Posted inଖେଳ

ସୟଦ ମୁସ୍ତାକ ଅଲି ଟି୨୦: ଫାଇନାଲରେ କର୍ନାଟକ

ସୁରାଟ,୨୯।୧୧- ଅଭିମନ୍ୟୁ ମିଥୁନଙ୍କ ଘାତକ ବୋଲିଂ ପରେ ଓପନରଙ୍କ ଅର୍ଦ୍ଧଶତକ ବଳରେ କର୍ନାଟକ ୮ ଉଇକେଟ ହାତରେ ରଖି ହରିୟାଣାକୁ ହରାଇ ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍‌ରେ ଅଭିମନ୍ୟୁ ମିଥୁନ ଗୋଟିଏ ଓଭରରେ ୫ ଉଇକେଟ ନେବା ସବୁଠୁ ଉଲ୍ଲେଖନୀୟ ଘଟଣା ଥିଲା।
ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ହରିୟାଣା
୧୯ ଓଭରରେ ୩ ଉଇକେଟ ହରାଇ ୧୯୨ ରନ୍‌ କରିଥିଲା। ଏଣୁ ଦଳୀୟ ସ୍କୋର ସହଜରେ ୨୦୦ ଅତିକ୍ରମ କରିବ ଲାଗୁଥିଲା। ହେଲେ ଅନ୍ତିମ ଓଭରରେ ଅଭିମନ୍ୟୁ ହ୍ୟାଟ୍ରିକ ସହ ୫ ଉଇକେଟ ନେଇଥିଲେ। ଫଳରେ ଦଳ ଧାର୍ଯ୍ୟ ୨୦ ଓଭରରେ ୮ ଉଇକେଟ ହରାଇ ୧୯୪ ରନ୍‌ କରିଥିଲା। ହରିୟାଣା ପକ୍ଷରୁ ହିମାଂଶୁ ରାଣା ୬୧, ଚଇତନ୍ୟ ବିଶନୋଇ ୫୫ ଓ ହର୍ଶାଲ ପଟେଲ ୩୪ ରନ୍‌ କରିଥିଲେ। ବେଲିଂରେ ମିଥୁନ ୫ ଓ ଶ୍ରେୟାସ ଗୋପାଲ ୨ ଉଇକେଟ ହାତେଇଥିଲେ। ଜବାବରେ କର୍ନାଟକର ଓପନରମାନେ ପ୍ରଥମ ଉଇକେଟ ପାଇଁ ୯.୩ ଓଭରରେ ୧୨୫ ଯୋଡ଼ିଥିଲେ। ଲୋକେଶ ରହୁଲ ୬୬ (୬ ଛକା ଓ ୪ ଚୌକା) ରନ୍‌ କରି ଆଉଟ୍‌ ହେବା ପରେ ଦେବଦତ୍ତ ପଡିକଲଙ୍କ ସହ କ୍ରିଜରେ ଯୋଗ ଦେଇଥିଲେ ମୟଙ୍କ ଅଗ୍ରଓ୍ବାଲ। ଦୁହେଁ ୨୬ ବଲରେ ୫୭ ରନ୍‌ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ବିଜୟ ଲକ୍ଷ୍ୟଠାରୁ ୧୩ ରନ୍‌ ବାକି ଥିବାବେଳେ ଦେବଦତ୍ତ (୮୭ ରନ୍‌, ୧୧ ଚୌକ ଓ ୪ ଛକା) ପ୍ୟଭିଲିଅନ ଫେରିଯାଇଥିଲେ। ପରେ ଅଗ୍ରଓ୍ବାଲ (୩୦*) ଓ ଅଧିନାୟକ ମନୀଷ ପାଣ୍ଡେ(୩*) ବଳକା ରନ୍‌ ସଂଗ୍ରହ କରି ନେଇଥିଲେ। ଫଳରେ କର୍ନାଟକ ହାତରେ ୮ ଉଇକେଟ ରଖି ୩୦ ବଲ ପୂର୍ବରୁ ୧୯୫ ରନ୍‌ କରି ମ୍ୟାଚ୍‌ ଜିତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri