Posted inଖେଳ

ଦୁର୍ଭାଗ୍ୟବଶତଃ ଏହା ଆଉ ଘଟିବ ନାହିଁ: ଦଳରୁ ବାଦ୍‌ ପଡିବା ପରେ କାହିଁକି ଏମିତି କହିଲେ ଓ୍ବାର୍ଣ୍ଣର

ୟୁଏଇ,୨୮।୯: ରାଜସ୍ଥାନ ବିପକ୍ଷ ମ୍ୟାଚ ସମୟରେ ସନରାଇଜର୍ସ ହାଇଦ୍ରାବାଦ ଖେଳୁଥିବା ଏକାଦଶରେ ଡେଭିଡ ୱାର୍ଣ୍ଣରଙ୍କୁ ସ୍ଥାନ ଦେଇ ନ ଥିଲା। ଖରାପ ଫର୍ମରେ ଥିବା ୱାର୍ଣ୍ଣର ଏତେ ନିରାଶ ହୋଇଛନ୍ତି ଯେ ମ୍ୟାଚ ଦିନ ସେ ଷ୍ଟାଡିୟମକୁ ମଧ୍ୟ ନ ଆସି ହୋଟେଲ ରୁମରୁ ପୁରା ମ୍ୟାଚ ଦେଖିଥିଲେ। ୱାର୍ଣ୍ଣର ଷ୍ଟାଡିୟମରେ ନ ଥିବାରୁ କ୍ରିକେଟ ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଥିଲେ। ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ହାଇଦ୍ରାବାଦର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରଶ୍ନ କରିଥିଲେ, ଏଥିରେ ୱାର୍ଣ୍ଣରଙ୍କ ଉତ୍ତର ଆସିଥିଲା। ଜଣେ ପ୍ରଶଂସକ କମେଣ୍ଟରେରେ ଲେଖିଛନ୍ତି, ‘ଆମେ ୱାର୍ଣ୍ଣରଙ୍କୁ ଦେଖିପାରୁ ନାହୁଁ, ଆପଣ ତାଙ୍କୁ ଷ୍ଟାଡିୟମରେ ଦେଖିଛନ୍ତି କି?’ ପ୍ରଶଂସକଙ୍କ ଦ୍ୱାରା କରାଯାଇଥିବା ଏହି ମନ୍ତବ୍ୟର ଡେଭିଡ ୱାର୍ଣ୍ଣର ଉତ୍ତର ଦେଇ ଲେଖିଛନ୍ତି, ଦୁର୍ଭାଗ୍ୟବଶତଃ ଏହା ଆଉ ଘଟିବ ନାହିଁ। କିନ୍ତୁ ଦୟାକରି ସମର୍ଥନ ଜାରି ରଖନ୍ତୁ। ୱାର୍ଣ୍ଣରଙ୍କ ଏହି ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏବଂ ପ୍ର ୱାର୍ଣ୍ଣର ଆସନ୍ତା ସିଜନରେ ହାଇଦ୍ରାବାଦ ପାଇଁ ଖେଳିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ମିଥଙ୍କ ହାତରୁ ଚାଲିଗଲା ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା

ଦୁବାଇ,୩୦।୬: ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ବୁଧବାର ପରିଲକ୍ଷିତ ହୋଇଛି ବଡ଼ ପରିବର୍ତ୍ତନ। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ହାତରୁ ଚାଲିଯାଇଛି ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା।...

ଟି୧୦ ଲିଗ୍‌ରେ ଖେଳିବେ ଯୁବି

ଦୁବାଇ,୨୪।୧୦- ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ (ଯୁବି) ଟି୧୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଖେଳିବାକୁ ଯାଉଛନ୍ତି। ତାଙ୍କୁ ମରାଠା ଆରବିଆନ୍ସ ଦଳରେ ସାମିଲ...

ମିଆଁଦାଦଙ୍କ ଭଳି କୋହଲି ସାଥୀ ଖେଳାଳିଙ୍କୁ ଉତ୍ସାହିତ କରିଥାନ୍ତି: ସୋହେଲ

ଲାହୋର, ୬।୮: ଜାଭେଦ ମିଆଦାଦଙ୍କ ସହ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ତୁଳନା କରିଛନ୍ତି ପାକିସ୍ତାନ ପୂର୍ବତନ ଅଧିନାୟକ ଅମୀର ସୋହେଲ। କୋହଲିଙ୍କ ମଧ୍ୟରେ କିମ୍ବଦନ୍ତୀ...

ଜୁଲାଇରେ ଖେଳାଯିବ ୫ମ ଟେଷ୍ଟ

ମୁମ୍ବାଇ,୨୨।୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୫ମ ଟେଷ୍ଟକୁ ବାତିଲ କରାଯାଇଥିଲା। ସେହି ମ୍ୟାଚ୍‌ ଆସନ୍ତା ବର୍ଷ ଜୁଲାଇରେ ଏଜବାଷ୍ଟନଠାରେ ଖେଳାଯିବ। ଏ...

ଓଡ଼ିଶା ପ୍ରତିଯୋଗୀଙ୍କୁ ୩୨ ପଦକ

ଭୁବନେଶ୍ୱର, ୨୩।୩(କ୍ରୀଡ଼ା ପ୍ରତିନିଧି)- ଜାମସେଦପୁରରେ ଶେଷ ହୋଇଥିବା ୩୮ତମ ମହିଳା ଓ ୪୬ତମ ପୁରୁଷ ଜାତୀୟ ସିନିୟର ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ପ୍ରତିଯୋଗୀମାନେ ୩୨ଟି ପଦକ...

ଟେଷ୍ଟ କ୍ରିକେଟରୁ ଅମିରଙ୍କ ସନ୍ନ୍ୟାସ

କରାଚୀ,୨୬।୭(ପିଟି)- ପାକିସ୍ତାନର ବାମହାତୀ ପେସର ମହମ୍ମଦ ଅମିର ଶୁକ୍ରବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୀମିତ ଓଭର ଫର୍ମାଟକୁ ଅଧିକ ଗୁରୁତ୍ୱ ଦେବା ଲାଗି...

ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ସଂଘର୍ଷ କ୍ଲବ ବିଜୟୀ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଶରଣକୁଳସ୍ଥିତ ଲଡୁକେଶ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ୬୦ତମ ସର୍ବଭାରତୀୟ ଫୁଟବଲ୍‌୍‌ ଟୁର୍ନାମେଣ୍ଟ...

ଭାରତର ଶ୍ରୀଲଙ୍କା ଟୁର୍‌: ଅଧିନାୟକ ହୋଇପାରନ୍ତି ଧାଓ୍ବନ କିମ୍ବା ପାଣ୍ଡ୍ୟା

ନୂଆଦିଲ୍ଲୀ, ୧୨ା୫ (ପି.ଟି.)-ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ-ବଲ୍‌ ଟୁର୍‌ ପାଇଁ ଶ୍ରେୟାସ ଆୟାର ଯଦି ଫିଟ୍‌ ନ ରୁହନ୍ତି ତେବେ ଭେଟେରାନ ଓପନର ଶିଖର ଧାଓ୍ବନ...

Advertisement
Archives

Model This Week