ବଜ୍ରପାତରେ ମହିଳା, ୧୧ ଗୋରୁ ମୃତ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଦୀର୍ଘ ୪ ମାସ ପରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ହୋଇଛି। ବର୍ଷା ଯୋଗୁ ସମଗ୍ର ରାଜ୍ୟ ଥଣ୍ଡା ପଡ଼ିଛି। କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, ସମ୍ବଲପୁର ଓ ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଆଦି ଜିଲାରେ ପବନ ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଏଥିସହ କେତେକ ସ୍ଥାନରେ ବଜ୍ରପାତ ସହ କୁଆପଥର ମାଡ଼ ହୋଇଛି। ବଜ୍ରପାତରେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ପଞ୍ଚାୟତ ବନ୍ଧସାହିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ସ୍ବର୍ଗତ ସୁନ୍ଦରା ମାଝିଙ୍କ ସ୍ତ୍ରୀ ଚୁନାମଣୀ (୬୪)। ସେ ପିଣ୍ଡାରେ ବସିଥିବାବେଳେ ଏହି ଘଟଣା ଘଟିଥିଲା। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ୍‌ ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଗାଁରେ ଏକ ଭଙ୍ଗାଘର ଉପରେ ବଜ୍ରପାତ ହେବାରୁ ଏହା ତଳେ ଆଶ୍ରୟ ନେଇଥିବା ୧୧ ଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କୁଆପଥର ମାଡ଼ରେ ରାୟଗଡ଼ା ଜିଲାର କଲ୍ୟାଣସିଂହପୁରରେ ପ୍ରବଳ କୁଆପଥର ବର୍ଷା ହୋଇଥିବାବେଳେ ଏଠାକାର ରାସ୍ତା ଓ ସମତଳ ଭୂମିରେ ପଡ଼ିଥିବା କୁଆପଥର କଶ୍ମୀର ବରଫ ଝଡ଼ର ଭ୍ରମ ସୃଷ୍ଟି କରିଛି। ସେହିପରି କାଶୀପୁର ଉପର କଞ୍ଜାକଣା ଗାଁରେ ଝଡ଼ତୋଫାନରେ ଏକ ଆଜ୍‌ବେଷ୍ଟସ ଉଡିଯାଇଥିବାବେଳେ କୁଆପଥର ବର୍ଷାରେ ୨ ମହିଳା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ପଶ୍ଚିମା-ଝଡ଼ ପ୍ରଭାବରେ ଝଡ଼ତୋଫାନ, କୁଆପଥର ବର୍ଷା ସହ ବଜ୍ରପାତ ହୋଇଛି। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶା ସମେତ ବହୁ ସ୍ଥାନରେ ସନ୍ଧ୍ୟା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମୟରେ ବର୍ଷା ପବନ ଲାଗି ରହିଥିଲା। ସନ୍ଧ୍ୟା ୬ଟା ସୁଦ୍ଧା ବାଲେଶ୍ବରରେ ସର୍ବାଧିକ ୪୧ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ୨୭ ମି.ମି., ବରଗଡ଼ ୨୨, ରାଉରକେଲା ୧୭, ନୂଆପଡା ୧୪, ହୀରାକୁଦ ୧୪, ଭବାନୀପାଟଣା ୧୦, ପାରଳାଖେମୁଣ୍ଡି ୮.୧, ମାଲକାନଗିରି ୬.୧, ଟିଟିଲାଗଡ଼ ୪.୬, ସମ୍ବଲପୁର ୪.୫, ନବରଙ୍ଗପୁର ୪ ଓ ବଲାଙ୍ଗୀରରେ ୩.୨ ମିମି ବର୍ଷା ହୋଇଛି। ଏହାଛଡ଼ା ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ବର୍ଷା ଲାଗି ରହିଛି। ଏଥିସହିତ ରବିବାର ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ଅନୁଗୋଳ ଆଦି ୧୭ ଜିଲାରେ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେବ୍‌ସାଇଟ୍‌ରେ ଶ୍ରୀମନ୍ଦିରର ଭୁଲ୍‌ ଚିତ୍ର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ, ସଚିବଙ୍କ ବିରୋଧରେ ଏତଲା

ପୁରୀ ଅଫିସ,୯ା୧୨: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ୱେବ୍‌ସାଇଟ୍‌ରେ ଶ୍ରୀମନ୍ଦିର ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିରକୁ ଏଥିରେ ଭୁଲ୍‌ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଛି।...

୨୩ରୁ ଖୋଲିବ, ୩ରୁ ସମସ୍ତଙ୍କୁ ଦର୍ଶନ ଅନୁମତି

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଶେଷ ହେଲା ଭକ୍ତଙ୍କ ଅପେକ୍ଷା। ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଏହାଛଡ଼ା ପୁରୀରେ ଥିବା ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ଏହି ତାରିଖ ପରଠାରୁ...

ଶହୀଦ ସହାୟତା ରାଶି ବଢ଼ିଲା

ଭୁବନେଶ୍ୱର,୪ା୫(ବ୍ୟୁରୋ): ଯୁଦ୍ଧ ତଥା ଆତଙ୍କବାଦର ମୁକାବିଲା ସମୟରେ ଶହୀଦ ହେଉଥିବା ଓଡ଼ିଆ ଯବାନମାନଙ୍କ ଆତ୍ମୀୟସ୍ବଜନଙ୍କ ନିମନ୍ତେ ସହାୟତା ରାଶି ବୃଦ୍ଧି ପାଇଛି। ଏହି ସହାୟତା ରାଶି...

ପୋଲିସ ଉପରକୁ ଗୁଳି ଚାଳନା ମାମଲା: ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ୍‌, ଜରିମାନା

କଟକ ଅଫିସ,୧୯।୧୨: ୨୦୧୦ ଜୁନ୍‌ ୨୪ ତାରିଖରେ କଟକ ଓଡ଼ିଆ ବଜାର ନିକଟରେ ଏକ ଗଣ୍ଡଗୋଳ ଘଟିଥିଲା। ଖବରପାଇ ଏଏସ୍‌ଆଇ ପ୍ରିୟବ୍ରତ୍ତ ଦାସଙ୍କ ସମେତ ଅନ୍ୟ ପୋଲିସ...

ଜଳିଗଲା ଘାଗୁଡ଼ିିବନ୍ଧ ଜଙ୍ଗଲ

ଖୋର୍ଦ୍ଧା ଅଫିସ,୧୫ା୩:ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅଧୀନ ହରିପୁର ପଞ୍ଚାୟତର ପୋଡ଼ପଡ଼ା ଗ୍ରାମ ନିକଟ ଘାଗୁଡ଼ିିବନ୍ଧ ସଂରକ୍ଷିତ ଜଙ୍ଗଲରେ ରବିବାର ଅଗ୍ନିକାଣ୍ଡ ଘଟିଛି। ପ୍ରାୟ ଏକ...

କୃଷି ଋଣ ଛାଡ, ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ

ଭୁବନେଶ୍ବର, ୮।୧୨(ବ୍ୟୁରୋ): ତୁରନ୍ତ କୃଷି ଋଣ ଛାଡ ସହ ଚାଷୀଙ୍କ ଫସଲ କ୍ଷୟକ୍ଷତି ବାବଦକୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି।...

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିବସ: ମଥୁରାକୁ ଦହି ବିକିଗଲେ ଗୋପାଙ୍ଗନା

ବରଗଡ଼ ଅଫିସ,୪।୧: ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଶନିବାର ପଞ୍ଚମ ଦିବସ। ଏହି ଦିବସରୁ ଆରମ୍ଭ ହୋଇଛି ଗୋପୀ, ଗୋପାଙ୍ଗନାଙ୍କ ଦହି ବିକା...

ବନ୍ଧୁକ ବେପାରରେ ଝାଡ଼ଖଣ୍ଡ ଛାତ୍ର, କୋଟିପତିଙ୍କ ପୁଅ

ଭୁବନେଶ୍ୱର, ୧୧ା୨(ବ୍ୟୁରେ): କମିଶନରେଟ ପୋଲିସ ଇଲାକାରେ ଖୁଲମ୍‌ଖୁଲା ଚାଲିଛି ଚୋରା ବନ୍ଧୁକ କାରବାର। ଚେର ଲମ୍ବିଛି ବିହାରରୁ ଭୁବନେଶ୍ୱର। ଛାତ୍ର ଓ କୋଟିପତି ଘରର ପିଲା...

Advertisement
Archives

Model This Week