Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ‘ହକି ଭଳି ଫିଫା ବିଶ୍ୱକପ୍‌ ବୃହତ୍‌ ସଫଳତା ପାଇବ’

ଭୁବନେଶ୍ୱର, ୩୦।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଆସନ୍ତା ବର୍ଷ ଭାରତରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ଅନୁଷ୍ଠିତ ହେବ। ବିଶ୍ୱସ୍ତରୀୟ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ ଲାଗି ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ପୂର୍ବରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପ୍ରୋଭିଜିନାଲ ଭେନ୍ୟୁର ଅନୁମୋଦନ ଲାଭ କରିସାରିଛି। ଏହି ଅବସରରେ ଫିଫାର ଏକ ଟିମ୍‌ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତି ନିରୀକ୍ଷଣ କରିଛନ୍ତି। ବିଶ୍ୱକପ୍‌ ପାଇଁ ଷ୍ଟାଡିୟମ ପ୍ରସ୍ତୁତି ନିରୀକ୍ଷଣ କରିବା ପରେ ଫିଫା ଟୁର୍ନାମେଣ୍ଟ ଓ ଇଭେଣ୍ଟ ଡିଭିଜନ ମୁଖ୍ୟ ଓଲିଭର ଭୋଗତ୍‌ ସନ୍ତୋଷ ଜାହରି କରିବା ସହିତ ଏଠାରେ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଲେ ବୃହତ୍‌ ସଫଳତା ଲାଭ କରିବ ବୋଲି ସେ କହିଛନ୍ତି।
ହେଉଛି ଏପରି ଏକ ସହର ଯେଉଁଠାରେ ଖେଳକୁ ନେଇ ପ୍ରବଳ ଉତ୍ସାହ ରହିଛି। ତେଣୁ ଏଠାକୁ ଆସି ଆମେ ବହୁତ ଖୁସି ଅଛୁ। ହକି ବିଶ୍ୱକପ୍‌ ଏକବର୍ଷ ପୂର୍ବେ ଏଠାରେ ସଫଳତାର ସହ ଆୟୋଜିତ ହୋଇସାରିଛି। ଏବେ ଏହା ଫୁଟ୍‌ବଲକୁ ସ୍ଥାନାନ୍ତରିତ କରିବାର ସମୟ ଆସିଛି। ଭୁବନେଶ୍ୱର ଯଦି ଆୟୋଜନ ସହର ଅଧିକାର ଲାଭ କରେ ତେବେ ମୋର ପୁରା ବିଶ୍ୱାସ ରହିଛି କି, ହକି ବିଶ୍ୱକପ୍‌ ଭଳି ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ମଧ୍ୟ ବୃହତ୍‌ ସଫଳତା ଲାଭ କରିବ’ ବୋଲି ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଓଲିଭର ଏହା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁଭଳି ଭାବେ ବିଶ୍ୱକପ୍‌ ଆୟୋଜନ ଲାଗି ଷ୍ଟାଡିୟମର ପ୍ରସ୍ତୁତି ଚାଲିଛି ଏହା ୪ଟି ସହର ମଧ୍ୟରୁ ଗୋଟିଏ ଭେନ୍ୟୁର ମାନ୍ୟତା ପାଇବ ବୋଲି ଦୃଢ଼ ବିଶ୍ୱାସ ରହିଛି। ଲୋକାଲ୍‌ ଅର୍ଗାନାଇଜିଂ କମିଟି (ଏଲ୍‌ଓସି) ଟୁର୍ନାମେଣ୍ଟ ନିର୍ଦ୍ଦେଶିକା ରୋମା ଖାନ୍ନା ମଧ୍ୟ ଉପସ୍ଥିତ ରହିବା ସହିତ ଷ୍ଟାଡିୟମ ପ୍ରସ୍ତୁତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ତତ୍ପରତା ଦେଖାଦେଇଛି ସେଥିରେ ଖୁସି ଜାହିର କରିଛନ୍ତି।
ମାର୍ଚ୍ଚ ୨୬ରେ ଭାରତ-କାତାର ମ୍ୟାଚ୍‌:
‘୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ ଲାଗି ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ। ୨୦୨୦ ଫେବ୍ରୁୟାରୀ ସୁଦ୍ଧା କଳିଙ୍ଗ ଷ୍ଟାଡିୟମର ପ୍ରସ୍ତୁତି ଓ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ପୂର୍ବରୁ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଓ ପୁରୁଷ ହକି ବିଶ୍ୱକପ୍‌ ଏଠାରେ ସଫଳତାର ସହ ଆୟୋଜନ କରିଛୁ। ତେଣୁ ଏଥର ମଧ୍ୟ ପୂର୍ଣ୍ଣ ବିଶ୍ୱାସ ରହିଛି କି, ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌କୁ ମଧ୍ୟ ସଫଳତାର ସହ ଆୟୋଜନ କରିବୁ’ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଲ ଦେବ କହିଛନ୍ତି। ସେହିଭଳି ଆସନ୍ତା ବର୍ଷ ମାର୍ଚ୍ଚ ୨୬ରେ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ କାତାର ମଧ୍ୟରେ ୨୦୨୨ ଫିଫା ପୁରୁଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ ବୋଲି ସେ ଖବରଦାତା ସମ୍ମିଳନୀ ଅବସରରେ ଘୋଷଣା କରିଛନ୍ତି। ଉଲ୍ଳେଖଯୋଗ୍ୟ, ଗତ ୧୯ରେ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଓମାନଠାରୁ ୧-୦ ଗୋଲରେ ହାରି ଭାରତ ୨୦୨୨ ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବାରୁ ଏକପ୍ରକାର ବଞ୍ଚତ୍ତ ହୋଇଛି। ତେଣୁ ମାର୍ଚ୍ଚ ୨୬ରେ ଏଠାରେ କାତାର ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଭାରତ ପାଇଁ ଔପଚାରିକ ସଦୃଶ ହେବ।
ଡିସେମ୍ବର ୨୭ରେ ଘରୋଇ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ ଖେଳିବ ଓଡ଼ିଶା ଏଫ୍‌ସି
ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଚଳିତ ବର୍ଷ ପଦାର୍ପଣ କରିଥିବା ଓଡ଼ିଶା ଏଫ୍‌ସି ଟିମ୍‌ ଆସନ୍ତା ଡିସେମ୍ବର ୨୭ରେ ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଏହାର ପ୍ରଥମ ମ୍ୟାଚ୍‌ ଖେଳିବ ବୋଲି ଜଣାପଡ଼ିଛି। ଏହିଦିନ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳି ଘରୋଇ ଭେନ୍ୟୁରେ ଓଡ଼ିଶା ଦଳ ଏହାର ଅଭିଯାନ ଆରମ୍ଭ କରିବ। ପୂର୍ବରୁ ନଭେମ୍ବର ୨୪ରେ ଏଟିକେ ବିପକ୍ଷରେ ଓଡ଼ିଶା ଏଫ୍‌ସି ଏହାର ପ୍ରଥମ ମ୍ୟାଚ୍‌ ଖେଳିବ ବୋଲି କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଲାଗି କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତି କାମ ଚାଲିଥିବାରୁ ଓଡ଼ିଶା ଏଫ୍‌ସି ଏହାର ଘରୋଇ ମ୍ୟାଚ୍‌ ଖେଳିବାରେ ବିଳମ୍ବ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri