ଶିଳ୍ପ ଓ ଶିଳ୍ପାୟନ ଓଡ଼ିଶାର ଭବିଷ୍ୟତ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): ଶିଳ୍ପ ଅର୍ଥ ଏକ ବଡ଼ କାରଖାନା ହୋଇଥିବ, ସେଥିରୁ ଧୂଆଁ ବାହାରୁଥିବ। ତାହା ସରକାର ନିର୍ମାଣ କରିବେ ଏବଂ ଆମକୁ ଚାକିରି ଦେବେ। ଶିଳ୍ପକୁ ନେଇ ସାଧାରଣତଃ ସମସ୍ତଙ୍କ ମନରେ ଏଭଳି ଧାରଣା ଥାଏ। ମାତ୍ର ସେହି ସ୍ତର ପର୍ଯ୍ୟନ୍ତ ପହଞ୍ଚତ୍ବାକୁ ହେଲେ ଏକ ସୁଦୃଢ଼ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଭିତ୍ତିଭୂମି ତିଆରି କରିବାକୁ ହେଲେ ଦୀର୍ଘମିଆଦୀ ଯୋଜନା ଆବଶ୍ୟକ। ଓଡ଼ିଶାରେ ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକ ଶିଳ୍ପାୟନର ମୂଳଦୁଆ ପକାଇଥିଲେ। ଶିଳ୍ପ ଓ ଶିଳ୍ପାୟନ ଓଡ଼ିଶାର ଭବିଷ୍ୟତ ବୋଲି ଶିଳ୍ପ, ଶକ୍ତି ତଥା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।
ଦୈନିକ ଖବରକାଗଜ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମିଳିତ ଆନୁକୂଲ୍ୟରେ ଶନିବାର ଭୁବନେଶ୍ୱରସ୍ଥିତ ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିିଥି ଭାବେ ଯୋଗଦେଇ ମନ୍ତ୍ରୀ ଦେବ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏକ ପ୍ରତିଷ୍ଠିତ ଗଣମାଧ୍ୟମ ହୋଇଥିବାରୁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ରଖିବାରେ ଏହା ଏକ ଉତ୍କୃଷ୍ଟ ପ୍ଲାଟଫର୍ମ। ୯୦ ଦଶକରେ ଓଡ଼ିଶା ଶିଳ୍ପରେ ଉଠିବା ଆରମ୍ଭ କରିଥିଲେ ବି ସେପରି କିଛି ଆଖିଦୃଶିଆ ସଫଳତା ମିଳି ନ ଥିଲା। ୧୯୯୬-୯୭ ବେଳକୁ ଅନ୍ତର୍ଜାତୀୟ ବଜାରରେ ମେଟାଲ୍‌ର ଚାହିଦା ବଢ଼ିଥିଲା। ଓଡ଼ିଶାରେ ସବୁ ପ୍ରକାର ଧାତୁ ଗଚ୍ଛିତ ରହିଥିବାରୁ ଖଣି କ୍ଷେତ୍ରରେ ରାଜ୍ୟର ଅଗ୍ରଗତି ଆରମ୍ଭ ହୋଇଥିଲା। ଓଡ଼ିଶାକୁ ନିର୍ମାଣର କେନ୍ଦ୍ରସ୍ଥଳ କରିବା ପାଇଁ ସାମୂହିକ ଉଦ୍ୟମ ଲୋଡ଼ା। ଏଠାରେ ଶିଳ୍ପାୟନ ପାଇଁ ବହୁତ ସୁଯୋଗ ରହିଛି। ସରକାର ସବୁ ସୁବିଧାସୁଯୋଗ ସହ ସବ୍‌ସିଡି ମଧ୍ୟ ପ୍ରଦାନ କରୁଛନ୍ତି। ବାହାର ରାଜ୍ୟର ଉଦ୍ୟୋଗୀମାନେ ଏଥିପାଇଁ ଆଗ୍ରହ ଦେଖାଉଥିବାବେଳେ ଓଡ଼ିଶାର ଲୋକମାନେ ଆଗକୁ ଆସୁନାହାନ୍ତି। ତେଣୁ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି କରିବାକୁ ହେଲେ ପ୍ରଥମେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ସ୍ବାଗତ ଭାଷଣ ଦେଇ କହିଲେ, ଓଡ଼ିଶା ଏକ କୃଷିଭିତ୍ତିକ ସମାଜରୁ ଶିଳ୍ପ ତଥା ବ୍ୟବସାୟିକ ବାତାବରଣକୁ ରୂପାନ୍ତରିତ ହୋଇଛି। ଏହି ରୂପାନ୍ତରଣ କ୍ଷେତ୍ରରେ ବ୍ୟବସାୟୀ ତଥା ଉଦ୍ୟୋଗୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହାକି ଆସନ୍ତା କିଛିବର୍ଷ ଭିତରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିପାରିବ। ସେହିପରି ଜଣେ ବ୍ୟକ୍ତି ସଫଳତା ପାଇବା ପରେ ଅନ୍ୟମାନେ ଖୁସି ହୁଅନ୍ତି। ମାତ୍ର ସେହି ସଫଳତା ପଛରେ ତାଙ୍କର କେତେ ଯେ ପରିଶ୍ରମ, ତ୍ୟାଗ ରହିଥାଏ ତାହାକୁ ବହୁତ କମ୍‌ ଲୋକ ଅନୁଭବ କରିଥାଆନ୍ତି। ସେହି କଷ୍ଟ, ସମର୍ପଣଭାବକୁ ମାନ୍ୟତା ପ୍ରଦାନ ବା ପ୍ରୋତ୍ସାହିତ କରିବା ସକାଶେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଏଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଆସୁଛି। ‘ବିଜ୍‌ନେସ୍‌ ଏମିନେନ୍ସ ଆଓ୍ବାର୍ଡ’ କାର୍ଯ୍ୟକ୍ରମ ଆମ ରାଜ୍ୟର ଉଦ୍ୟୋଗୀମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବାର ଏକ ମାଧ୍ୟମ। ଓଡ଼ିଶା ଶିଳ୍ପର ଏକ ଇତିହାସ ରହିଛି। ପ୍ରମୁଖ କୃଷି ଆଧାରିତ ସମାଜରୁ ବାହାରି ଓଡ଼ିଶା ବର୍ତ୍ତମାନ ଏକ ଆଧୁନିକ ଶିଳ୍ପ ଏବଂ ଖଣି ନିର୍ଭରଶୀଳ ଅର୍ଥନୀତି ଆଡ଼କୁ ଗତି କରୁଛି ବୋଲି ତଥାଗତ କହିଛନ୍ତି। ମୁଖ୍ୟବକ୍ତା ଭାବେ ଫିକି ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା କହିଲେ, ଓଡ଼ିଶାର ଶିଳ୍ପ ଯାତ୍ରାକୁ ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ’ ପ୍ରୋତ୍ସାହିତ କରୁଛି। ଛୋଟଛୋଟ ପ୍ରୋତ୍ସାହନ ଆଗକୁ ବଢ଼ିବାର ସୁଯୋଗ ଆଣିଦେଇଥାଏ। ଓଡ଼ିଶା କିଭଳି ଶିଳ୍ପ କ୍ଷେତ୍ରରେ ଏକ ପ୍ରମୁଖ ପୁଞ୍ଜିନିବେଶର କେନ୍ଦ୍ର ପାଲଟିଛି ତାହା ଏହି କାର୍ଯ୍ୟକ୍ରମ ସୂଚାଇଦେଉଛି। ରାଜ୍ୟରେ ପ୍ରାକୃତିକ ସମ୍ପଦ ଭରି ରହିଥିବାବେଳେ ଆମ ବ୍ୟବସାୟୀମାନେ ଏହାର ସଦ୍‌ବିନିଯୋଗ କରିବା ଆବଶ୍ୟକ। ଆମେ ପ୍ରଯୁକ୍ତି କ୍ଷେତ୍ରରେ ଆଗେଇ ଚାଲିଛେ। ବର୍ତ୍ତମାନ ବିଦ୍ୟୁତ୍‌ଚାଳିତ ଯାନ (ଇଭି) କଥା କୁହନ୍ତୁ କି ଗ୍ରୀନ୍‌ ଏନର୍ଜି, ଏହିସବୁ ଶିଳ୍ପାୟନ ଉନ୍ନତିର ପାହାଚ ସଦୃଶ। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ମାଧ୍ୟମରେ ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏକ ପ୍ରମୁଖ ମାଧ୍ୟମ ସାଜିଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ଶିଳ୍ପାୟନ ଯାତ୍ରା ଆତ୍ମସଂଶୟରୁ ଆତ୍ମବିଶ୍ୱାସରେ ପହଞ୍ଚତ୍ଛି ବୋଲି ଶୁଭ୍ରକାନ୍ତ କହିଛନ୍ତି।
ଏହି ଅବସରରେ ୨୧ ଜଣ ଉଦ୍ୟୋଗୀଙ୍କୁ ‘ବିଜ୍‌ନେସ୍‌ ଏମିନେନ୍ସ ଆୱାର୍ଡ-୨୦୨୩’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ପନ୍‌ସର୍‌ ଏମ୍‌ଜିଏମ୍‌ ମିନେରାଲ, ଜେଏସ୍‌ଡବ୍ଲ୍ୟୁ, ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ବାର, ଇଭୋସ୍‌ ବିଲ୍‌ଡକନ୍‌, ବେଦାନ୍ତ, କିଟ୍‌, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ, ଏମ୍‌ସିଏଲ୍‌, ପାରାଦୀପ ଫସ୍‌ଫେଟ୍ସ ଲିମିଟେଡ୍‌, ନାବାର୍ଡ, ନାଲ୍‌କୋ, ନାରାୟଣୀ ମୋଟର୍ସ, ଅରୁନ୍ଧତୀ ଜୁଏଲର୍ସ, ଫାଲ୍‌କନ୍‌ ଗ୍ରୁପ୍‌, ଜିନ୍ଦଲ ଷ୍ଟେନ୍‌ଲେସ୍‌ ଏବଂ ଏସ୍‌ବିଆଇ ସମେତ ପାର୍ଟନର ଅଜନ୍ତା ଆଡ୍‌ଭର୍ଟାଇଜର୍ସ, ଓ୍ବିଫି ଇଣ୍ଟରନେଟ୍‌ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥାପିକା ଶୋଭନା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri