ଖେଳ

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଟୋକିଓ,୩୧।୭: ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ସେ ଶୁକ୍ରବାର ବିଶ୍ୱର ୫ ନମ୍ବର ଖେଳାଳି ଜାପାନର ଅକାନେ ୟାମାଗୁଚିଙ୍କୁ ସିଧାସଳଖ ଗେମ୍‌ରେ…

ଅଲିମ୍ପିକ୍ସ ପୁରୁଷ ହକି: ଅନ୍ତିମ ପୁଲ୍‌ ମ୍ୟାଚରେ ଜାପାନକୁ ହରାଇଲା ଭାରତ

ଟୋକିଓ,୩୧।୭: ଅଲିମ୍ପିକ୍ସ ପୁରୁଷ ହକି ଇଭେଣ୍ଟରେ ଭାରତ ପୁଲ୍‌-ଏ’ରେ ତା’ର ଅନ୍ତିମ ମ୍ୟାଚ୍‌ରେ ଜାପାନକୁ ୫-୩ ଗୋଲରେ ପରାସ୍ତ କରିଛି। ପୂର୍ବରୁ କ୍ୱାର୍ଟର ଫାଇନାଲରେ ପହଞ୍ଚି ସାରିଥିବା ଭାରତ ଏହି ମ୍ୟାଚ୍‌ରେ ମଧ୍ୟ ପ୍ରଭାବବିସ୍ତାର କରି ଖେଳିବା ସହ ଆୟୋଜକ ଜାପାନକୁ…

ଅଲିମ୍ପିକ୍ସ ମହିଳା ବକ୍ସିଂ: ପଦାର୍ପଣରେ ପଦକ ନିଶ୍ଚିତ କଲେ ଲଭଲିନା

ଟୋକିଓ,୩୧।୮(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ମହିଳା ବକ୍ସର ଲଭଲିନା ବୋରଗୋହେନ ଇତିହାସ ସୃଷ୍ଟି କରିଛନ୍ତି। ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ଆସାମର ଏହି ତାରକା ମହିଳା ବକ୍ସର ୬୯ କେ.ଜି. ବର୍ଗରେ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର…

ହକିରେ ଭାରତୀୟ ମହିଳାଙ୍କ କ୍ୱାର୍ଟର ଆଶା ଉଜ୍ଜୀବିତ

ଟୋକିଓ,୩୦।୭: ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ମହିଳା ଦଳ କ୍ରମାଗତ ୩ଟି ପରାଜୟ ବରଣ କରିବା ପରେ ପ୍ରଥମ ବିଜୟ ହାସଲ କରିଛି। ଶୁକ୍ରବାର ଭାରତ ନବନୀତ କୌରଙ୍କ ବିଳମ୍ବିତ ଗୋଲ ବଳରେ ଆୟର୍ଲାଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଛି। ଏଥିସହ…

ଭାରତକୁ ପିଠି ଦେଖାଇବା ନୁହେଁ ବରଂ ହାରିବା ପସନ୍ଦ ବୋଲି କହିଲେ ପାକିସ୍ତାନର ପୂର୍ବ ଅଧିନାୟକ; ଚର୍ଚ୍ଚାରେ…

ନୂଆଦିଲ୍ଲୀ,୩୦।୭: ଶ୍ରୀଲଙ୍କା ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ୭ ଉଇକେଟରେ ଭ୍ରମଣକାରୀ ଭାରତକୁ ପରାସ୍ତ କରି ସିରିଜ ହାତେଇଥିଲା। ହେଲେ ଭାରତୀୟ ଟିମ୍‌ର ପ୍ରଶଂସାରେ ଶତମୁଖ ହେଉଛନ୍ତି ଲୋକେ। ଚିନ୍ତାଜନକ ପରିସ୍ଥିତିରେ ସିରିଜ ଖେଳି ଫେରିବା ବଡ଼…

କେ.ଏଲ୍‌ ରାହୁଲଙ୍କ ପ୍ରେମ ସମ୍ପର୍କ ଉପରେ ଲାଗିଲା ମୋହର: ଭାଉଜ ଅନୁଷ୍କା ଶେୟାର କଲେ ଏଭଳି ଫଟୋ ଯେ…

ନୂଆଦିଲ୍ଲୀ,୩୦।୭: କଥାରେ ଅଛି ନିଆଁ ନ ଥିଲେ ଧୂଆଁ ଉଠେନି। କିଛି ସେଭଳି ଦେଖିବାକୁ ମିଳେ ଭାରତୀୟ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲଙ୍କ କ୍ଷେତ୍ରରେ। ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କୁ ସେ ପ୍ରେମ କରୁଥିବା ନେଇ ଚର୍ଚ୍ଚା…

‘ମୁଁ ଏମିତି କରିବି ନାହିଁ’: ଟି-୨୦ ବିଶ୍ୱକପ୍‌ ସହ ଜଡ଼ିତ ଏହି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଲେ ଦ୍ରାବିଡ୍‌

କଲମ୍ବୋ,୩୦।୭: ଆଗକୁ ଟି-୨୦ ବିଶ୍ୱକପ୍‌। ଏଥିପାଇଁ ଦଳରେ କିଏ ସ୍ଥାନ ପାଇବ କିଏ ନୁହେଁ ତାହାକୁ ନେଇ ଚର୍ଚ୍ଚା ହେଉଛି। ଏପରିସ୍ଥିତିରେ ଭାରତୀୟ ଟିମ୍‌ରେ ଦୁଇଜଣ ଶ୍ରେଷ୍ଠ ସ୍ପିନର ଚୟନ କରିବାକୁ ଶ୍ରୀଲଙ୍କା ଗସ୍ତରେ ମୁଖ୍ୟ କୋଚ୍‌ ଥିବା ରାହୁଲ ଦ୍ରାବିଡଙ୍କୁ…

ସିରିଜ ଜିତିବା ପରେ ଏଭଳି ବୟାନ ଦେଇ ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତିଲେ ଶ୍ରୀଲଙ୍କା ଅଧିନାୟକ, କହିଲେ ‘ଚିନ୍ତାଜନକ ପରିସ୍ଥିତିରେ…’

କଲମ୍ବୋ,୩୦।୭: ସ୍ଥାନୀୟ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କା ୭ ଉଇକେଟରେ ଭ୍ରମଣକାରୀ ଭାରତକୁ ପରାସ୍ତ କରିଛି। ଦଳ ୮୨ରନ୍‌ର ଲକ୍ଷ୍ୟର ପିଛା କରି ତିନି ଉଇକେଟ ହରାଇ ବିଜେତା ହୋଇଥିଲା। ତେବେ…

ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଧାଓ୍ବନ

କଲମ୍ବୋ,୩୦।୭: ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ ଶିଖର ଧାଓ୍ବନ। ତେବେ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟି -୨୦ରେ ତାଙ୍କ ନାମରେ ଏକ ଖରାପ ରେକର୍ଡ ନାମିତ ହୋଇଛି। ଶେଷ ଟି-୨୦ ମ୍ୟାଚ୍‌ରେ ଧାଓ୍ବନ ଖାତା ଖୋଲି…

ନୂଆ ଲୁକ୍‌ରେ କ୍ୟାପଟେନ୍‌ କୁଲ୍‌

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କ୍ରିକେଟ ଜଗତରୁ ଦୂରେଇ ରହିଛନ୍ତି। ହେଲେ ସୋସିଆଲ ମିଡିଆରେ ସେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ କ୍ୟାପଟେନ କୁଲ ନିଜ କାର୍ଯ୍ୟକଳାପ ହେଉ ବା ନିଜ ଲୁକ୍‌…

ଭାରତୀୟ ଦଳକୁ ପୁଣି ଲାଗିଲା ଝଟ୍‌କା

କଲମ୍ବୋ,୩୦।୭: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ପରେ ଦଳର ଆଉ ୨ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣାପା ଗୌତମ। ଉଭୟ ଏବେ…

ସିନ୍ଧୁଙ୍କ ଜବରଦସ୍ତ ପ୍ରଦର୍ଶନ: ଭାରତକୁ ପୁଣି ଏକ ପଦକ ଆଶା

ଟୋକିଓ,୨୦।୭: ଟୋକିଓ ଅଲିମ୍ପିକ୍ସର ବ୍ୟାଡମିଣ୍ଟନ କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୩, ୨୨-୨୦ ରେ ପରାସ୍ତ କରିଛନ୍ତି। ଏହା ସହ ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ସ୍ବର୍ଣ୍ଣ ପଦକଠାରୁ ମାତ୍ର ସେ ଦୁଇ ପାଦ ଦୂରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?