Posted inଖେଳ

ହରଭଜନଙ୍କୁ ପଛରେ ପକାଇଲେ ଅଶ୍ୱିନ

ଚେନ୍ନାଇ,୧୫।୨(ପି.ଟି.): ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ଅକ୍ତିଆର କରି ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକାଧିକ ସଫଳତା ଅର୍ଜନ କରିଛନ୍ତି। ଭାରତରେ ସେ ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ପଛରେ ପକାଇ ଦ୍ୱିତୀୟ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଛନ୍ତି। ଅଶ୍ୱିନ ବେନ୍‌ ଷ୍ଟୋକ୍ସଙ୍କୁ ଆଉଟ କରି ହରଭଜନଙ୍କୁ ପଛରେ ପକାଇଛନ୍ତି। ହରଭଜନ ପୂର୍ବରୁ ଭାରତରେ ୨୮.୭୬ ରନ ହାରରେ ୨୬୫ଟି ଉଇକେଟ ହାସଲ କରିଥିଲେ। ଅଶ୍ୱିନ ଭାରତରେ ୨୬୬ଟି ଉଇକେଟ ହାସଲ କରିଛନ୍ତି। ମୋଟ ଉପରେ ଅଶ୍ୱିନ ୭୬ଟି ଟେଷ୍ଟ ଖେଳି ୨୫.୨୬ ରନ ହାରରେ ୩୯୧ଟି ଉଇକେଟ ହାସଲ କରିଛନ୍ତି। ଭାରତ ମାଟିରେ ଅଶ୍ୱିନ ଏବେ ୨୨.୬୭ ରନ ହାରରେ ୨୬୬ଟି ଉଇକେଟ ଅକ୍ତିଆର କରିଛନ୍ତି। ତେବେ ସେ ସ୍ପିନ ଲିଜେଣ୍ଡ ଅନିଲ କୁମ୍ବଲେଙ୍କ ପଛରେ ରହିଛନ୍ତି। କୁମ୍ବଲେ ଭାରତରେ ୨୪.୮୮ ରନ ହାରରେ ସର୍ବାଧିକ ୩୫୦ ଉଇକେଟ ହାସଲ କରିଛନ୍ତି। କୁମ୍ବଲେ ଟେଷ୍ଟରେ ମୋଟ ୬୧୯ଟି ଉଇକେଟ ହାସଲ କରି ଭାରତର ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି। କିମ୍ବଦନ୍ତୀ ଦ୍ରୁତ ବୋଲର କପିଳ ଦେବ ୪୩୪ ଉଇକେଟ ହାସଲ କରି ଦ୍ୱିତୀୟ ସଫଳତମ ବୋଲର ଭାବେ ତାଲିକାରେ ସ୍ଥାନ ପାଇଛନ୍ତି। ସେହିପରି ହରଭଜନ ୪୧୭ଟି ଉଇକେଟ ଅକ୍ତିଆର କରି ତୃତୀୟ ସ୍ଥାନରେ ରହିଛନ୍ତି। ୩୯୧ ଉଇକେଟ ସହ ଅଶ୍ୱିନ ଏହି କ୍ରମରେ ଚତୁର୍ଥ ସ୍ଥାନରେ ରହିଛନ୍ତି।
୩୪ ବର୍ଷୀୟ ଅଶ୍ୱିନ ୨୯ଥର ଗୋଟିଏ ଇନିଂସରେ ୫ ଉଇକେଟ ସଫଳତା ପାଇଛନ୍ତି। ସେହିପରି ୭ଥର ସେ କୌଣସି ମ୍ୟାଚ୍‌ରେ ୧୦ ଉଇକେଟ ସଫଳତା ହାସଲ କରିଛନ୍ତି। ୭/୫୯ ହେଉଛି ତାଙ୍କ ଶ୍ରେଷ୍ଠ ଇନିଂସ ସଫଳତା ଓ ୧୩/ ୧୩୦ ହେଉଛି ତାଙ୍କର ଶ୍ରେଷ୍ଠ ମ୍ୟାଚ୍‌ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?