Posted inଖେଳ

ଇଣ୍ଡିଆନ ସୁପର ଲିଗ୍:‌ ନର୍ଥଇଷ୍ଟଠାରୁ ହାରିଲା ଓଡ଼ିଶା, ଶୀର୍ଷରେ ଏଟିକେ ମୋହନ ବାଗାନ

ଭାସ୍କୋ,୧୫।୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସିଠାରୁ ୩-୧ ଗୋଲରେ ଓଡ଼ିଶା ପରାସ୍ତ ହୋଇଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ନର୍ଥଇଷ୍ଟ ପ୍ରଭାବ ବିସ୍ତାର କରି ଖେଳିଥିଲା। ବିଜୟୀ ଦଳ ତରଫରୁ ଲୁଇସ୍‌ ମାଚାଡୋ ଡବଲ୍‌ ଗୋଲ ସ୍କୋର କରିଥିଲେ। ସେ ୯ ଓ ୨୪ତମ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ଡେଶର୍ନ ବ୍ରାଉନ ୧୯ତମ ମିନିଟ୍‌ରେ ଗୋଲ ଦେଇ ନର୍ଥଇଷ୍ଟକୁ ୨-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍‌ରେ ଓଡ଼ିଶା ତରଫରୁ ବ୍ରାଡ ଇନ୍‌ମ୍ୟାନ ଗୋଲ ଦେଇ ଦଳକୁ ମ୍ୟାଚ୍‌କୁ ଫେରାଇଥିଲେ ଓ ଦଳ ପାଇଁ ସାନ୍ତ୍ୱନାମୂଳକ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ନର୍ଥଇଷ୍ଟ ମୋଟ ଉପରେ ୩-୧ ରେ ଅଗ୍ରଣୀ ହାସଲ କରିଥିଲା। ପ୍ରଥମାର୍ଦ୍ଧ ଘଟଣା ବହୁଳ ହୋଇଥିଲା ଓ ଏକାଧିକ ନାଟକୀୟ ମୋଡ ଦେଖିତ୍ବାକୁ ମିଳିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ତରଫରୁ ଗୋଲ ଦେବାକୁ ପ୍ରୟାସ କରାଯାଇଥିଲା। ସୁଯୋଗ ହାସଲ କରିଥିଲେ ମଧ୍ୟ କୌଣସ ଦଳ ଗୋଲ ଦେଇପାରି ନ ଥିଲେ। ଫଳରେ ଶେଷରେ ନର୍ଥଇଷ୍ଟ ବିଜୟୀ ହୋଇଥିଲା। ୮୫ତମ ମିନିଟ୍‌ରେ ବିଜୟୀ ଦଳର ଗୁରୁଜିନ୍ଦର କୁମାରଙ୍କୁ ରେଫରି ରେଡ୍‌ କାର୍ଡ ଦେଖାଇଥିଲେ। ବଲ୍‌ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଓଡ଼ିଶା ଆଗରେ ରହିଥିଲେ ମଧ୍ୟ ଏହାର ଫାଇଦା ଉଠାଇବାରେ ବିଫଳ ହୋଇଥିଲା। ଶେଷ ପର୍ଯ୍ୟନ୍ତ ଓଡ଼ିଶା ନର୍ଥଇଷ୍ଟ ଉପରେ ଚାପ ପ୍ରୟୋଗ କରିଥିଲେ ମଧ୍ୟ କିଛି ଫଳ ମିଳି ନ ଥିଲା।
ଏହି ବିଜୟ ସହ ନର୍ଥଇଷ୍ଟ ମୋଟ୍‌ ୧୭ଟି ମ୍ୟାଚ୍‌ ଖେଳି ୬ ବିଜୟ, ୮ ଡ୍ର ଓ ୩ ପରାଜୟ ସହ ୨୬ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନକୁ ଉଠି ପ୍ଲେ- ଅଫ୍‌ ଖେଳିବା ଆଶା ଦୃଢ କରିଛି। ଗୋଆ ଓ ହାଇଦ୍ରାବାଦଠାରୁ ନର୍ଥଇଷ୍ଟ ଅଧିକ ଦୁଇ ପଏଣ୍ଟ ପାଇ ଦୌଡ଼ରେ ଆଗରେ ରହିଛି। ଅନ୍ୟପଟେ ଓଡ଼ିଶା ଏପର୍ଯ୍ୟନ୍ତ ୧୭ଟି ମ୍ୟାଚ୍‌ ଖେଳି ୧ ବିଜୟ, ୬ ଡ୍ର ଓ ୧୦ ପରାଜୟ ସହ ୯ ପଏଣ୍ଟ ପାଇ ତାଲିକାର ୧୧ତମ ତଥା ନିମ୍ନତମ ସ୍ଥାନରେ ରହିଛି। ଓଡ଼ିଶାର ପ୍ଲେ- ଅଫ୍‌ ଆଶା ବହୁ ପୂର୍ବରୁ ଶେଷ ହୋଇସାରିଛି। ରବିବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍‌ରେ ଏଟିକେ ମୋହନ ବାଗାନ ୧-୦ ଗୋଲରେ ଜାମଶେଦପୁଣ ଏଫ୍‌ସିକୁ ହାରଇ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri