Posted inଖେଳ

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ଓଡ଼ିଶା- କର୍ନାଟକ ସେମିଫାଇନାଲ ଆଜି

ଭୁବନେଶ୍ୱର,୧୫।୨: ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲ ମ୍ୟାଚରେ ବିଜୟୀ ହେବା ସହ ଓଡ଼ିଶା ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ସଚିନ ତେନ୍ଦୁଲକର ଷ୍ଟାଡିୟମରେ ଅନୁଷ୍ଠିତ ତୃତୀୟ କ୍ୱାର୍ଟର ଫାଇନାଲରେ ଓଡ଼ିଶା ୮୯ ରନରେ ଝାଡଖଣ୍ଡକୁ ହରାଇ ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଟସ୍‌ ଜିତି ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ଝାଡଖଣ୍ଡ ପାଇଁ ୨୧୧ ରନର ଟାର୍ଗେଟ ଧାର୍ଯ୍ୟ କରିଥିଲା। ଓଡ଼ିଶା ତରଫରୁ ନକୁଳ ୮୧, ଲିଙ୍ଗରାଜ ୪୪, ଶୁଖରାମ ୨୮, ପଙ୍କଜ ୨୦ ଓ କାଳିଆ ୧୬ ରନ କରିଥିଲେ।
ଜବାବରେ ଝାଡଖଣ୍ଡ ବ୍ୟାଟିଂ ଆରମ୍ଭ କରି ୨୦ ଓଭରରେ ୭ ଉଇକେଟ ହରାଇ ମାତ୍ର ୧୨୨ ରନ କରି ଆତ୍ମସମର୍ପଣ କରିଥିଲା। ବୋଲିଂରେ ଓଡ଼ିଶା ତରଫରୁ ପଙ୍କଜ ଭୁଏ ୩, ତପନ ଗୌଡ଼ ୨ ଓ ସିଙ୍ଗରାଇ ମାଜି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଦମ୍‌ଦାର ପ୍ରଦର୍ଶନ ପାଇଁ ନକୁଳ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସୋମବାର ଓଡ଼ିଶା ସେମିଫାଇନାଲରେ କର୍ନାଟକକୁ ଭେଟିବ। ସେହିପରି ଦ୍ୱିତୀୟ ସେମିରେ ହରିୟାଣା ଓ ଆନ୍ଧ୍ରପ୍ରଦେଶ ମୁହଁାମୁହିଁ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

କେପ୍‌ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍‌ରେ ସଭିଙ୍କୁ ଚକିତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଛି କେପ୍‌ ଭର୍ଡି । କେପ୍‌ ଭର୍ଡି ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆୟର୍ଲାଣ୍ଡକୁ ଲାଗିଲା ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ଜିତି ଆୟର୍ଲାଣ୍ଡ ସିରିଜ କବ୍ଜା କରିଥିଲା। ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ କୌଣସି ଫର୍ମାଟରେ ଟିମ ଇଣ୍ଡିଆ ବିପକ୍ଷରେ ସିରିଜ…

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ବୟାନ ଦେଲେ ସୁନୀଲ ଗାଭାସ୍କର, ଗମ୍ଭୀରଙ୍କୁ କଲେ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୨୯।୬: ଭାରତୀୟ କ୍ରିକେଟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଛି। ଏହା ପ୍ରଥମ ଥର ପାଇଁ…

ସିରିଜ୍ ହାରିବା ପରେ ଗୌତମ ଗମ୍ଭୀରଙ୍କୁ ଟ୍ରୋଲ୍ କଲା ଆଇସଲାଣ୍ଡ କ୍ରିକେଟ୍,ଭାଇରାଲ ହେଉଛି ପୋଷ୍ଟ

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଆୟର୍ଲାଣ୍ଡ କ୍ଲିନ ସୁଇପ କରିଛି । ଅନ୍ତିମ ଅନ୍ତର୍ଜାତୀୟ ଟି ୨୦ କ୍ରିକେଟ ମ୍ୟାଚରେ ଆୟର୍ଲାଣ୍ଡ ଏକ ରନରେ ଭାରତକୁ ପରାଜୟ କରିଛି…

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri