ଏପ୍ରିଲ ସୁଦ୍ଧା ସବୁ ତହସିଲରେ ଭର୍ଚୁଆଲ କୋର୍ଟ: ମନ୍ତ୍ରୀ

ଭୁବନେଶ୍ବର, ୧୯।୩(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ଆଣିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବଜେଟ ବିଧାନସଭାରେ ଶନିବାର ଗୃହୀତ ହୋଇଯାଇଛି। ରାଜସ୍ବ ବିଭାଗ ଲାଗି ମୋଟ୍‌ ୧୫୮୬ କୋଟି ୪୧ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଖର୍ଚ୍ଚଦାବି ଆଲୋଚନା ପରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କ ଉତ୍ତରରେ କହିଛନ୍ତି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଅନ୍‌ଲାଇନରେ ଭୂ-ରାଜସ୍ବ ପଇଠ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଭୂ-ରାଜସ୍ବ ମଧ୍ୟ ପାଉତି ମୋବାଇଲ ଆପ୍‌ ଜରିଆରେ ପଇଠ କରିହେବ। ୨୦୧୮-୧୯ ସର୍ବେକ୍ଷଣ ଅନୁଯାୟୀ ୫୭,୧୧୭ ଘରଡିହ ଶୂନ୍ୟ ପରିବାର ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫୦,୫୨୮ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ଗତ ୪ ବର୍ଷ ମଧ୍ୟରେ ଘରଡିହ ଯୋଗାଇ ଦିଆଯାଇଛି। ଇ-ଷ୍ଟାମ୍ପିଂ କ୍ଷେତ୍ରରେ ଥିବା ସର୍ବନିମ୍ନ ସିଲିଂକୁ ସରକାର ଉଠାଇ ଦେଇଛନ୍ତି। ପୂର୍ବ ପ୍ରଚଳିତ ଇ-ଷ୍ଟାମ୍ପ ସାର୍ଟିଫିକେଟ ପ୍ରଦାନ ପାଇଁ ଧାର୍ଯ୍ୟ ସର୍ବନିମ୍ନ ୧୦୦୦ ଟଙ୍କା ବ୍ୟବସ୍ଥା ଉଠାଯାଇଛି। ରାଜ୍ୟର ସମସ୍ତ ରେଜିଷ୍ଟ୍ରେଶନ କାର୍ଯ୍ୟାଳୟଗୁଡ଼ିକୁ କମ୍ପ୍ୟୁଟରୀକରଣ କରାଯାଇଛି। ଜମି କିଣାବିକା ସବୁ କିଛି ଅନ୍‌ଲାଇନ ଜରିଆରେ କରାଯାଉଛି। ଆବେଦନକାରୀମାନେ ରେଜିଷ୍ଟ୍ରି ଡାକ ମାଧ୍ୟମରେ ପଟ୍ଟା ପଠାଉଛନ୍ତି। ୨୦୨୨ ନଭେମ୍ବରରୁ ୮୦ଟି ତହସିଲରେ ଭର୍ଚୁଆଲ କୋର୍ଟ ଆରମ୍ଭ ହୋଇଛି। ଏପ୍ରିଲ ୨୦୨୩ ସୁଦ୍ଧା ସବୁ ତହସିଲରେ ଭର୍ଚୁଆଲ କୋର୍ଟ ଆରମ୍ଭ ଲାଗି ଜିଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ୨୦୧୨ ଏକ ଯୁଗାନ୍ତକାରୀ ପଦକ୍ଷେପ। ଜନସାଧାରଣଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଅଧିକାର ପ୍ରଦାନ କରିବା ପାଇଁ ଏହି ବିଭାଗର ୩୪ଟି ସେବାକୁ ଓଡ଼ିଶା ଗେଜେଟ୍‌ରେ ଅଧିସୂଚିତ କରାଯାଇଛି। ଏହି ବିଭାଗ ଗତ ୪ ବର୍ଷରେ ୨,୪୪,୫୬,୮୭୭ ଗୋଟି ଲୋକସେବା ଯୋଗାଇଛି। ଆସନ୍ତା ୬ ମାସ ମଧ୍ୟରେ ବିଭିନ୍ନ ପଦପଦବୀରେ ମୋଟ ୨୯୯୮ ଲୋକଙ୍କୁ ନିଯୁକ୍ତ କରିବାକୁ ଯାଉଛନ୍ତି। ଏହି ବର୍ଷରେ ରାଜସ୍ବ ବିଭାଗ ଦ୍ୱାରା ଅଣ ଆବାସିକ ଓ ଆବାସିକ ଗୃହ ନିର୍ମାଣ ପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜସ୍ବ କାର୍ଯ୍ୟାଳୟଗୁଡ଼ିକରେ ଆସବାବ ଓ ସଂଲଗ୍ନ ଉପକରଣ ନିମନ୍ତେ ଏହି ବର୍ଷ ୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସରକାରୀ ଜମିର ସୁରକ୍ଷା ଲାଗି ୨୦ କୋଟି ଟଙ୍କାର ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି। ସେହିପରି କେନ୍ଦ୍ରୀୟ ଜନଗଣନା କାର୍ଯ୍ୟକ୍ରମ ଲାଗି ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୫୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟବସ୍ଥାକୁ ନେଇ ଚାଲିଥିବା ଗୁଜବକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ନିଜ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚାଲିଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଯେବେ ନିର୍ବାଚନ ଆସେ ମୋ...

କ୍ୟାବିନେଟ୍‌ ନିଷ୍ପତ୍ତି: ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ)- ପୁରୀ ଶ୍ରୀମନ୍ଦିର ଭଳି ଭୁବନେଶ୍ୱରରେ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଆଇନ ଆଣିଛନ୍ତି। ଏହାଦ୍ୱାରା...

CORONAVIRUS UPDATE: ୯୯ କରୋନା ଆକ୍ରାନ୍ତ ସୁସ୍ଥ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୬୪୯

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବାଲେଶ୍ୱରରୁ ସର୍ବାଧିକ ୩୪ଜଣ ରହିଥିବା ବେଳେ ଗଞ୍ଜାମରୁ ୧୫ଜଣ...

ମୁହଁ ଖୋଲିଲେ ଗିରଫ ଅଭିଯୁକ୍ତ: ‘ବାବୁଙ୍କ ପାଇଁ ଆଣିଥିଲେ ବାଘଛାଲ’

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବାଘ ଛାଲ ବେପାର। କଲରାପତରିଆ ବାଘର ଛାଲ ସହ ଅଭିଯୁକ୍ତ ଧରାପଡ଼ିବା ପରେ ଏବେ ଫିଟୁଛି ଗୁମର। ଗିରଫ...

ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଜାଣନ୍ତୁ ଏଥର କେଉଁମାନେ ପୁରସ୍କୃତ ହେବେ….

ଭୁବନେଶ୍ୱର, ୧୦।୭(ବ୍ୟୁରୋ)- ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ୨୦୧୫ ଓ ୨୦୧୬ ବର୍ଷ ପାଇଁ ଶୁକ୍ରବାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି।...

ମେ’ପ୍ରଥମ ସପ୍ତାହରୁ କମିବ ତାତି!

ଭୁବନେଶ୍ୱର,୨୮।୪(ବ୍ୟୁରୋ): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହିଟ୍‌ ଓ୍ବେବ୍‌ରେ ବ୍ରେକ୍‌ ଲାଗିବ। ମେ’୧ରୁ ୨ ମଧ୍ୟରେ ଦିନର ତାପମାତ୍ରା କମିବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ...

ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କୁ ନିଯୁକ୍ତ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ଯୋଜନାରେ ଯୋଗାଇ ଦିଆଯାଉଥିବା ସେବାର ବିକାଶ ପାଇଁ ନୂଆ ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ: ପାସ୍‌ ହାର ୭୪.୯୫ ପ୍ରତିଶତ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ୭୪.୯୫...

Advertisement
Archives

Model This Week