କୋଇଡ଼ା ବିଡିଓଙ୍କୁ ନେଇ ବିଧାନସଭା ଅଚଳ

ଭୁବନେଶ୍ୱର,୧୯।୩(ବ୍ୟୁରୋ): କୋଇଡ଼ା ବିଡିଓ ବିଧାୟକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗରେ ବିରୋଧୀ ଦଳ ସଦସ୍ୟମାନେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଶନିବାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ସିପିଆଇ(ଏମ୍‌) ସଦସ୍ୟ ଲକ୍ଷ୍ମଣ ମୁଣ୍ଡା କୋଇଡା ବିଡିଓ ଅସମ୍ମାନ କରୁଥିବା ନେଇ ଅଭିଯୋଗ କରି ଗୃହରେ ଧାରଣା ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ସତ୍ତ୍ୱେ ବିଡିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି। ବିଧାନସଭା ମୋର କିଛି କରିପାରିବ ନାହିଁ ବୋଲି ବିଡିଓ କହୁଥିବା କଥା ନେଇ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଡିଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଯାଏ ଗୃହରେ ଧାରଣାରେ ବସିବେ ବୋଲି ସେ କହିଥିଲେ। ଏହି ପ୍ରସଙ୍ଗରେ ଉଭୟ ଭାଜପା ଓ କଂଗ୍ରେସ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କୁ ସମର୍ଥନ କରି ବିଧାନସଭାରେ ପ୍ରବଳ ହୋହଲ୍ଲା କରିଥିଲେ। ଫଳରେ ବିଧାନସଭାରେ କ୍ୱେଶ୍ଚିନ ଆଓ୍ବାର ଚାଲିପାରି ନ ଥିଲା। ବାଚସ୍ପତି ବାଧ୍ୟ ହୋଇ ମାତ୍ର ୩ ମିନିଟ ପରେ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ। ଶୂନ୍ୟକାଳରେ ମଧ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ପ୍ରବଳ ହଟ୍ଟଗୋଳ ହେବାରୁ ଗୃହ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା। ଅପରାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀ ଦଳ ସମାନ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। କୋଇଡ଼ା ବିଡିଓଙ୍କ ବିରୋଧରେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଆଣିଥିବା ଅଭିଯୋଗ ନେଇ ଗୃହରେ ବିବୃତି ରଖିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ସରକାର ଏହାକୁ ଗୁରୁତର ସହ ବିଚାର କରିଛନ୍ତି। ବିହିତ ପଦକ୍ଷେପ ନେବାକୁ ଚିନ୍ତା କରାଯାଉଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିବୃତି ରଖିବା ପରେ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ଧରିବା ପାଇଁ ଖଟବୁଲା ପୋଲିସ ବଦଳରେ ଖୋଜାପଡୁଛି ଗୁଣିଆ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଧରିବା ପାଇଁ ଖଟ ବୁଲୁଥିବା ଦେଖିବାକୁ ମିଳୁଛି। କୌଣସି ଗ୍ରାମରେ ଚୋରି ହେଲେ ଲୋକମାନେ ପୋଲିସ...

ଇଡିର ଜେରା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

କୋକସରା,୨୦।୬(ଡି.ଏନ.ଏ): ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରା କରୁଛି। ଏହାକୁ ବିରୋଧ କରି ସୋମବାର କୋକସରା କଂଗ୍ରେସ କମିଟି ପକ୍ଷରୁ...

ଆଜି ଭୁବନେଶ୍ୱରରୁ ୧୧ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଅସହାୟ ପରିବାରକୁ ପଲିଥିନ ଭରସା

ବାରିପଦା ଅଫିସ,୫ା୧୦- ଦିନରେ ଚାଳରୁ ପାଣି ଗଳୁଛି ତ ରାତିରେ ଜହ୍ନ ଆଲୁଅ ଦିଶୁଛି। ଓଳିଏ ଖାଇ ଓଳିଏ ଉପବାସ ରହୁଥିବା ପରିବାରକୁ ମିଳୁନି ପକ୍କାଘର।...

ଶ୍ମଶାନରୁ ଜୀବନ୍ତ ଫେରି ଆସିଥିବା ଶିଶୁ ଡାକ୍ତରଖାନାରେ ଆଖି ବୁଜିଲା

ପାଟଣା,୨୦ା୧(ସ୍ବ.ପ୍ର.): ଲୋକେ ଡାକ୍ତରଙ୍କୁ ରୋଗୀଙ୍କ ଦ୍ୱିତୀୟ ଭଗବାନ ବୋଲି ମାନି ଥାଆନ୍ତି। ହେଲେ ବେଳେବେଳେ ଏଭଳି କିଛି ଅଭାବନୀୟ ଘଟଣା ଘଟେ, ଯାହା ଫଳରେ ଡାକ୍ତରଙ୍କ...

ସୋନୀ ସାଜିଲେ ଛତିଶଗଡ଼ ବୋହୂ

ଝାରସୁଗୁଡ଼ା ଅଫିସ,୨୧।୪:  ୫ବର୍ଷ ତଳେ ଛତିଶଗଡ଼ରୁ ମହାନଦୀ ବନ୍ୟାଜଳରେ ଭାସିଆସିଥିବା ଯୁବତୀ ସୋନୀ ଯାଦବଙ୍କ ବୁଧବାର ବାହାଘର ପରେ ବଧୂ ବେଶରେ ଓଡିଶାରୁ ଛତିଶଗଡ଼ ଫେରିଯାଇଛନ୍ତି।...

ରାଜଧାନୀରେ ରୋଡ୍‌ ରୋମିଓଙ୍କୁ ଛେଚିଲେ ଯୁବତୀ

ଭୁବନେଶ୍ୱର, ୯।୯(ବ୍ୟୁରୋ): ରାଜଧାନୀର ରସୁଲଗଡ଼ ଜିଜିପି କଲୋନୀରେ ଜଣେ ଯୁବତୀ ୨ଜଣ ରୋଡ ରୋମିଓଙ୍କୁ ମାଡ଼ ମାରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ...

ଉପରାଷ୍ଟ୍ରପତିଙ୍କୁ ପୁସ୍ତକ ପ୍ରଦାନ କଲେ ପ୍ରଶାନ୍ତ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବିଜେଡି ରାଜ୍ୟ ସଭା ଏମ୍‌ପି ପ୍ରଶାନ୍ତ ନନ୍ଦ ଶନିବାର ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁଙ୍କୁ ସ୍ବରଚିତ ୨ଟି ପୁସ୍ତକ ପ୍ରଦାନ କରିଛନ୍ତି। ଏହି ପୁସ୍ତକ ୨ଟି...

Advertisement
Archives

Model This Week