ଖେଳ

ସାଥି ଖେଳାଳିଙ୍କ ସହ ଗୋ-ମାଂସ ସେବନ କରିଛନ୍ତି ରୋହିତ ! ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ

ମେଲବୋର୍ନ,୩।୧: ହୋଟେଲରେ ନଖାଇ ରେଷ୍ଟୁରାଣ୍ଟରେ ଖାଇ ଅଡୁଆରେ ଫସିଛନ୍ତି ୫ ଭାରତୀୟ ଖେଳାଳି। ସେମାନେ ବାୟୋ ସିକ୍ୟୁରିଟି ନିୟମର ଉଲ୍ଲଂଘନ କରିଛନ୍ତି କି ନାହିଁ ତାର ତଦନ୍ତ କରାଯାଉଥିବା ବେଳେ ଖେଳାଳିମାନଙ୍କୁ ଅଲଗା ଏକାନ୍ତବାସରେ ରଖାଯାଇଛି। ଘଟଣାକୁ ନେଇ ବିଶେଷଭାବେ ଉପଅଧିନାୟକ…

ରାଞ୍ଚି ପରେ ଏବେ ବିଦେଶରେ ବଢ଼ିଲା ଚାହିଦା: ଦୁବାଇ ଯିବ ଧୋନୀଙ୍କ ଫାର୍ମହାଉସ ପନିପରିବା

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍‌ରେ ପନିପରିବା ଚାଷ କରୁଛନ୍ତି। ଏବେ ତାଙ୍କ ଫାର୍ମରେ ଫଳିଥିବା ପନିପରିବା ଦୁବାଇକୁ ପଠାଯିବ। ଧୋନୀଙ୍କ ଫାର୍ମର ପନିପରିବାକୁ ବିଦେଶକୁ ପଠାଇବା…

ସୌରଭ ଗାଙ୍ଗୁଲିଙ୍କ ହାର୍ଟ ସର୍ଜରୀ ସଫଳ

କୋଲକାତା,୩।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଶନିବାର ହାର୍ଟ ଆଟାକ୍‌ ଆସିଥିଲା। ଚିକିତ୍ସା ପାଇଁ ତାଙ୍କୁ ଉଡ୍‌ଲ୍ୟାଣ୍ଡସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ହାର୍ଟର ଏକ ଛୋଟ ଅପରେଶନ୍‌ କରାଯାଇଥିଲା। ହାର୍ଟ ସର୍ଜରୀ ସଫଳ ରହିଥିବା ହସ୍ପିଟାଲ…

ଆଇଏସ୍‌ଏଲ: ପ୍ରଥମ ବିଜୟ ଲକ୍ଷ୍ୟରେ ଓଡ଼ିଶା, ଇଷ୍ଟ ବେଙ୍ଗଲ

ଭାସ୍କୋ,୩।୧(ପି.ଟି.): ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଓ ଇଷ୍ଟ ବେଙ୍ଗଲ ରବିବାର ମୁହାଁମୁହିଁ ହେବେ। ଦୁଇ ଦଳର ପ୍ରଦର୍ଶନ ଏପର୍ଯ୍ୟନ୍ତ ଆସାନୁରୂପ ହୋଇ ପାରିନାହିଁ। ଦୁଇ ଦଳ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛନ୍ତି। ଓଡ଼ିଶା ଏପର୍ଯ୍ୟନ୍ତ…

ପୁରୁଷ ହକି କ୍ୟାମ୍ପ ଜାନୁୟାରୀ ୫ରୁ

ନୂଆଦିଲ୍ଲୀ, ୩ା୧ (ପି.ଟି.)-ବେଙ୍ଗାଲୁରୁରେ ମଙ୍ଗଳବାରଠାରୁ ଭାରତୀୟ ପୁରୁଷ ହକି ଜାତୀୟ କ୍ୟାମ୍ପ ଆରମ୍ଭ ହେବ। ୩୩ ସମ୍ଭାବ୍ୟ ଖେଳାଳିଙ୍କୁ ନେଇ ଏହା ଆୟୋଜନ ହେବ। ସେମାନଙ୍କ ମଧ୍ୟରେ ଅଧିନାୟକ ମନପ୍ରୀତ ସିଂ ଓ ଗୋଲକିପର ପି.ଆର୍‌. ଶ୍ରୀଜେସ ଅଛନ୍ତି। ଓଡ଼ିଶାରୁ ଡିଫେଣ୍ଡର…

ବୟସ ଲୁଚାଇଛନ୍ତି ପାକିସ୍ତାନ ପେସ୍‌ ବୋଲର: ଅସିଫ୍‌

କରାଚୀ, ୩ା୧ (ପି.ଟି.)-ପାକିସ୍ତାନ କ୍ରିକେଟ ଟିମ୍‌ର ବର୍ତ୍ତମାନ ପେସ୍‌ ବୋଲରମାନଙ୍କ ପ୍ରକୃତ ବୟସ ଲୁଚାଯାଇଛି। ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ଜାଲିଆତି ହୋଇଛି। ଜନ୍ମ ପ୍ରମାଣପତ୍ରରେ ଯାହା ଦର୍ଶାଯାଇଛି, ସେମାନେ ପ୍ରକୃତରେ ତାହାଠାରୁ ୯ରୁ ୧୦ ବର୍ଷ ବଡ଼ ବୋଲି ଦେଶର ପୂର୍ବତନ…

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଲାୟନ୍ସକୁ ହରାଇଲା ଚିତାସ

ଭୁବନେଶ୍ୱର,୩।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ରେ ଶନିବାର ଓଡ଼ିଶା ଚିତାସ ଟୁର୍ନାମେଣ୍ଟର ୧୩ତମ ମ୍ୟାଚରେ ୧୧ ରନରେ ଓଡ଼ିଶା ଲାୟନ୍ସକୁ ହରାଇଛି। ବ୍ୟାଟିଂ ପାଇଁ ଆମନ୍ତ୍ରଣ…

ରେଷ୍ଟୁରାଣ୍ଟ ଭିଡିଓ ଭାଇରାଲ: ରୋହିତଙ୍କ ସେମେତ ୫ ଖେଳାଳି ଆଇସୋଲେଶନରେ

ମେଲବୋର୍ନ,୩।୧(ପି.ଟି.): ଉପଅଧିନାୟକ ରୋହିତ ଶର୍ମାଙ୍କ ସମେତ ୫ଜଣ ଭାରତୀୟ ଖେଳାଳିଙ୍କୁ ମେଲବୋର୍ନରେ ଆଇସୋଲେଶନରେ ରଖାଯାଇଛି। ଜୈବ ସୁରକ୍ଷା ପ୍ରୋଟୋକଲର ସମ୍ଭାବ୍ୟ ଉଲ୍ଲଂଘନ ପାଇଁ ଉଦୀୟମାନ ଓପନର ଶୁବମନ ଗିଲ, ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ, ନବଦୀବ ସଇନି, ପୃଥ୍ବୀ ଶ ଓ…

ମୁମ୍ବାଇ ସିନିୟର ଦଳରେ ଅର୍ଜୁନ ତେନ୍ଦୁଲକର

ମୁମ୍ବାଇ,୩।୧(ପି.ଟି.): ପ୍ରଥମଥର ପାଇଁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ଯୁବ ବାମହାତୀ ଦ୍ରୁତ ବୋଲର ଅର୍ଜୁନଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ମୁମ୍ବାଇର ବର୍ଦ୍ଧିତ ୨୨ ଜଣିଆ ଦଳରେ ସାମିଲ…

ଇଣ୍ଡିଆନ ସୁପର ଲିଗ୍‌: କେରଳକୁ ହରାଇଲା ମୁମ୍ବାଇ

ବାମ୍ବୋଲିନ୍‌,୩।୧: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳଯାଇଥିବା ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୨-୦ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ମୁମ୍ବାଇ ସମ୍ପୂର୍ଣ୍ଣ ପ୍ରଭାବ ବିସ୍ତାର କରି ଖେଳିବା ସହ କେରଳକୁ ଗୋଲ ସ୍କୋର କରିବାର ସୁଯୋଗ…

ସୌରଭ ଗାଙ୍ଗୁଲିଙ୍କୁ ହୃଦ୍‌ଘାତ

କୋଲକାତା, ୩ା୧ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମୃଦୁ ହୃଦ୍‌ଘାତ ହୋଇଛି। ଶନିବାର ସକାଳେ ଜିମ୍‌ରୁ ଫେରିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଭାରତୀୟ ଖେଳାଳିଙ୍କୁ ମହଙ୍ଗା ପଡ଼ିଲା ରେଷ୍ଟୁରାଣ୍ଟରେ ଖାଇବା

ସିଡ୍‌ନୀ,୨।୧: ଦଳୀୟ ଖେଳାଳିଙ୍କ ହୋଟେଲରେ ନ ଖାଇ ରେଷ୍ଟୁରାଣ୍ଟରେ ଖାଇବା ୫ ଭାରତୀୟ ଖେଳାଳିଙ୍କୁ ମହଙ୍ଗା ପଡ଼ିଛି। ଉପଅଧିନାୟକ ରୋହିତ ଶର୍ମା, ଋଷଭ ପନ୍ଥ, ଶୁଭମନ ଗିଲ, ନବଦୀପ ସାଇନି ଓ ପୃଥ୍ବୀ ଶ’ଙ୍କୁ ଆଇସୋଲେଶନରେ ରଖାଯାଇଛି। ଏହି ଖେଳାଳିମାନଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?