Posted inଖେଳ

ଏହି ମହାନ କ୍ରିକେଟର୍‌ଙ୍କୁ ହୃଦ୍‌ଘାତ

ଲାହୋର,୨୮।୯: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ-ଉଲ-ହକ ହୃଦଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୋମବାର ସାରେ ଇଞ୍ଜାମାମ ସଫଳ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ଇଞ୍ଜାମାମଙ୍କ ଅବସ୍ଥା ସ୍ଥିର ରହିଛି, କିନ୍ତୁ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ତେବେ ଏ ସମ୍ପର୍କରେ ତାଙ୍କ ପରିବାର ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ।
ଗତ ୩ ଦିନ ହେବ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ ଇଞ୍ଜାମାମ। କିନ୍ତୁ ସୋମବାର ତାଙ୍କୁ ଯାଞ୍ଚ କରାଯାଇଥିଲା। ପରେ ଜଣାପଡିଥିଲା ଯେ ସେ ହୃଦଘାତରେ ପୀଡିତ ଥିଲେ। ଏହା ପରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଲାହୋରର ଏକ ଡାକ୍ତରଖାନାକୁ ନେବାକୁ ପଡିଥିଲା। ସେଠାରେ ତାଙ୍କର ସଫଳ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ସେ ବିପଦମୁକ୍ତ କୁହାଯାଉଛି।
୫୧ ବର୍ଷୀୟ ଇଞ୍ଜାମାମ ଦିନିକିଆରେ ପାକିସ୍ତାନ ପାଇଁ ସର୍ବାଧିକ ରନ ସ୍କୋରର ରହିଆସିଛନ୍ତି। ସେ ୩୭୫ ଟି ମ୍ୟାଚରେ ୧୧୭୦୧ ରନ ସଂଗ୍ରହ କରିଛନ୍ତି। ଏଥି ସହିତ ସେ ଟେଷ୍ଟରେ ପାକିସ୍ତାନ ପାଇଁ ତୃତୀୟ ଶ୍ରେଷ୍ଠ ସ୍କୋରର ଅଟନ୍ତି। ୧୧୯ଟି ମ୍ୟାଚରେ ସେ ୮୮୨୯ ରନ କରିଛନ୍ତି। ସେ ଦେଶର ଅନ୍ୟତମ ସଫଳ ଅଧିନାୟକ ମଧ୍ୟ ରହିଛନ୍ତି। ସେ ୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ସେବେଠାରୁ ସେ ଦୀର୍ଘ ଦିନ ଧରି ପାକିସ୍ତାନ କ୍ରିକେଟ ସହ ଜଡିତ ଥିଲେ। ସେ ପ୍ରଥମେ ଦଳର ବ୍ୟାଟିଂ ପରାମର୍ଶଦାତା ହୋଇଥିଲେ ଏବଂ ପରେ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ମୁଖ୍ୟ ଚୟନକର୍ତ୍ତା ହୋଇଥିଲେ। ସେ ଆଫଗାନିସ୍ତାନର ମୁଖ୍ୟ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘୧୨-୦’ ରେକର୍ଡକୁ ଭୁଲାଇ ଦେଲା ପାକିସ୍ତାନ

ଦୁବାଇ,୨୪।୧୦: କ୍ରିକେଟ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ପାକିସ୍ତାନଠାରୁ ପରାସ୍ତ ହୋଇଛି ଭାରତ। ଏଥିପୂର୍ବରୁ ବିଶ୍ୱକପ୍‌ରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ କଦାପି...

ଏସିଆନ ଟିମ୍‌ ସ୍କ୍ବାଶ ଚାମ୍ପିୟନଶିପ୍‌: ଭାରତ କୋଚ୍‌ ହେବେ ପାଲମେର

ନୂଆଦିଲ୍ଲୀ,୧୮।୧୨(ପି.ଟି.): ଆସନ୍ତାବର୍ଷ କୁଆଲାଲମ୍ପୁରରେ ଆୟୋଜନ ହେବାକୁଥିବା ଏସିଆନ ଟିମ୍‌ ଚାମ୍ପିୟନଶିପ୍‌ରେ ବିଶ୍ୱର ପୂର୍ବତନ ୧ ନମ୍ବର ଖେଳାଳି ଅଷ୍ଟ୍ରେଲିଆର ଡେଭିଡ ପାଲମେର ଭାରତୀୟ ଦଳର କୋଚ୍‌...

ଅର୍ଜୁନ ପୁରସ୍କାର ପାଇଁ କେଉଁ ଖେଳାଳି ଦାଖଲ କରିଛନ୍ତି ନୋମିନେଶନ, ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୨୯ରେ ହକି ଯାଦୁକର ମେଜର ଧାନଚାନ୍ଦଙ୍କ ୧୧୯ ତମ ଜନ୍ମ ଦିବସ ଅବସରରେ ରବିବାର ସାରା ଦେଶରେ ଜାତୀୟ କ୍ରୀଡା ଦିବସ ପାଳନ...

କାତାରକୁ ଫିଫା ବିଶ୍ୱକପ୍‌ ଆୟୋଜନ ଅଧିକାର ପଛରେ ପୂର୍ବତନ ସିଆଇଏ ଏଜେଣ୍ଟ

ଓ୍ବାଶିଂଟନ,୨୩।୧୧: ସିଆଇଏର ଜଣେ ପୂର୍ବତନ ଅଧିକାରୀ ବର୍ଷ ବର୍ଷ ଧରି ୨୦୨୨ ଫୁଟ୍‌ବଲ ବିଶ୍ୱକପ୍‌ ଆୟୋଜକ କାତାର ପାଇଁ କାର୍ଯ୍ୟ କରୁଥିବା ତଦନ୍ତରୁ ଜଣାପଡ଼ିଛି। ଫୁଟ୍‌ବଲ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ବେକରେ ପଡିଲା ଜୋତାମାଳ

ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଶ୍ରେୟାସ ଆୟାର୍‌ ଜୋତା ସଂଗ୍ରହ କରିବାକୁ ବେଶ୍‌ ଭଲ ପାଆନ୍ତି। ଅଷ୍ଟ୍ରେଲିଆରେ ଏକଦିବସୀୟ ଏବଂ ଟି-୨୦ ଖେଳି ସ୍ବଦେଶ ଫେରିବା...

୨୦୦୭ ଟି୨୦ ବିଶ୍ୱକପ୍‌ ନ ଖେଳିବା ପାଇଁ ସଚିନ, ଗାଙ୍ଗୁଲିଙ୍କୁ ମନା କରିଥିଲେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୨୯।୬- ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଥିଲା। ମହେନ୍ଦ୍ର ସିଂ ଧୋନୀ...

ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀ ଖେଳାଳି ବାନ୍ଧିଥିଲେ କଳା ବ୍ୟାଣ୍ଡ: କାରଣ ଜାଣିଲେ ଆଖିରେ ଆସିବ ଲୁହ

ନୂଆଦିଲ୍ଲୀ,୬।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସର...

ବଦଳିଲା ଆଇପିଏଲ ଫ୍ରାଞ୍ଚାଇଜର ନାମ

ନୂଆଦିଲ୍ଲୀ, ୧୬।୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅନ୍ୟତମ ଫ୍ରାଞ୍ଚାଇଜ କିଙ୍ଗ୍ସ ଏକାଦଶ ପଞ୍ଜାବ (କେଏକ୍ସଆଇପି) ଏହାର ନାମ ପରିବର୍ତ୍ତନ କରିଛି। ଏହି ଦଳକୁ...

Advertisement
Archives

Model This Week