Posted inଖେଳ

ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲମାବାଦ୍‌,୧୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟ ଅଧିନାୟକ ଇମ୍ରାନ ଖାନ ଭାରତୀୟ କ୍ରିକେଟ୍‌ ଦଳକୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ କହିଛନ୍ତି ଯେ ଭାରତ ମୌଳିକ କ୍ରିକେଟ ଭିତ୍ତିଭୂମିରେ ଉନ୍ନତି ହେତୁ ବିଶ୍ୱର ଏକ ପ୍ରମୁଖ ଦଳ ଭାବେ ପରିଣତ ହେଉଛି। ପାକିସ୍ତାନ ସର୍ବଦା ଏକ ଭଲ ଦଳ କିନ୍ତୁ କ୍ରିକେଟ ଢାଞ୍ଚାରେ ଉନ୍ନତି ନ ଥିବାରୁ ଏହା ବିଶ୍ୱସ୍ତରରେ ପ୍ରାଧାନ୍ୟ ବିସ୍ତାର କରିପାରୁ ନାହିଁ ବୋଲି ସେ କହିଛନ୍ତି। ଇସଲମାବାଦରେ ଗଣମାଧ୍ୟମକୁ ସୂଚନା ଦେଇ ଇମ୍ରାନ କହିଛନ୍ତି ଯେ ଆଜି ଭାରତକୁ ଦେଖ, ସେମାନେ ଦୁନିଆର ଶ୍ରେଷ୍ଠ ଦଳ ଭାବେ ପରିଗଣିତ, କାରଣ ସେମାନେ ସେମାନଙ୍କର ଢାଞ୍ଚାରେ ଉନ୍ନତି ଆଣିଛନ୍ତି, ଯଦିଓ ଆମର ଅଧିକ ପ୍ରତିଭା ରହିଛି। ସେ କହିଛନ୍ତି, କୌଣସି ଏକ ଢାଞ୍ଚାରେ କାମ କରିବା ଏବଂ ପ୍ରତିଭା ଅନ୍ବେଷଣ କରିବା ପାଇଁ ସମୟ ଲାଗିଥାଏ କିନ୍ତୁ ମୋର ବିଶ୍ୱାସ ଅଛି ଯେ ଆମ ଦଳ ମଧ୍ୟ ବିଶ୍ୱର ଶ୍ରେଷ୍ଠ ଦଳ ହେବ। ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ଖେଳିବାକୁ ତାଙ୍କ ପାଖରେ ଅଧିକ ସମୟ ନାହିଁ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ସଂରକ୍ଷକ ଇମ୍ରାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତନଙ୍କ ହତ୍ୟା ପରେ ସିୟାଙ୍କ କଥା ବଖାଣିଲେ ସିକ୍ୟୁରିଟି ଗାର୍ଡ, ଦେଲେ ବିସ୍ଫୋରକ ବୟାନ

ପୁଣେ, ୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପରର ଘଟଣା ବର୍ଣ୍ଣନା କରିଛନ୍ତି ସିକ୍ୟୁରିଟି ଗାର୍ଡ ଧୀରଜ ଯାଦବ। ସେ କହିଛନ୍ତି…

ସ୍ବାଭାବିକ ହେଲା ହର୍ମୁଜ, ଦିନକରେ ଜାହାଜ ଚଳାଚଳ ଦ୍ୱିଗୁଣିତ

ତହରାନ୍‌,୨୬।୬: ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ପରେ ଇନ୍ଧନ ପରିବହନ ନେଇ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ୍‌ ଷ୍ଟ୍ରେଟ୍‌ ସ୍ବାଭାବିକ ହୋଇଛି। ଗତ…

ବଢ଼ିଲା ଉଦ୍ଧବଙ୍କ ଚିନ୍ତା, ପାର୍ଲାମେଣ୍ଟ ଅଫିସ ହରାଇବା ସ୍ଥିତିରେ ଶିବସେନା

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବୁଧବାର ସାରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri