦ୍ୱାରା ପରିଚାଳିତ ସମୁଦାୟ ସଡ଼କ ଦୈର୍ଘ୍ୟ ୧୬,୦୪୧ କି.ମି.ରୁ ୩୧,୩୧୭ କି.ମି. ହୋଇପାରିଛି ା ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇବା ପାଇଁ ନିର୍ମାଣ ବିଭାଗ ନିଜ ବିଭାଗ ସହିତ ଅନ୍ୟ ବିଭାଗର କୋଠାବାଡ଼ି ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ମଧ୍ୟ କରିଥାଏ ା ବିଜୁ ଏକ୍ସପ୍ରେସ୍‌ ୱେ ୨ ଅଧୀନରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ୩୩୫ କି.ମି. ଦୈର୍ଘ୍ୟ ରାସ୍ତାକୁ ୪ ଲେନ୍‌ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଇ-ବ୍ୟବସ୍ଥାରେ ୫ଟି ବାଟାଲିଅନ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ଏଣିକି ରାଜ୍ୟର ୫ଟି ବାଟାଲିଅନ ଇ-ବ୍ୟବସ୍ଥାରେ ରହିବ। ସେଗୁଡ଼ିକ ହେଲା କଟକ, ଢେଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି ଓ ରାଉରକେଲା । ଅତ୍ୟାଧୁନିକ ଟେକ୍‌ନୋଲୋଜି...

୬ବର୍ଷ ୩ମାସ ହୋଇଥିଲା ପ୍ରସ୍ତୁତି କାର୍ଯ୍ୟ

ପଣ୍ଡିତ ବନ୍ଧୁ ରଥେ ନିକଟସ୍ଥ ବେଦପୁର ଶାସନର ବାସିନ୍ଦା ଥିଲେ। ଆମେ ତେଣୁ ସକ୍ଷମ ଥିଲୁ ଶାସ୍ତ୍ର ଆଲୋଚନା ଦିଗରେ। ବାହାର ପଣ୍ଡିତଙ୍କୁ ଆମଦାନୀ କରାଯାଇ...

ଦୁର୍ଘଟଣାରେ ଓଲିଉଡ୍‌ର ଯୁବ ଅଭିନେତା ନିଶି କରଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡ୍‌ର ଯୁବ ଅଭିନେତା ତଥା ନିର୍ଦ୍ଦେଶକ ନିଶିରଞ୍ଜନ କରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କୁ ୩୮ବର୍ଷ ବୟସ ହୋଇଥିଲା।...

ହାତୀ ଆକ୍ରମଣରେ ଚାଲିଗଲା ୨ ଜଣଙ୍କ ଜୀବନ

ରାଉରକେଲା ଅଫିସ,୧୯ା୧୧-ସୁନ୍ଦରଗଡ ଜିଲା ଲାଠିକଟା ବ୍ଲକ ଅଞ୍ଚଳରେ ଗୁରୁବାର ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାନ୍ଧରୁ ଓରାମ(୭୫) ଓ କାର୍ତ୍ତିକ ଭୂମିଜ(୬୫)।...

ଧାନକିଣାକୁ କେନ୍ଦ୍ର କରି ସମବାୟ ସମିତି ସମ୍ମୁଖରେ ଧାରଣା

ଜଳେଶ୍ୱର,୧।୧(ସ୍ବ.ପ୍ର): ଜଳେଶ୍ୱର ସ୍ଥିତ ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ଚାଫଲା ସେବା ସମବାୟ ସମିତିରେ ବିବାଦ ଦେଖାଦେବାରୁ ଧାରଣା ଦିଆଯାଇଥିଲା। ଫଳରେ ଧାନ କ୍ରୟ...

ଓଡ଼ିଶାକୁ ପ୍ରଶଂସା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଅକ୍ସିଜେନ ଯୋଗାଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକ...

ପ୍ରଧାନମନ୍ତ୍ରୀଙ୍କ ନିକଟରେ ୩ ଦାବି ରଖିଲେ ନବୀନ

ଭୁବନେଶ୍ୱର,୧୭।୬(ବ୍ୟୁରୋ)-କରୋନା(କୋଭିଡ୍‌-୧୯) ମହାମାରୀ ସଂକ୍ରମଣ ଆଶଙ୍କା ଯୋଗୁ ସ୍କୁଲ, କଲେଜ ବନ୍ଦ ରହିଛି। ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ଅଧାରୁ ବନ୍ଦ ରହିଛି। ଅବଶିଷ୍ଟ ପରୀକ୍ଷା ଶେଷ...

ରାଜ୍ୟରେ ପୁଣି ୬୬୮ ପଜିଟିଭ୍‌ ଚିହ୍ନଟ, ନୂଆପଡାରୁ ସର୍ବାଧିକ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୬୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮୩ଜଣ ଲୋକାଲ କେସ୍‌ ଥିବା...

Advertisement
Archives

Model This Week