Posted inଖେଳ

ଭାରତରେ ହେଉଥିଲେ ଅଣଦେଖା; ଏବେ ଅନ୍ୟ ଦେଶରେ ୧୦ ଛକା, ୩୦ ଚୌକା ସହ ୩୦୪ ରନ୍‌ କଲେ ଏହି କ୍ରିକେଟର୍‌

ଓ୍ବାଶିଂଟନ୍‌,୯।୯ ଆମେରିକାର ମାଇନୋର କ୍ରିକେଟ ଲିଗରେ ସିଲିକନ ଭ୍ୟାଲି ଷ୍ଟ୍ରାଇକର୍ସ ପାଇଁ ଖେଳୁଥିବା ଉନ୍ମୁକ୍ତ ଚାନ୍ଦଙ୍କ ଚମତ୍କାର ବ୍ୟାଟିଂ କରୁଛନ୍ତି। ଉନ୍ମୁକ୍ଟ ଏବେ ଚମତ୍କାର ଫର୍ମରେ ଅଛନ୍ତି ଏବଂ ତାଙ୍କ ଦଳକୁ ଚିକାଗୋ ବ୍ଲାଷ୍ଟର୍ସ ବିପକ୍ଷରେ ୯ ଉଇକେଟ୍‌ ବିଜୟ ପ୍ରଦାନ କରିଛନ୍ତି। ବ୍ୟାଟିଂ କରୁଥିବା ବେଳେ ୬୩ ବଲରୁ ଅମୀମାଂସିତ ଚାନ୍ଦ ୯୦ ରନ କରିଥିଲେ। ଉନ୍ମୁକ୍ଟ ଚାନ୍ଦ ତାଙ୍କ ଇନିଂସରେ ୧୦ ଚୌକା ଓ ୩ ଛକା ମାରିଥିଲେ। ଉନ୍ମୁକ୍ତ ଚାନ୍ଦଙ୍କ ଷ୍ଟ୍ରାଇକ ରେଟ୍‌ ୧୪୨ରୁ ଅଧିକ ଥିଲା। ବ୍ୟାଟିଂ କରୁଥିବା ବେଳେ ୬୩ ବଲରୁ ଚାନ୍ଦ ୯୦ ରନ କରିଥିଲେ। ଉନ୍ମୁକ୍ତ ଚାନ୍ଦ ଏ ପର୍ଯ୍ୟନ୍ତ ଏହି ଲିଗ୍‌ରେ ୩୦୪ ରନ ସଂଗ୍ରହ କରିଛନ୍ତି। ୮ ଟି ମ୍ୟାଚରେ ତାଙ୍କ ହାରାହାରି ୬୦.୮୦ ରହିଛି। ଉନ୍ମୁକ୍ତ ମୋଟ ୧୦ ଛକା ଓ ୩୦ ଚୌକା ମାରିଛନ୍ତି। ଏବଂ ତାଙ୍କର ଷ୍ଟ୍ରାଇକ ହାର ମଧ୍ୟ ୧୧୩ରୁ ଅଧିକ। ଟୁର୍ଣ୍ଣାମେଣ୍ଟରେ ଉନ୍ମୁକ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି ଏବଂ ତାଙ୍କର ସର୍ବୋତ୍ତମ ସ୍କୋର ୯୦।
ସୂଚନାଯୋଗ୍ୟ, ଉନ୍ମୁକ୍ତ ଚାନ୍ଦ ୨୮ ବର୍ଷ ବୟସରେ ଭାରତୀୟ କ୍ରିକେଟରୁ ଅବସର ନେଇଥିଲେ। ଉନ୍ମୁକ୍ତଙ୍କ ଅଧିନାୟକତ୍ୱରେ ଭାରତ ୨୦୧୨ରେ ଅଣ୍ଡର -୧୯ ବିଶ୍ୱକପ ଜିତିଥିଲା। ସେ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଧ୍ୟ ଖେଳିଥିଲେ। ଭାରତରେ ସୁଯୋଗ ମିଳୁ ନ ଥିବାରୁ ସେ ଆମେରିକାରେ ଖେଲିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri