Posted inଖେଳ

ବୁମରା, ଶାର୍ଦ୍ଦୁଳଙ୍କ ର଼୍ୟାଙ୍କିଙ୍ଗ୍‌ରେ ପରିବର୍ତ୍ତନ

ଦୁବାଇ,୮।୯: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ପେସର ଯଶପ୍ରୀତ ବୁମରା ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ର଼୍ୟାଙ୍କିଙ୍ଗ୍‌ରେ ପରିବର୍ତ୍ତନ ଆସିଛି। ପୂର୍ବରୁ ୧୦ମ ସ୍ଥାନରେ ଥିବା ବୁମରା ଏବେ ଗୋଟିଏ ସ୍ଥାନ ଉପରକୁ ଉଠି ୯ମ ସ୍ଥାନ ହାସଲ କରିଛନ୍ତି। ଭାରତୀୟ ଦଳ ଓଭାଲ ଟେଷ୍ଟ ବିଜୟ ପଛରେ ବୁମରାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଅନ୍ତିମ ଦିନ ଜବରଦସ୍ତ ବୋଲିଂ କରି ଓଲି ପୋପ ଓ ଜନ୍ନି ବେଆରଷ୍ଟୋଙ୍କୁ କ୍ଲିନ ବୋଲ୍ଡ କରିଥିଲେ।

ଅନ୍ୟପକ୍ଷରେ ଅଲରାଉଣ୍ଡର ଶାର୍ଦ୍ଦୁଳ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ୨୦ଟି ସ୍ଥାନ ଉପରକୁ ଉଠିଛନ୍ତି। ଓଭାଲ ଟେଷ୍ଟର ଉଭୟ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପୂର୍ବରୁ ଜଣେ ବ୍ୟାଟ୍ସମ୍ୟାନ ଭାବେ ସେ ୭୯ତମ ର଼୍ୟାଙ୍କରେ ଥିଲେ। ଆଉ ବୋଲରଙ୍କ ତାଲିକାରେ ୭ ସ୍ଥାନ ଉପରକୁ ଉଠି ୪୯ତମ ସ୍ଥାନ ଅଧିକାର କରିଛନ୍ତି। ପୂରା ମ୍ୟାଚ୍‌ରେ ୪ ଉଇକେଟ ହାତେଇଥିଲେ ଶାର୍ଦ୍ଦୁଳ।

ଅଷ୍ଟ୍ରେଲିଆର ପାଟ କୁମିନ୍ସଙ୍କ ନେତୃତ୍ୱାଧୀନ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ବରିଷ୍ଠ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବୁମରାଙ୍କ ବ୍ୟତୀତ ଟପ୍‌ ୧୦ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଅନ୍ୟପକ୍ଷରେ ରୋହିତ ଶର୍ମା ଓ ବିରାଟ କୋହଲି ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ୫ମ ଓ ୬ଷ୍ଠ ସ୍ଥାନରେ ରହିଛନ୍ତି। ଦୁଇ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୩୦ ପଏଣ୍ଟର ବ୍ୟବଧାନର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ପୁଅ ସଫଳତା ପାଇବାରେ ଏହି କ୍ରିକେଟର୍‌ଙ୍କ ବାପାଙ୍କ ହାତ

ନୂଆଦିଲ୍ଲୀ,୧୫।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ରଣଜୀ ଟ୍ରଫି ଡେବ୍ୟୁ ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି। ଏହି ସଫଳତାରେ ଟିମ ଇଣ୍ଡିଆର ପୂର୍ବତନ...

ବିଜୟ ଏକମାତ୍ର ଲକ୍ଷ୍ୟ

ଦୁବାଇ, ୨୨।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଉଭୟ ଦଳ ପଏଣ୍ଟ...

ଟି୨୦ ସିରିଜ: ଅଷ୍ଟ୍ରେଲିଆର କ୍ଲିନ୍‌ ସୁଇପ୍‌

ମେଲବୋର୍ନ,୧।୧୧ (ଏଏଫ୍‌ପି)- ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରଜରେ ଘରୋଇ ଅଷ୍ଟ୍ରେଲିଆ କ୍ଲିନ୍‌ ସୁଇପ୍‌ କରିଛି। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା...

କର ବା ମର ମ୍ୟାଚ୍‌; ପ୍ରଥମେ ବ୍ୟାଟିଂ କରିବ କେକେଆର

ଦୁବାଇ,୧।୧୦: ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି କୋଲକାତା ନାଇଟ୍‌...

କେବଳ କ୍ରୁଣାଳ ନୁହନ୍ତି, ହୀରାର ସଉକ ରଖନ୍ତି ଭାଇ ହାର୍ଦ୍ଦିକ ପାଣ୍ଡା: ଗୋଟିଏ ଘଣ୍ଟାର ମୂଲ୍ୟରେ କିଣିପାରିବେ ସୁଇମିଂ ପୁଲ ଥିବା ବଙ୍ଗଳା

ନୂଆଦିଲ୍ଲୀ,୧୩।୧୨: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟାଙ୍କ ଭଳି ତାଙ୍କ ସାନ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ହୀରାର ସଉକ ରଖନ୍ତି। ହାର୍ଦ୍ଦିକ ନିଜର...

ଧୋନୀଙ୍କ ପାଇଁ ଜୁନ୍‌ ୨୩ ଲକି କାହିଁକି

ନୂଆଦିଲ୍ଲୀ, ୨୩।୬- ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ କରାଯାଏ। କ୍ରିକେଟ୍‌ ଇତିହାସର ପ୍ରଥମ ଅଧିନାୟକ ଭାବେ ଧୋନୀ ଅନ୍ତର୍ଜାତୀୟ...

ଧୋନୀଙ୍କୁ ଆଉଟ୍‌ କରିବା ପରେ ଭାବପ୍ରବଣ ହେଲେ ଏହି ବୋଲର୍‌: କହିଦେଲେ ଏମିତି

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୧ରେ ରାଜସ୍ଥାନ ରୟାଲ୍ସ (ଆରଆର) ପାଇଁ ଖେଳୁଥିବା ବାମହାତୀ ଦ୍ରୁତ ବୋଲର ଚେତନ ସାକରିଆ ତାଙ୍କ ଖେଳ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।...

ମୁମ୍ବାଇ ଇଣ୍ଡିଆନ୍ସକୁ ୨୩୪ ରନ୍‌ ବିଜୟ ଟାର୍ଗେଟ ଦେଲା ଗୁଜୁରାଟ ଟାଇଟନ୍ସ

ଅହମ୍ମଦାବାଦ,୨୬।୫: ମୁମ୍ବାଇ ଇଣ୍ଡିଆନ୍ସକୁ ୨୩୪ ରନ୍‌ ବିଜୟ ଟାର୍ଗେଟ ଦେଇଛି ଗୁଜୁରାଟ ଟାଇଟନ୍ସ। ପ୍ରଥମେ ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ...

Advertisement
Archives

Model This Week