ଦୁଇ ଘଣ୍ଟାରୁ କମ୍ ସମୟରେ ମାରାଥନ ଦୌଡ଼ିଲେ କିପଚୋଗେ
ଭିଏନା,୧୩।୧୦(ଏଏଫ୍ପି)- କେନିଆର ଅଭିଜ୍ଞ ଧାବକ ଇଲିଉଡ କିପଚୋଗେ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଦୁଇ ଘଣ୍ଟାରୁ କମ୍ ସମୟ ନେଇ ସେ ମାରାଥନ (୪୨.୨ କି.ମି.) ଦୌଡ଼ିଛନ୍ତି। ବୃହତ୍ ଭିଏନା ପାର୍କରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା କୋର୍ସରେ ୩୪ ବର୍ଷୀୟ…
ବିଶ୍ୱ ବିଲିୟାଡର୍ସ ଚାମ୍ପିୟନଶିପ୍: ଗିଲଖ୍ରୀଷ୍ଟ ଚାମ୍ପିୟନ
ମେଲବୋର୍ନ,୧୩।୧୦(ପି.ଟି.)- ଏଠାରେ ଅନୁଷ୍ଠିତ ବିଶ୍ୱ ବିଲିୟାଡର୍ସ ଚାମ୍ପିୟନଶିପ୍ରେ ସିଙ୍ଗାପୁରର ପିଟର ଗିଲଖ୍ରୀଷ୍ଟ ଭାରତର ସୌରଭ କୋଠାରୀଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି। କୋଠାରୀଙ୍କୁ ୧୩୦୭- ୯୬୭ରେ ହରାଇ ଗିଲଖ୍ରୀଷ୍ଟ ଦୀର୍ଘ ୬ ବର୍ଷ ପରେ ଚାମ୍ପିୟନ ହୋଇଛନ୍ତି। ଏଥିସହିତ ସେ କୋଠାରୀଙ୍କଠାରୁ…
ବିଶ୍ୱ ଯୁବ ଚେସ୍ ଚାମ୍ପିୟନଶିପ୍: ଭାରତକୁ ୭ ପଦକ; ପ୍ରଜ୍ଞାନନ୍ଦଙ୍କୁ ସ୍ବର୍ଣ୍ଣ ପଦକ
ମୁମ୍ବାଇ,୧୩।୧୦(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱ ଯୁବ ଚେସ୍ ଚାମ୍ପିୟନଶିପ୍ରେ ଚେନ୍ନାଇର ୧୪ ବର୍ଷୀୟ ଗ୍ରାଣ୍ଡ ମାଷ୍ଟର ଆର. ପ୍ରଜ୍ଞାନନ୍ଦ ଦମ୍ଦାର ପ୍ରଦର୍ଶନ କରି ସଫଳତମ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ଶନିବାର ସେ ୧୮ ବର୍ଷରୁ କମ୍ ଓପନ କାଟାଗୋରି ବର୍ଗରେ ସ୍ବର୍ଣ୍ଣ…
ଏଫଆଇଏଚ୍ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି: ଦୀପ୍ଗ୍ରେସ୍, ଲିଲିମା ଓ ନମିତାଙ୍କୁ ସୁଯୋଗ; କଳିଙ୍ଗରେ ଭାରତୀୟ ମହିଳା ହକି କ୍ୟାମ୍ପ
ଭୁବନେଶ୍ୱର, ୧୩।୧୦(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ ଖେଳାଯିବ। ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ କଳିଙ୍ଗରେ ମ୍ୟାଚ ଖେଳିବେ। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା…
କାହିଁକି ‘ଆଇସ୍ ବାଥ୍’ କରନ୍ତି ଖେଳାଳି
ଆଜିକାଲି ଖେଳାଳିମାନେ ‘ଆଇସ୍ ବାଥ୍’ କରିବା ସାଧାରଣ ଘଟଣା ହୋଇଗଲାଣି। ନିକଟରେ ଭାରତୀୟ କ୍ରିକେଟର କେ.ଏଲ. ରାହୁଲ ଏବଂ ମହମ୍ମଦ ସାମିଙ୍କୁ ‘ଆଇସ୍ ବାଥ୍’ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଶେଷ…
ଡଚ୍ ଓପନ: ସେମିରେ ଲକ୍ଷ୍ୟ
ଆଲମେରେ(ନେଦରଲାଣ୍ଡ),୧୨।୧୦- ଦେଶର ଉଦୀୟମାନ ପୁରୁଷ ସିଙ୍ଗଲ୍ସ ଶଟଲର ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ଡଚ୍ ଓପନ ସୁପର ୧୦୦ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ରାତିରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ସେ ଅନ୍ୟ ଭାରତୀୟ ଖେଳାଳି ବି. ଏମ୍. ରାହୁଲ…
ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ: ୨୩ ଜଣିଆ ଭାରତୀୟ ଦଳ ଘୋଷିତ
ଗୁଆହାଟୀ,୧୨।୧୦(ପି.ଟି.)- ଆସନ୍ତା ମଙ୍ଗଳବାର କୋଲକାତାରେ ଖେଳାଯିବାକୁ ଥିବା ବାଂଲଦେଶ ବିପକ୍ଷ ଫିଫି ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପାଇଁ ଏକ ୨୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତ ହେଡ୍ କୋଚ୍ ଆଇଗର ଷ୍ଟିମାନ ଏହି ଦଳ ଘୋଷଣା କରିଛନ୍ତି।…
ଏହି ଭାରତୀୟ ଖେଳାଳିଙ୍କୁ ‘ଗୋରା’ କରି ଇଂରେଜମାନେ ନିଜ ଦଳରେ ଖେଳାଇବାକୁ ଚାହୁଁଥିଲେ
ମୁମ୍ବାଇର ଏକ ଧନୀ ପରିବାରରେ ୧୨ ଅକ୍ଟୋବର ୧୯୧୧ରେ ଜନ୍ମଗ୍ରହଣ କରିଥିଲେ ଭାରତୀୟ କ୍ରିକେଟର ବିଜୟ ମର୍ଚ୍ଚାଣ୍ଟ। ପିଲାଦିନେ ତାଙ୍କ ଘରେ ନାଁ ଦେଇଥିଲେ ବିଜୟ ଠାକ୍ରେ। କିନ୍ତୁ ସ୍କୁଲରେ ପଢ଼ିବାବେଳେ ତାଙ୍କ ନାଁ ଠାକ୍ରେରୁ ମର୍ଚ୍ଚାଣ୍ଟ କରାଯାଇଥିଲା। ତାଙ୍କୁ ଭାରତ…
୨୭୫ ରନ୍ରେ ଅଟକିଲା ଦକ୍ଷିଣ ଆଫ୍ରିକା
ପୁଣେ,୧୨।୧୦- ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦକ୍ଷିଣ ଆଫ୍ରିକା ୨୭୫ ରନ୍ରେ ସୀମିତ ରହିଛି। ଫଳରେ ପ୍ରଥମ ଇନିଂସରେ ୬୦୧ ରନ୍ କରିଥିବା ଭାରତ ୩୨୬ ରନ୍ର ଅଗ୍ରଣୀ ହାସଲ କରିଛି।…
ବ୍ରୋଞ୍ଜରେ ସନ୍ତୁଷ୍ଟ ମେରୀକମ୍
ଉଲାନ-ଉଡେ(ରୁଷିଆ),୧୨।୧୦(ପି.ଟି.)- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍.ସି. ମେରୀକମ୍ଙ୍କୁ ଚଳିତ ଥର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଠାରେ ଚାଲିଥିବା ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ର ସେମିଫାଇନାଲରେ ମେରୀକମ୍ ତୁର୍କୀର ବୁସେନାଜ କାକିରୋଗ୍ଲୁଙ୍କଠାରୁ ପରାସ୍ତ ହୋଇଛନ୍ତି। ତୃତୀୟ ସିଡ୍ ମେରୀକମ୍ଙ୍କୁ…
ପ୍ରଶଂସକଙ୍କ ପାଇଁ ତଳେ ପଡ଼ିଲେ ରୋହିତ
ପୁଣେ,୧୨।୧୦- ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନ ଏକ କୌତୂହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ଜଣେ ପ୍ରଶଂସକ ଗ୍ରାଉଣ୍ଡ ବାରିକେଡ ଡେଇଁ ସ୍ଲିପ ଅଞ୍ଚଳରେ ଫିଲ୍ଡିଂ କରୁଥିବା ଭାରତୀୟ ଓପନର ରୋହିତ ଶର୍ମାଙ୍କ…
କୋହଲିଙ୍କ ଦ୍ୱିଶତକ ପରେ ଏମିତି ସେଲିବ୍ରେଶନ କଲେ ଅନୁଷ୍କା
ପୁଣେ,୧୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ କୋହଲି ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। କୋହଲି ନିଜର ୮୧ତମ ଟେଷ୍ଟରେ…

