ଫେୟାରଓ୍ବେଲ୍‌ ଭୋଜି ଖାଇ ୨୪ ଛାତ୍ରୀଛାତ୍ର ଅସୁସ୍ଥ

ବଲାଙ୍ଗୀର ଅଫିସ, ୧୯।୩: ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ପଥରଚେପାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୪ ଜଣ ଛାତ୍ରୀଛାତ୍ର ଫେୟାରଓ୍ବେଲ୍‌(ବିଦାୟକାଳୀନ ସମ୍ବର୍ଦ୍ଧନା) ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି। ଶନିବାର ସକାଳେ ଏହି ଖବର ଜଣାପଡ଼ିବା ପରେ ଆଦର୍ଶ ସ୍କୁଲକୁ ଚୂଡ଼ାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମ୍‌ ପହଞ୍ଚତ୍ ଅସୁସ୍ଥ ପିଲାଙ୍କ ଚିକିତ୍ସା ଆରମ୍ଭ କରିଥିଲା। ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡା. ଦିବ୍ୟକୌଶଲ ପତି, ଡା. ନମିତା ମିଶ୍ର, ଚୂଡ଼ାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ତରୁଣ କୁମାର ଭୋଇ, ଡା. ପ୍ରକାଶ ଦାଶ ଓ ମେଡିକାଲ ଟିମ୍‌ ସଦସ୍ୟ ସ୍କୁଲରେ ପହଞ୍ଚତ୍ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଆବଶ୍ୟକ ମେଡିସିନ ଏବଂ ଓଆର୍‌ଏସ୍‌ ପିଇବାକୁ ଦେଇଥିଲେ। ଶୁକ୍ରବାର ଏହି ସ୍କୁଲରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କୁ ଫେୟାରୱେଲ୍‌ ଭୋଜି ଦିଆଯାଇଥିଲା। ଭୋଜି ଖାଇବା ପରେ ରାତିରେ ପିଲାମାନେ ଠିକ୍‌ଭାବେ ଶୋଇପାରି ନ ଥିଲେ। ସେମାନଙ୍କ ହଜମ ଠିକ୍‌ଭାବେ ହୋଇ ନ ଥିବାରୁ ଏପରି ସମସ୍ୟା ଦେଖାଦେଇଥିବା ଡାକ୍ତରମାନଙ୍କ ସୂତ୍ରରୁ ଜଣାପଡ଼ିଛି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଶନିବାର ସନ୍ଧ୍ୟା ସୁଦ୍ଧା ମେଡିକାଲ ଟିମ୍‌ ଜଗିରହି ଚିକିତ୍ସା ଜାରି ରଖିଥିଲା। ଚିକିତ୍ସା ପରେ ସମସ୍ତ ଛାତ୍ରୀଛାତ୍ର ସୁସ୍ଥ ଥିବା ଜଣାପଡିଛି। ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଶ୍ୱଜିତ ଶିଙ୍କୁ ଏହି ଆଦର୍ଶ ବିଦ୍ୟାଳୟକୁ ଯାଇ ଖାଦ୍ୟ ଯାଞ୍ଚ କରି ଫେରିଛନ୍ତି। କୌଣସି ଖାଦ୍ୟରେ ବିଷାକ୍ତଜନିତ ସମସ୍ୟା ନ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ଶିଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri