Posted inଖେଳ

ଭାରତୀୟ ଦଳକୁ ଫେରିଲେ ଧୋନୀ

ନୂଆଦିଲ୍ଲୀ,୮।୯: ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ଏଥର ଖେଳାଳି ଭାବେ ନୁହେଁ। ସପୋର୍ଟ ଷ୍ଟାଫର ସଦସ୍ୟ ଭାବେ ଧୋନୀ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ରେ ଉପସ୍ଥିତ ରହିବେ। ଆସନ୍ତା ଅକ୍ଟୋବରରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଟିମ୍‌ ଇଣ୍ଡିଆର ମେଣ୍ଟର ଦାୟିତ୍ୱ ଧୋନୀଙ୍କୁ ଦିଆଯାଇଛି। ବିସିସିଆଇର ଏଭଳି ନିଷ୍ପତ୍ତି କ୍ରିକେଟର ପ୍ରଶଂସକଙ୍କୁ ଚକିତ କରି ଦେଇଛି, କହିଲେ ଭୁଲ ହେବ ନାହିଁ।

ପୂର୍ବତନ ଭାରତୀୟ ଅଧିନାୟକ ଧୋନୀ ମେଣ୍ଟର ଭାବେ ଟି୨୦ ବିଶ୍ୱକପ୍‌ ଦଳ ସହ ରହିବେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ଘୋଷଣା କରିଛନ୍ତି। ‘ମୁଁ ତାଙ୍କ ସହ କଥା ହୋଇଛି। ସେ ମେଣ୍ଟର ଭାବେ ଭାରତୀୟ ଦଳ ସହ ରହିବାକୁ ରାଜି। ଏ ସମ୍ପର୍କରେ ମୁଁ ସମସ୍ତଙ୍କ ସହ ଆଲୋଚନା କରିଥିଲି। ସେମାନେ ମୋ ସହ ଏକମତ। ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଦଳର ପ୍ରତ୍ୟେକ ସଦସ୍ୟଙ୍କ ସହ କଥା ହୋଇଥିଲି, ସମସ୍ତେ ରାଜି’ ବୋଲି ଶାହ କହିଛନ୍ତି।

ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ସହ ୩ ଷ୍ଟାଣ୍ଡବାଇ ଖେଳାଳିଙ୍କ ନାମ ଘୋଷଣା କରିଛି। ଏଥିରେ ଶ୍ରେୟାସ ଆୟାର, ଶାର୍ଦ୍ଦୁଳ ଠାକୁର ଓ ଦୀପକ ଚହର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶଫିଲ୍ଡ ଶିଲ୍ଡରେ ରେକର୍ଡ ପାର୍ଟନରଶିପ୍‌

ଆଡିଲେଡ: ଅଷ୍ଟ୍ରେଲିଆର ପ୍ରଥମଶ୍ରେଣୀ ଘରୋଇ କ୍ରିକେଟ ପ୍ରତିଯୋଗିତା ଶେଫିଲ୍ଡ ଶିଲ୍ଡରେ ରେକର୍ଡ ପାର୍ଟନରଶିପ୍‌ ସୃଷ୍ଟି କରିଛନ୍ତି ଟେଷ୍ଟ ବ୍ୟାଟ୍ସମ୍ୟାନ ମାର୍କୁସ ହାରିସ ଓ ପ୍ରତିଭା ସମ୍ପନ୍ନ...

ଚୌକା କି ଛକା-ନୋ’ କି ଓ୍ବାଇଡ୍‌ ବଲ୍‌ ନୁହେଁ, ଗୋଟିଏ ବଲ୍‌ରୁ ଏମିତି ୭ ରନ୍‌ ସଂଗ୍ରହ କଲେ ବ୍ୟାଟ୍ସମ୍ୟାନ୍‌: ଦେଖନ୍ତୁ ଭିଡିଓ

ଖ୍ରୀଷ୍ଟଚର୍ଚ୍ଚ,୯।୧: କ୍ରିକେଟ ପଡ଼ିଆରେ କିଛି ନା କିଛି ରୋଚକ ଘଟଣା ଦେଖିବାକୁ ମିଳିଥାଏ। ନିକଟରେ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୨ ମ୍ୟାଚ ବିଶିଷ୍ଟ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଶେୟାର କରି ଇଂଲଣ୍ଡକୁ ସମାଲୋଚନା କଲେ ସେହ୍ବାଗ: ଭାଇରାଲ ହେଉଛି ପୋଷ୍ଟ

ଓଭାଲ୍‌,୭।୯: ଲିଡ୍ସ ଟେଷ୍ଟ ହାରିବା ପରେ ଓଭାଲରେ ଭାରତ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ଇନିଂସରେ ୯୯ ରନ ପଛରେ ରହିବା ସତ୍ତ୍ୱେ ଭାରତ...

ଏକଦିବସୀୟ କ୍ରିକେଟରରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର

କ୍ରିକେଟରେ ହ୍ୟାଟ୍ରିକ୍‌ ନେବା ସବୁ ବୋଲରଙ୍କଙ୍କ ସ୍ବପ୍ନ ଥାଏ। ଏକଦିବସୀୟ କ୍ରିକେଟରେ ଏପର୍ଯ୍ୟନ୍ତ ୪୯ଟି ହ୍ୟାଟ୍ରିକ ହୋଇଛି। ପ୍ରଥମ ହ୍ୟାଟ୍ରିକ ବେଶ୍‌ ରୋଚକ ଥିଲା। ସାଧାରଣତଃ...

ଆବୁଧାବି ଗ୍ରାଁ ପ୍ରି: ହାମିଲଟନ ଚାମ୍ପିୟନ

ଆବୁଧାବି, ୨।୧୨ (ଏଏଫିପି)- ମର୍ସିଡିଜ ଡ୍ରାଇଭର ବ୍ରିଟେନର ଲୁଇସ୍‌ ହାମିଲଟନ ଏଠାରେ ଅନୁଷ୍ଠିତ ଆବୁଧାବି ଗ୍ରାଁ ପ୍ରି ଫର୍ମୁଲା-୧ ରେସ୍‌ରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ...

ଭାରତର ଅଲିମ୍ପିକ ଥିମ୍‌ ଗୀତ ଉନ୍ମୋଚିତ

ନୂଆଦିଲ୍ଲୀ, ୨୪ା୬ (ପି.ଟି.)- ଭାରତର ଅଫିସିଆଲ ଅଲିମ୍ପିକ ଥିମ୍‌ ଗୀତ ବୁଧବାର ଉନ୍ମୋଚିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଇଭେଣ୍ଟର ମୁଖ୍ୟ ଅତିଥି ଥିଲେ। ‘ଲକ୍ଷ୍ୟ...

ବାର୍ସିଲୋନାକୁ ଟେବୁଲ ଟପ୍‌ରେ ପହଞ୍ଚାଇଲେ ମେସି

ମାଡ୍ରିଡ୍‌,୨।୧୨- ଷ୍ଟାର ଫୁଟବଲର ଲିଓନେଲ ମେସିଙ୍କ ଦମ୍‌ରେ ବାର୍ସିଲୋନା ଲା ଲିଗା ଲିଗ୍‌ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ୧-୦...

ଆଇରନ ମ୍ୟାନ୍‌ ସୌଭାଗ୍ୟ

ଦିନେ ସେ ଏକ ସମୟରେ ୨୦ ମିନିଟ୍‌ ଯାଏ ଦୌଡି ପାରୁ ନ ଥିଲେ । ୨୦ ମିନିଟ୍‌ ଧରି ଦୌଡି ସାରିଲା ପରେ ହାଲିଆ...

Advertisement
Archives

Model This Week