Posted inଖେଳ

ରୋହିତଙ୍କ ଓପନିଂ ପାର୍ଟନର କୋହଲି ନୁହନ୍ତି

ନୂଆଦିଲ୍ଲୀ,୯।୯: ଗତ ମାର୍ଚ୍ଚରେ ବିରାଟ କୋହଲି ସଫଳତାର ସହ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଓପନିଂ କରିଥିଲେ। ଆଉ ଟି୨୦ ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ହେବାକୁ ଚାହୁଁଥିବା ସ୍ବୀକାର କରିଥିଲେ ଅଧିନାୟକ କୋହଲି। କିନ୍ତୁ ଟି୨୦ ବିଶ୍ୱକପ୍‌ ଲାଗି ତାଙ୍କୁ ଓପନର ଭାବେ ବଛା ଯାଇ ନାହିଁ। ଦଳରେ ରୋହିତଙ୍କୁ ମିଶାଇ ୩ ଓପନରଙ୍କୁ ସାମିଲ କରାଯାଇଛି। ସେମାନେ ହେଲେ ଲୋକେଶ ରାହୁଲ ଓ ଇଶାନ କିଷନ। ଟି୨୦ ବିଶ୍ୱକପ୍‌ ଲାଗି ଭାରତୀୟ ଦଳର ଘୋଷଣା ବେଳେ ଏହା ସ୍ପଷ୍ଟ କରିଛନ୍ତି ଚୟନ କମିଟି ମୁଖ୍ୟ ଚେତନ ଶର୍ମା।

କିନ୍ତୁ ଯଦି ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରେ, ପରିସ୍ଥିତି ଅନୁଯାୟୀ କୋହଲି ଓପନ କରିବା ଉଚିତ, ତେବେ ସେମାନେ ଏହା କରିପାରିବେ। କିନ୍ତୁ ରାହୁଲ, ରୋହିତଙ୍କ ମୁଖ୍ୟ ଓପନିଂ ପାର୍ଟନର। ଯଦି ଦରକାର ପଡ଼େ ସେ ଉଇକେଟ କିପିଂ କରିବେ। ଦଳରେ ତୃତୀୟ ଓପନର ଭାବେ କିଷନଙ୍କୁ ନିଆଯାଇଛି, କାରଣ ସେ ଦଳକୁ ଖୁବ୍‌ ବିକଳ୍ପ ଦେଉଛନ୍ତି। ସେ ଜଣେ ଓପନର ଭାବେ ଓ ମଧ୍ୟକ୍ରମରେ ବି ଖେଳିବା ପାଇଁ ଫିଟ୍‌। ଆଉ ସ୍ପିନରଙ୍କ ବିପକ୍ଷରେ ବଡ଼ ବଡ଼ ଶଟ୍‌ ଖେଳିବାର ଦକ୍ଷତା କାରଣରୁ ତାଙ୍କୁ ଶିଖର ଧାଓ୍ବନ ଓ ପୃଥ୍ବୀ ଶ’ଙ୍କ ବଦଳରେ ନିଆଯାଇଛି ବୋଲି ଚୟନ କମିଟି ମୁଖ୍ୟ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରାବଣୀ, ଅମିୟଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୫।୫ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୪ର ସ୍ପ୍ରିଣ୍ଟ ଇଭେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମହିଳା...

ଅମିତ୍‌, ବ୍ରଜ ଭୂଷଣ ଓସ୍‌ଜା ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର, ୨୨।୬ (ସ୍ପୋଟର୍‌ସ ବ୍ୟୁରୋ)- ପ୍ରତିବର୍ଷ ଭଳି ୨୦୧୮ ବର୍ଷ ଲାଗି କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ରାଜ୍ୟର ଦୁଇ କ୍ରୀଡ଼ାବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିବା...

ଆଇପିଏଲରୁ ଓହରିଲେ ବିସ୍ଫୋରକ ଓପନର

ମୁମ୍ବାଇ,୧।୩: ଆସନ୍ତା ୨୬ ତାରିଖରୁ ହେବାକୁ ଯାଉଥିବା ଆଇପିଏଲରୁ ଓହରି ଯାଇଛନ୍ତି ଇଂଲଣ୍ଡ ଓପନର ଜାସନ ରୟ। ପ୍ରାୟ ୨ ମାସ ଧରି ଟୁର୍ନାମେଣ୍ଟ ବବଲରେ...

କୋହଲିଙ୍କ ବ୍ୟତୀତ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ ଏହି ଖେଳାଳି

ଲଣ୍ଡନ,୨୬ା୧- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ଦକ୍ଷତା ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟ୍‌ଙ୍କ ନିକଟରେ ରହିଛି। ଏଭଳି କହି ଇଂଲଣ୍ଡ...

ପଦକ ନିଶ୍ଚିତ କଲେ ପଙ୍ଘାଲ, କୌଶିକ

ଏକଟେରିନବର୍ଗ, ୧୮।୯ (ପି.ଟି.): ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଅମିତ୍‌ ପଙ୍ଘାଲ (୫୨ କିଗ୍ରା) ଓ ମନୀଷ କୌଶିକ (୬୩ କିଗ୍ରା) ଏଠାରେ ଚାଲିଥିବା...

ଡବଲ୍ସରେ ଭାରତ ଚାମ୍ପିୟନ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି): ଥାଇଲାଣ୍ଡର ସି-ରଚାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମାଷ୍ଟର୍ସ ଗେମ୍ସର ଗେଟବଲ୍‌ ଡବଲ୍ସରେ ଭାରତ ଚାମ୍ପିୟନ ହୋଇଛି। ପ୍ରତିଯୋଗିତାରେ ଓଡିଶାର\ ୨ଟି ଦଳ ଓ...

ଦିଲ୍ଲୀ ଛାଡ଼ି ଉତ୍ତରାଖଣ୍ଡ ପାଇଁ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ, ୩।୯- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଚଳିତ ଘରୋଇ ସିଜନରେ ନୂଆ ଦଳ...

୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଖେଳିବେ ଇଂଲଣ୍ଡ ଖେଳାଳି

କରାଚୀ,୧୬ା୯: ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପହଞ୍ଚିଛି ଇଂଲଣ୍ଡ କ୍ରିକେଟ ଦଳ। ଜୋସ ବଟଲରଙ୍କ ନେତୃତ୍ୱାଧୀନ ଦଳ କରାଚୀ ବିମାନ...

Advertisement
Archives

Model This Week