Posted inଖେଳ

ବୋଲିଂ ପରେ ବ୍ୟାଟିଂରେ କରାମତି ଦେଖାଇଲେ ଅଶ୍ୱିନ

ଚେନ୍ନାଇ, ୧୫।୨ : ରବିଚନ୍ଦ୍ରନ ଅଶ୍ୱିନ ବୋଲିଂ ପରେ ବ୍ୟାଟିଂରେ ନିଜ କରାମତି ଦେଖାଇଛନ୍ତି। ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫ ଉଇକେଟ ହାତେଇଥିବା ଅଶ୍ୱିନ ଦ୍ୱିତୀୟ ପାଳିରେ ହାସଲ କରିଛନ୍ତି ଶତକ। ଆଉ ତାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଯୋଗୁ ତୃତୀୟ ଦିନ ସୁଦ୍ଧା ବିଜୟ ଦ୍ୱାରରେ ପହଞ୍ଚି ସାରିଛି ଟିମ୍‌ ଇଣ୍ଡିଆ।

ପ୍ରଥମ ଇନିଂସରେ ୧୯୫ ରନ୍‌ର ଅଗ୍ରଣୀ ହାସଲ କରିଥିବା ଭାରତୀୟ ଦଳ ତା’ର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର (୫୪/୧)ରୁ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୧୦୬ ରନ୍‌ ମଧ୍ୟରେ ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା ଟିମ୍‌ ଇଣ୍ଡିଆ। ଏହାପରେ ଅଧିନାୟକ ବିରାଟ କୋହଲି ଓ ଅଶ୍ୱିନ ସପ୍ତମ ଉଇକେଟ ପାଇଁ ଯୋଡ଼ିଥିଲେ ୯୬ ରନ୍‌। କୋହଲି (୬୨) ଆଉଟ୍‌ ହେବା ପରେ ଅଶ୍ୱିନ ନିମ୍ନ କ୍ରମର ବ୍ୟାଟ୍ସମ୍ୟାନଙ୍କ ସହ ମିଶି ନିଜ ଶତକ ପୂରଣ କରିଥିଲେ। ୧୪୮ ବଲ ଖେଳି ଅଶ୍ୱିନ (୧୦୬) ହାସଲ କରିଥିଲେ କ୍ୟାରିୟରର ୫ମ ଶତକ। ତାଙ୍କ ଇନିଂସରେ ଥିଲା ୧୪ ଚୌକା ଓ ଗୋଟିଏ ଛକା। ଘରୋଇ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୨୮୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଆଉ ପ୍ରତିପକ୍ଷ ଦଳ ଆଗରେ ଛିଡ଼ା କରିଥିଲା ୪୮୨ ରନ୍‌ର ବିଶାଳ ଟାର୍ଗେଟ। ଜବାବରେ ଇଂଲଣ୍ଡ ତୃତୀୟ ଦିନ ଶେଷ ପର୍ଯ୍ୟନ୍ତ ଖେଳି ୩ ଉଇକେଟ ହରାଇ ୫୩ ରନ୍‌ କରିବାକୁ ସକ୍ଷମ ହୋଇଛି। ଡାନିଏଲ ଲରେନ୍ସ (୨୫) ଓ ଅଧିନାୟକ ଜୋ ରୁଟ୍‌ (୨) ଅପରାଜିତ ଅଛନ୍ତି। ଭାରତୀୟ ଦଳ ପକ୍ଷରୁ ଅକ୍ଷର ପଟେଲ ୨ ଉଇକେଟ ନେଇଥିବାବେଳେ ଅଶ୍ୱିନ ହାତେଇଛନ୍ତି ଗୋଟିଏ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

ଗଠନ ହେଲା ଶୁକ୍ରାଦିତ୍ୟ ଯୋଗ: ଲାଗିଲା ଲଟେରୀ, ଚାକିରିରେ ବଡ଼ ପଦୋନ୍ନତି! ଜାଣନ୍ତୁ ୩ ଭାଗ୍ୟଶାଳୀ ରାଶି କିଏ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରାଦିତ୍ୟ ଯୋଗକୁ ସୁଖ-ସମୃଦ୍ଧି, ମାନ-ସମ୍ମାନ ଓ ଉନ୍ନତିର ପ୍ରତୀକ ଭାବେ ଦେଖାଯାଏ। ଜ୍ୟୋତିଷ ଗଣନା ଅନୁସାରେ, ୧୭ ଅକ୍ଟୋବର ୨୦୨୬ରେ ସୂର୍ଯ୍ୟ ତୁଳା…

ପ୍ରଖର ଜଳସ୍ରୋତରେ ଭାସିଗଲା ପୋଲ: ୨୫ରୁ ଊର୍ଦ୍ଧ୍ୱ ଗାଁକୁ ଯାନବାହନ ଚଳାଚଳ ବନ୍ଦ

ଦିଗପହଣ୍ଡି, ୩୦।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ପରେ ନାଳରେ ପ୍ରବାହିତ ପ୍ରଖର ଜଳସ୍ରୋତ ଯୋଗୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଡେଙ୍ଗାଓସ୍ତା-ଭୀଷ୍ମଗିରି ରାସ୍ତାର ପାଞ୍ଚଆମ୍ବ…

ବନ୍ୟା ବିପତ୍ତି ବେଳେ ରାସ୍ତାରୋକୋ: ଭଞ୍ଜନଗରବାସୀଙ୍କ ଦୁଃଖ ଦ୍ୱିଗୁଣିତ

ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚଳିତ ବର୍ଷ ଦେଖାଦେଇଥିବା ଭୟାବହ ବନ୍ୟା ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଏଭଳି ବନ୍ୟା ପରିସ୍ଥିତି…

ଭାରତକୁ ବଡ଼ ଝଟକା: ବଢ଼ିବ ପେଟ୍ରୋଲ-ଡିଜେଲ ଦର! ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୦।୧୦: ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ କାରଣରୁ ହର୍ମୁଜ ପ୍ରଣାଳୀ ଦେଇ ଅଶୋଧିତ ତୈଳ ଯୋଗାଣ ପ୍ରଭାବିତ ହେବା ପରେ ଭାରତ ଅନ୍ୟାନ୍ୟ ବିକଳ୍ପ ଖୋଜିବା…

ଲୁଣା ନଦୀବନ୍ଧରୁ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ

ମାର୍ଶାଘାଇ,୩୦।୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲାର ଲୁଣା ନଦୀବନ୍ଧ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ବୟସ ପ୍ରାୟ ୪୦…

ଗୁରୁ-ଶନିଙ୍କ ମଧ୍ୟରେ ଗଠନ ହେଲା ଷଡ଼ାଷ୍ଟକ ଯୋଗ: ୩ ରାଶିଙ୍କ ପାଇଁ ଭାରୀ ଖରାପ, ପାଖରୁ ପଳାଇବ ସବୁ ଟଙ୍କା!

ନୂଆଦିଲ୍ଲୀ,୩୦।୧୦: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ଚଳନ ଓ ସ୍ଥିତିର ପ୍ରଭାବ ମଣିଷ ଜୀବନ ଉପରେ ପଡ଼ିଥାଏ। ଏବେ ଗୁରୁ ଓ ଶନିଙ୍କ ମଧ୍ୟରେ ଷଡ଼ାଷ୍ଟକ…

ନ୍ୟୁଜିଲାଣ୍ଡରେ ପହଞ୍ଚିଲେ କିଙ୍ଗ କୋହଲି: ଘଟିଲା ଏମିତି, ଯାହାକୁ ଦେଖି କାନ୍ଦି ପକାଇଲେ ମହିଳା ଫ୍ୟାନ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଶୁଭମନ…

ମାତ୍ର ୩୫ ରନ୍‌ କରିବା କ୍ଷଣି ବିଶ୍ୱରେକର୍ଡ ଭାଙ୍ଗିବେ ଅଭିଷେକ ଶର୍ମା: ହାତରେ ରହିଛି ବଡ଼ ସୁଯୋଗ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?