ଏପ୍ରିଲ ସୁଦ୍ଧା ସବୁ ତହସିଲରେ ଭର୍ଚୁଆଲ କୋର୍ଟ: ମନ୍ତ୍ରୀ

ଭୁବନେଶ୍ବର, ୧୯।୩(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ଆଣିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବଜେଟ ବିଧାନସଭାରେ ଶନିବାର ଗୃହୀତ ହୋଇଯାଇଛି। ରାଜସ୍ବ ବିଭାଗ ଲାଗି ମୋଟ୍‌ ୧୫୮୬ କୋଟି ୪୧ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଖର୍ଚ୍ଚଦାବି ଆଲୋଚନା ପରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କ ଉତ୍ତରରେ କହିଛନ୍ତି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଅନ୍‌ଲାଇନରେ ଭୂ-ରାଜସ୍ବ ପଇଠ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଭୂ-ରାଜସ୍ବ ମଧ୍ୟ ପାଉତି ମୋବାଇଲ ଆପ୍‌ ଜରିଆରେ ପଇଠ କରିହେବ। ୨୦୧୮-୧୯ ସର୍ବେକ୍ଷଣ ଅନୁଯାୟୀ ୫୭,୧୧୭ ଘରଡିହ ଶୂନ୍ୟ ପରିବାର ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫୦,୫୨୮ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ଗତ ୪ ବର୍ଷ ମଧ୍ୟରେ ଘରଡିହ ଯୋଗାଇ ଦିଆଯାଇଛି। ଇ-ଷ୍ଟାମ୍ପିଂ କ୍ଷେତ୍ରରେ ଥିବା ସର୍ବନିମ୍ନ ସିଲିଂକୁ ସରକାର ଉଠାଇ ଦେଇଛନ୍ତି। ପୂର୍ବ ପ୍ରଚଳିତ ଇ-ଷ୍ଟାମ୍ପ ସାର୍ଟିଫିକେଟ ପ୍ରଦାନ ପାଇଁ ଧାର୍ଯ୍ୟ ସର୍ବନିମ୍ନ ୧୦୦୦ ଟଙ୍କା ବ୍ୟବସ୍ଥା ଉଠାଯାଇଛି। ରାଜ୍ୟର ସମସ୍ତ ରେଜିଷ୍ଟ୍ରେଶନ କାର୍ଯ୍ୟାଳୟଗୁଡ଼ିକୁ କମ୍ପ୍ୟୁଟରୀକରଣ କରାଯାଇଛି। ଜମି କିଣାବିକା ସବୁ କିଛି ଅନ୍‌ଲାଇନ ଜରିଆରେ କରାଯାଉଛି। ଆବେଦନକାରୀମାନେ ରେଜିଷ୍ଟ୍ରି ଡାକ ମାଧ୍ୟମରେ ପଟ୍ଟା ପଠାଉଛନ୍ତି। ୨୦୨୨ ନଭେମ୍ବରରୁ ୮୦ଟି ତହସିଲରେ ଭର୍ଚୁଆଲ କୋର୍ଟ ଆରମ୍ଭ ହୋଇଛି। ଏପ୍ରିଲ ୨୦୨୩ ସୁଦ୍ଧା ସବୁ ତହସିଲରେ ଭର୍ଚୁଆଲ କୋର୍ଟ ଆରମ୍ଭ ଲାଗି ଜିଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ୨୦୧୨ ଏକ ଯୁଗାନ୍ତକାରୀ ପଦକ୍ଷେପ। ଜନସାଧାରଣଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଅଧିକାର ପ୍ରଦାନ କରିବା ପାଇଁ ଏହି ବିଭାଗର ୩୪ଟି ସେବାକୁ ଓଡ଼ିଶା ଗେଜେଟ୍‌ରେ ଅଧିସୂଚିତ କରାଯାଇଛି। ଏହି ବିଭାଗ ଗତ ୪ ବର୍ଷରେ ୨,୪୪,୫୬,୮୭୭ ଗୋଟି ଲୋକସେବା ଯୋଗାଇଛି। ଆସନ୍ତା ୬ ମାସ ମଧ୍ୟରେ ବିଭିନ୍ନ ପଦପଦବୀରେ ମୋଟ ୨୯୯୮ ଲୋକଙ୍କୁ ନିଯୁକ୍ତ କରିବାକୁ ଯାଉଛନ୍ତି। ଏହି ବର୍ଷରେ ରାଜସ୍ବ ବିଭାଗ ଦ୍ୱାରା ଅଣ ଆବାସିକ ଓ ଆବାସିକ ଗୃହ ନିର୍ମାଣ ପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜସ୍ବ କାର୍ଯ୍ୟାଳୟଗୁଡ଼ିକରେ ଆସବାବ ଓ ସଂଲଗ୍ନ ଉପକରଣ ନିମନ୍ତେ ଏହି ବର୍ଷ ୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସରକାରୀ ଜମିର ସୁରକ୍ଷା ଲାଗି ୨୦ କୋଟି ଟଙ୍କାର ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି। ସେହିପରି କେନ୍ଦ୍ରୀୟ ଜନଗଣନା କାର୍ଯ୍ୟକ୍ରମ ଲାଗି ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୫୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?