ଖେଳ

ଜାପାନିଜ ଗ୍ରାଁ ପି: ବୋଟାସଙ୍କୁ ଷଷ୍ଠ ବିଶ୍ୱ ଟାଇଟଲ

ସୁଜୁକା,୧୪।୧୦(ଏଏଫ୍‌ପି)- ଫିନ୍‌ଲାଣ୍ଡର ମର୍ସିଡିଜ୍‌ ଡ୍ରାଇଭର ଭାଲଟେରୀ ବୋଟାସ ଜାପାନିଜ ଗ୍ରଁାପି ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲ ରେସ୍‌ରେ ସେ ୧:୩୧:୫୨:୯୪୨ ସେକେଣ୍ଡ ସମୟ ନେଇ ବିଜୟୀ ହୋଇଛନ୍ତି। ଚଳିତ ସେସନ୍‌ରେ ବୋଟାସଙ୍କ ଏହା ଦ୍ୱିତୀୟ ବିଜୟ। ରେସ୍‌ରେ ବୋଟାସ…

ନ୍ୟାଶନାଲ କ୍ୟାମ୍ପ ପାଇଁ ଭାରତୀୟ ମହିଳା ହକି ଦଳ ପହଞ୍ଚିଲା

ଭୁବନେଶ୍ୱର, ୧୪।୧୦(ସ୍ପୋଟର୍‌ସ ବ୍ୟୁରୋ)- ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ ହକି କ୍ୱାଲିଫାୟର ପାଇଁ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପ୍ରଶିକ୍ଷଣ ଶିବିର ସୋମବାର ଆରମ୍ଭ ହେବ। ଏଥିରେ ଯୋଗଦେବା ପାଇଁ ଭାରତୀୟ ମହିଳା ହକି ଦଳ ଭୁବନେଶ୍ୱରରେ ପହଞ୍ଚି। ନଭେମ୍ବର ୧ରୁ କ୍ୱାଲିଫାୟର ମ୍ୟାଚ ଖେଳାଯିବ।…

ଡଚ୍‌ ଓପନ୍‌ ବ୍ୟାଡମିଣ୍ଟନ: ଲକ୍ଷ୍ୟଙ୍କୁ ଟାଇଟଲ

ଅଲମେର,୧୩।୧୦(ପି.ଟି.)- ଉଦୀୟମାନ ବ୍ୟାଡମିଣ୍ଟନ ତାରକା ଭାରତର ଲକ୍ଷ୍ୟ ସେନ ଆଉ ଏକ ବିଶ୍ୱସ୍ତରୀୟ ସଫଳତା ଅର୍ଜନ କରିଛନ୍ତି। ନେଦରଲାଣ୍ଡ୍ସର ଅଲମେରଠାରେ ଖେଳାଯାଇଥିବା ଡଚ୍‌ ଓପନ୍‌ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ସେ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ…

ସୁଲତାନ ଜୋହର କପ୍‌ ହକି: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ ନ୍ୟୁଜିଲାଣ୍ଡ ୮-୨ ଗୋଲ୍‌ରେ ପରାସ୍ତ

ଜୋହର ବାହରୁ,୧୩।୧୦(ପି.ଟି.)- ଏଠାରେ ଚାଲିଥିବା ସୁଲତାନ ଜୋହାର କପ୍‌ ହକି ଟୁର୍ନାମେଣ୍ଟରେ ଭାରତୀୟ ଜୁନିୟର ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଶନିବାର ପ୍ରଥମ ମ୍ୟାଚ୍‌ରେ ଭାରତ ଆୟୋଜକ ମାଲେସିଆକୁ ୪-୨ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ରବିବାର…

ରୌପ୍ୟରେ ସନ୍ତୁଷ୍ଟ ମଞ୍ଜୁ ରାଣୀ

ଉଲାନ-ଉଡେ(ରୁଷିଆ),୧୩।୧୦(ପି.ଟି.)- ଭାରତୀୟ ବକ୍ସର ମଞ୍ଜୁ ରାଣୀଙ୍କ ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌ ଅଭିଯାନ ରୌପ୍ୟ ପଦକ ସହ ଶେଷ ହୋଇଛି। ରବିବାର ଅନୁଷ୍ଠିତ ୪୮ କେଜି ଓଜନ ବର୍ଗର ଫାଇନାଲରେ ମଞ୍ଜୁ ରୁଷିଆର ଇକାଟେରିନା ପାଲଟ୍‌ସେଭାଙ୍କଠାରୁ ପରାସ୍ତ ହୋଇଛନ୍ତି। ଦ୍ୱିତୀୟ ସିଡ୍‌ ଘରୋଇ…

ଆଗୁଆ ସିରିଜ୍‌ ଜିତିଲା ଭାରତ

ପୁଣେ,୧୩।୧୦- ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏକ ଇନିଂସ ଓ ୧୩୭ ରନ୍‌ରେ ଜିତିନେଇଛି। ପ୍ରଥମ ଇନିଂସରେ ଭାରତୀୟ ଦଳ ୬୦୧ ରନ୍‌ କରି…

କୋହଲିଙ୍କ ପରେ ଆମିଷ ଛାଡ଼ିଲେ ଛେତ୍ରୀ

କୋଲକାତା,୧୩।୧୦(ପିଟି)- ଭାରତୀୟ କ୍ରିକେଟ ଦଳର କ୍ୟାପ୍‌ଟେନ ବିରାଟ କୋହଲିଙ୍କ ପରେ ଫୁଟ୍‌ବଲ ଅଧିନାୟକ ସୁନୀଲ ଛେତ୍ରୀ ଆମିଷଖାଦ୍ୟ ଛାଡ଼ି ଦେଇଛନ୍ତି। ଆମିଷ ଖାଦ୍ୟ ଓ ଦୁଗ୍ଧଜାତ ଦ୍ରବ୍ୟ ବର୍ଜନ କରି ଶାକାହାରୀ ହୋଇଥିବା ଛେତ୍ରୀ କହିଛନ୍ତି। ଏହା ତାଙ୍କୁ ଅଧିକ ଫିଟ୍‌…

ପ୍ରଶଂସକ ସୁରକ୍ଷା କର୍ଡନ ଭାଙ୍ଗିବାକୁ ଗାଭାସ୍କରଙ୍କ ନାପସନ୍ଦ

ପୁଣେ,୧୩।୧୦(ପି.ଟି.)- ଏଠାରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ତଥା ଶନିବାର ଜଣେ ପ୍ରଶଂସକ ସୁରକ୍ଷା କର୍ଡନ ଡେଇଁ ଫିଲ୍ଡ ମଧ୍ୟକୁ ପ୍ରବେଶ କରିଥିଲେ। ଏହାକୁ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ନାପସନ୍ଦ…

ବିଜୟ ହଜାରେ ଟ୍ରଫି: ସଞ୍ଜୁ ସାମସନଙ୍କ ଦ୍ୱିଶତକ

ଅଲୁର,୧୩।୧୦- ଏଠାରେ ଚାଲିଥିବା ବିଜୟ ହଜାରେ ଟ୍ରଫିର ଦିନିକିଆ ଟୁର୍ନାମେଣ୍ଟରେ ଗୋଆ ବିପକ୍ଷ ମ୍ୟାଚ୍‌ରେ କେରଳର ସଞ୍ଜୁ ସାମସନ ଦ୍ୱିଶତକ ହାସଲ କରିଛନ୍ତି। ସେ ୧୨୯ ବଲର ସମ୍ମୁଖୀନ ହୋଇ ୨୧୨ ରନ୍‌ କରିଛନ୍ତି। ତାଙ୍କର ଏହି ବିସ୍ଫୋରକ ଇନିଂସରେ ୨୧…

ବିଜୟ ହଜାରେ ଟ୍ରଫି: ଶାନ୍ତନୁଙ୍କ ଚମତ୍କାର ବୋଲିଂ, ଓଡ଼ିଶା ବିଜୟୀ

କଟକ ଅଫିସ,୧୩ା୧୦- ଭଦୋଦରାର ମୋତିବାଗ୍‌ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୩୧ ରନରେ ବିଦର୍ଭକୁ ପରାସ୍ତ କରିଛି । ୮ଟି ମ୍ୟାଚ୍‌ ଖେଳି ସାରିଥିବା ଓଡ଼ିଶା ୩ଟି ବିଜୟ ସହ ୧୮ ପଏଣ୍ଟ…

ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ୨୦୦ ମିଟର ଫାଇନାଲରେ ଦୂତୀ

ଭୁବନେଶ୍ୱର, ୧୩।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚିରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ଇଭେଣ୍ଟରେ ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ପାଇଥିବା ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ୨୦୦ ମିଟରରେ ମଧ୍ୟ ପଦକର ନିକଟତର…

ସୁଲତାନ ଜୋହର କପ୍‌ ହକି: ବିଜୟରୁ ଭାରତର ଅଭିଯାନ

ଜୋହର ବାହରୁ, ୧୩।୧୦(ପି.ଟି.) – ଏଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ନବମ ସୁଲତାନ ଜୋହର ବାହରୁ କପ୍‌ରେ ଭାରତୀୟ ଜୁନିୟର ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ଆୟୋଜକ ମାଲେସିଆ ପରସ୍ପରକୁ ଭେଟିଥିଲେ। ଏହି ମ୍ୟାଚ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?