ଫେୟାରଓ୍ବେଲ୍‌ ଭୋଜି ଖାଇ ୨୪ ଛାତ୍ରୀଛାତ୍ର ଅସୁସ୍ଥ

ବଲାଙ୍ଗୀର ଅଫିସ, ୧୯।୩: ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ପଥରଚେପାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୨୪ ଜଣ ଛାତ୍ରୀଛାତ୍ର ଫେୟାରଓ୍ବେଲ୍‌(ବିଦାୟକାଳୀନ ସମ୍ବର୍ଦ୍ଧନା) ଭୋଜି ଖାଇ ଅସୁସ୍ଥ ହୋଇଛନ୍ତି। ଶନିବାର ସକାଳେ ଏହି ଖବର ଜଣାପଡ଼ିବା ପରେ ଆଦର୍ଶ ସ୍କୁଲକୁ ଚୂଡ଼ାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମ୍‌ ପହଞ୍ଚତ୍ ଅସୁସ୍ଥ ପିଲାଙ୍କ ଚିକିତ୍ସା ଆରମ୍ଭ କରିଥିଲା। ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡା. ଦିବ୍ୟକୌଶଲ ପତି, ଡା. ନମିତା ମିଶ୍ର, ଚୂଡ଼ାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ତରୁଣ କୁମାର ଭୋଇ, ଡା. ପ୍ରକାଶ ଦାଶ ଓ ମେଡିକାଲ ଟିମ୍‌ ସଦସ୍ୟ ସ୍କୁଲରେ ପହଞ୍ଚତ୍ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଆବଶ୍ୟକ ମେଡିସିନ ଏବଂ ଓଆର୍‌ଏସ୍‌ ପିଇବାକୁ ଦେଇଥିଲେ। ଶୁକ୍ରବାର ଏହି ସ୍କୁଲରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କୁ ଫେୟାରୱେଲ୍‌ ଭୋଜି ଦିଆଯାଇଥିଲା। ଭୋଜି ଖାଇବା ପରେ ରାତିରେ ପିଲାମାନେ ଠିକ୍‌ଭାବେ ଶୋଇପାରି ନ ଥିଲେ। ସେମାନଙ୍କ ହଜମ ଠିକ୍‌ଭାବେ ହୋଇ ନ ଥିବାରୁ ଏପରି ସମସ୍ୟା ଦେଖାଦେଇଥିବା ଡାକ୍ତରମାନଙ୍କ ସୂତ୍ରରୁ ଜଣାପଡ଼ିଛି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଶନିବାର ସନ୍ଧ୍ୟା ସୁଦ୍ଧା ମେଡିକାଲ ଟିମ୍‌ ଜଗିରହି ଚିକିତ୍ସା ଜାରି ରଖିଥିଲା। ଚିକିତ୍ସା ପରେ ସମସ୍ତ ଛାତ୍ରୀଛାତ୍ର ସୁସ୍ଥ ଥିବା ଜଣାପଡିଛି। ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ବିଶ୍ୱଜିତ ଶିଙ୍କୁ ଏହି ଆଦର୍ଶ ବିଦ୍ୟାଳୟକୁ ଯାଇ ଖାଦ୍ୟ ଯାଞ୍ଚ କରି ଫେରିଛନ୍ତି। କୌଣସି ଖାଦ୍ୟରେ ବିଷାକ୍ତଜନିତ ସମସ୍ୟା ନ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ଶିଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ଟେଣ୍ଡରକୁ ଅନୁମୋଦନ

ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ହୀରାକୁଦ ଡ୍ୟାମ୍‌ର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଳ ବରଗଡ ମୁଖ୍ୟ କେନାଲର...

ଯୁକ୍ତ ୩ ନାମଲେଖା ୧୮ ଯାଏ ବଢ଼ିଲା: ୨୩ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ

ଭୁବନେଶ୍ୱର,୧୭।୯ (ବ୍ୟୁରୋ): ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ଦୁଇଦିନ ବୃଦ୍ଧି କରାଯାଇଛି। ଗତ ୧୩ ତାରିଖରୁ ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା...

ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରୁ ବୃଷଭ ମୂର୍ତ୍ତି ଗାଏବ ପ୍ରସଙ୍ଗ: ପୁଣି ସ୍ଥାପନ ପାଇଁ ଗଣାଯାଉଛି ଦିନ

ପୁରୁଣା ଭୁବନେଶ୍ୱର,୭ା୯(ଡି.ଏନ.ଏ.): ଐତିହ୍ୟ ସ୍ଥଳଗୁଡିକରେ ଥିବା ପୁରାତନ କୀର୍ତ୍ତିରାଜିଗୁଡ଼ିକର ଅବକ୍ଷୟ ହେଉଛି। ଏଭଳି ଏକ ଘଟଣା ମାସକ ତଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଘଟିଥିଲା, ଯାହାକୁ ଅଦ୍ୟାବଧି...

କଟକ ସହର ଯୁବ ବିଜେଡି ସଭାପତି ନିଲମ୍ବିତ

ଭୁବନେଶ୍ୱର,୧୪ା୩(ବ୍ୟୁରୋ)-କଟକ ସହର ଯୁବ ବିଜେଡି ସଭାପତି ମନଜିତ ଦାସଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିବା ବିଜୁ...

ଟ୍ରେନ୍‌, ଷ୍ଟେଶନରେ ବଢୁଛି ଚୋରି, ଲୁଟ୍‌: ୪୪ ମୋବାଇଲ୍‌ ଜବତ, ୫ ଗିରଫ

ଜଟଣୀ,୨୦ା୬(ଡି.ଏନ.ଏ.): ଟ୍ରେନ୍‌ରୁ ଯାତ୍ରୀଙ୍କଠାରୁ ମୋବାଇଲ୍‌ ଲୁଟ୍‌ କରିବା ଘଟଣାରେ ୫ ଅଭିଯୁକ୍ତଙ୍କୁ ଖୋର୍ଦ୍ଧାରୋଡ଼ ଜିଆର୍‌ପି ଓ ଆର୍‌ପିଏଫ୍‌ ଗିରଫ କରିଛନ୍ତି। ଏଥିରେ ୨ ଅଭିଯୁକ୍ତ ରହିଥିବା...

ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ

ପୁରୀ ଅଫିସ,୩୦।୧: ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଶୁକ୍ରବାର ୭ଜଣ ପର୍ଯ୍ୟଟକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ସ୍ଥାନୀୟ...

ମେ’ରୁ ପୁଣି ଉଡ଼ିବ ଆନ୍ତର୍ଜାତିକ ବିମାନ

ଭୁବନେଶ୍ୱର, ୩ା୨(ବ୍ୟୁରୋ):ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆସନ୍ତା ମେ’ ମାସରୁ ପୁଣି ସିଧାସଳଖ ଆନ୍ତର୍ଜାତିକ ବିମାନ ଚଳାଚଳ କରିବ। ଏଥିପାଇଁ ବିମାନ ସେବା ପ୍ରଦାନକାରୀ...

ଜୀବିତଙ୍କ ନାଁରେ କୋଭିଡ୍‌ ସହାୟତା

ନୟାଗଡ଼ ଅଫିସ,୧୨।୧୨: ଜୀବିତ ଲୋକଙ୍କ ନାମରେ କୋଭିଡ୍‌ ମୃତକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା ରାଶି ନୟାଗଡ଼ ଜିଲାର କେତେଜଣ ଲୋକଙ୍କୁ ମିଳିଛି। ଏହା ପରେ କୋଭିଡ୍‌...

Advertisement
Archives

Model This Week