ଖେଳ

‘ଧୋନୀଙ୍କ ଅନୁପସ୍ଥିତିରେ ଖୋଜିବାକୁ ପଡ଼ିବ ସଫଳତାର ବାଟ’

ନୂଆଦିଲ୍ଲୀ,୧୬।୭: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତିରେ ଚାଇନା ମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ସଫଳ ହେବାର ବାଟ ଖୋଜିବାକୁ ପଡ଼ିବ। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ ସ୍ପିନର ଭେଙ୍କଟପଥି ରାଜୁ। ଶ୍ରୀଲଙ୍କାରେ ବଲ ତଳୁଆ ରହିବ। ସାଧାରଣତଃ…

ଟି୨୦ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଦୁବାଇ,୧୬।୭: ଆଗାମୀ ଟି୨୦ ବିଶ୍ୱକପ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। କାରଣ ଦୁଇ ଦଳକୁ ସମାନ ଗ୍ରୁପରେ ରଖାଯାଇଛି। ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଥିବା ଇଭେଣ୍ଟର ବିଭିନ୍ନ ଗ୍ରୁପରେ କେଉଁ କେଉଁ ଦଳ ସ୍ଥାନ ପାଇଛନ୍ତି,…

କୋଭିଡ୍‌ ମାମଲା ବୃଦ୍ଧି ପାଉଛି; ହେଲେ ଇଲଂଣ୍ଡକୁ ବିକଳ୍ପ ଖେଳାଳି ପଠାଇବାକୁ ମନା କଲା ବିସିସିଆଇ

ନୂଆଦିଲ୍ଲୀ,୧୬।୭: ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହୋଇ ନ ଥିବା ବେଳେ ଟିମ୍‌ ଇଣ୍ଡିଆର ୨ଜଣ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପରେ କୋଚିଂ ଷ୍ଟାଫ୍‌ ଧ୍ୟାନଚାନ୍ଦ ଗରାନି…

ବଂଶୀ ବଜାଇଲେ ଧାଓ୍ବନ: ସ୍ବରର ତାଳେ ତାଳେ ଗୀତ ଗାଇଲେ ଶ’

କଲମ୍ବୋ,୧୬।୭: ଭାରତୀୟ ଓପନର୍‌ ଶିଖର ଧାଓ୍ବନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ପ୍ରଶଂସକଙ୍କ ସହ ଫଟୋ-ଭିଡିଓ ଶେୟାର କରନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ବଂଶୀ ବଜାଉଥିବାର ନଜର ଆସିଛନ୍ତି। ଯୁବ ବ୍ୟାଟ୍ସମ୍ୟାନ…

ଏହି କ୍ରିକେଟର୍‌ଙ୍କୁ ଚାପୁଡା ମାରିବାକୁ ଧମକ ଦେଲେ ଚହଲ

କଲମ୍ବୋ,୧୬।୭: ଭାରତୀୟ ଦଳର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ବୋଲିଂ ସହିତ ସୋସିଆଲ ମିଡିଆରେ ନିଜର ମଜାଳିଆ ଭିଡିଓ ପାଇଁ ପ୍ରସିଦ୍ଧ। ବିସିସିଆଇ ଚହଲଙ୍କ ଏକ ଭିଡିଓ ଟୁଇଟ୍‌ କରିଛି। ଭିଡିଓରେ ସେ କୁଳଦୀପ ଯାଦବଙ୍କ ସହ ମସ୍ତି କରୁଥିବା…

ଅଲିମ୍ପିକ୍ସ ସେଲିଂ: ନେଥ୍ରା, ବିଷ୍ଣୁଙ୍କ ବୋଟ୍‌ ଟୋକିଓରେ ପହଞ୍ଚିଲା

ଟୋକିଓ,୧୬।୭(ପି.ଟି.): ଅଲିମ୍ପିକ୍ସ ସେଲିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ଦୁଇ ଭାରତୀୟ ସେଲର ନେଥ୍ରା କୁମାନନ ଓ ବିଷ୍ଣୁ ସରଭାନନଙ୍କ ବୋଟ୍‌ ଇତିମଧ୍ୟରେ ଟୋକିଓରେ ପହଞ୍ଚିଛି। ଏହି ବୋଟ୍‌ ମାଧ୍ୟମରେ ଦୁଇ ପ୍ରତିଯୋଗୀ ଅଲିମ୍ପିକ୍ସ ସେଲିଂ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଜୁଲାଇ…

ଉଦ୍‌ଘାଟନୀ ଉତ୍ସବରେ ହଜାରେରୁ କମ୍‌ ଭିଆଇପି

ଟୋକିଓ,୧୬।୭(ପି.ଟି.): ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଏଥର ୧୦୦୦ରୁ କମ୍‌ ସଂଖ୍ୟକ ଭିଆଇପି ଓ ବିଦେଶୀ ମାନ୍ୟଗଣ୍ୟ ଅତିଥି ଯୋଗଦେବେ। ଏ ନେଇ ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି। ଜୁଲାଇ ୨୩ ତାରିଖରେ ନ୍ୟାଶନାଲ ଷ୍ଟାଡିୟମରେ ଆୟୋଜନ ହେବାକୁ…

ଟି୨୦ ସିରିଜ ହାରିଲା ଭାରତୀୟ ମହିଳା ଦଳ

ଚେଲମ୍ସଫର୍ଡ,୧୬।୭: ଭାରତ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଛି। ଓପନର ଡ୍ୟାନି ହ୍ବେଟ୍‌ଙ୍କ ଅପରାଜିତ ୮୯ ରନ (୫୬ ବଲ, ୧୨ ଚୌକା, ୧ ଛକା)ର ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ବଳରେ ଇଂଲଣ୍ଡ…

ପୋଗାକାର ଟାଇଟଲ ନିକଟତର

ଲୁଜ୍‌ ଆର୍ଡିଡେନ୍‌, ୧୬ା୭-ସ୍ଲୋଭେନିଆର ଟାଡେଜ ପୋଗାକାର (ୟୁଏଇ ଟିମ୍‌ ଏମିରେଟ୍ସ) ଟୁର୍‌ ଡି ଫ୍ରାନ୍ସ ସାଇକେଲ ରେସ୍‌ର ୧୮ତମ ବିଜେତା ହୋଇଛନ୍ତି। ଏଥିସହିତ ସେ ଟାଇଟଲ ନିକଟତର ହୋଇଛନ୍ତି। ଗୁରୁବାର ପାଉଠାରୁ ଲୁଜ୍‌ ଆର୍ଡିଡେନ୍‌ ୧୨୯.୭ କିଲୋମିଟର ବିଶିଷ୍ଟ ଚଳିତବର୍ଷର ଶେଷ…

ଦଳ ଛାଡ଼ିଲେ ଦୀପକ ହୁଡା

ନୂଆଦିଲ୍ଲୀ, ୧୫।୭: ଅଲରାଉଣ୍ଡର ଦୀପକ ହୁଡା ଭଦୋଦ୍ରା କ୍ରିକେଟ ଆସୋସିଏଶନ (ବିସିଏ) ଠାରୁ ଦୂରେଇ ଯାଇଛନ୍ତି। ଆଗାମୀ ଘରୋଇ ସିଜନରେ ସେ ରାଜସ୍ଥାନ ପାଇଁ ଖେଳିବେ। ‘ଦୀପକ ଆମକୁ ଯୋଗ ଦେଉଥିବାରୁ ଆମେ ଉତ୍ସାହିତ’ ବୋଲି ରାଜସ୍ଥାନ କ୍ରିକେଟ ଆସୋସିଏଶନ (ଆରସିଏ)…

ଅଲିମ୍ପିକ୍ସରେ ସବୁଠୁ ବଡ଼ ଦଳ ଚାଇନା

ବେଜିଂ,୧୫।୭: ଟୋକିଓ ଅଲିମ୍ପିକ୍ସକୁ ଚାଇନା ସର୍ବବୃହତ୍‌ ଦଳ ପଠାଇବ। ୪୩୧ଜଣ ଆଥ୍‌ଲେଟଙ୍କୁ ନେଇ ଗଠିତ ଏହି ଦଳକୁ ମିଳିଛି ଅଲିମ୍ପିକ୍ସର ସବୁଠାରୁ ବଡ଼ ଦଳର ମାନ୍ୟତା। ଏହି ଦଳରେ ସ୍ଥାନ ପାଇଛନ୍ତି ୨୪ ଅଲିମ୍ପିକ୍‌ ଚାମ୍ପିୟନ। ଯୋଗ୍ୟତା ହାସଲକାରୀଙ୍କ ଆଥ୍‌ଲେଟଙ୍କ ମଧ୍ୟରେ…

କ୍ରୀଡ଼ା ମହାକୁମ୍ଭ ଲାଗି ଗାଇଡ୍‌ଲାଇନ

ଟୋକିଓ,୧୫।୭: ଆଥ୍‌ଲେଟ, ଉପସ୍ଥାପକ (ପ୍ରେଜେଣ୍ଟର୍ସ) ଓ ଭଲ୍ୟୁଟର୍ସ ଗ୍ରୁପ ଫଟୋ ନେଇ ପାରିବେ ନାହିଁ। ପୋଡିୟମରେ ପଦକଧାରୀ ଆଥ୍‌ଲେଟଙ୍କୁ ପୂରା ସମୟ ମାସ୍କ ପିନ୍ଧିବାକୁ ପଡ଼ିବ। ଏଭଳି ଗାଇଡ୍‌ଲାଇନରେ ଖେଳାଯିବ ଟୋକିଓ ଅଲିମ୍ପିକ୍ସ। ଆସନ୍ତା ୨୩ ତାରିଖରୁ ଜାପାନର ରାଜଧାନୀରେ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?