Posted inଖେଳ

ସ୍ତ୍ରୀ ଅନୁଷ୍କାଙ୍କୁ ସ୍ନେହରେ ଏହି ନାମରେ ଡାକନ୍ତି କୋହଲି; ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୨୮।୯: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ହେଉଛନ୍ତି ବିରାଟ କୋହଲି। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ ଏହା କିଛିଟା କମିଥିଲେ ହେଁ ଆଇପିଏଲ୍‌ ମଇଦାନରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଉପସ୍ଥିତି ଖବର ଶିରୋନାମା ପାଲଟିଥାଏ। ଏବେ ପିତା ହୋଇଛନ୍ତି ବିରାଟ। ତେବେ ଆସନ୍ତୁ ଜାଣିବା ବିରାଟ-ଅନୁଷ୍କାଙ୍କ ସମ୍ପର୍କକୁ ନେଇ କିଛିଟା ଅଜଣା କଥା।

– ଓକିଲ ପ୍ରେମ କୋହଲୀଙ୍କ ପୁଅ ବିରାଟ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ଦିନ ଧରି ସେ ଅନୁଷ୍କାଙ୍କୁ ଡେଟ୍‌ କରିବା ପରେ ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ତାଙ୍କୁ ବିବାହ କରିଥିଲେ।

-ଇଟାଲୀରେ ବେଶ୍‌ ଗୋପନୀୟ ଭାବେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଉଭୟ ପରସ୍ପରକୁ ବେଶ୍‌ ଭଲପାଉଥିବା ବେଳେ କାମକୁ ନେଇ ଜଣେ ଅନ୍ୟଜଣଙ୍କୁ ପ୍ରୋତ୍ସାହିତ କରିଥାନ୍ତି।

-ବିରାଟ ସ୍ନେହରେ ଅନୁଷ୍କାଙ୍କୁ ନୁଷ୍କି ବୋଲି ଡାକିଥାନ୍ତି।

-୨୦୧୩ରେ ବିରାଟ ଏବଂ ଅନୁଷ୍କା ଏକ ବିଜ୍ଞାପନରେ ପରସ୍ପରକୁ ଭେଟିଥିଲେ। ଏହା ପରେ ଉଭୟ ବନ୍ଧୁ ଏବଂ ପରେ ତାହା ବିବାହ ପର୍ଯ୍ୟନ୍ତ ଯାଇଥିଲା।

-ପ୍ରେମରେ ଥିବା ବେଳେ ବିରାଟ ଏକଦା ଦକ୍ଷିଣ ଆଫ୍ରିକା ଗସ୍ତ କରି ଅନୁଷ୍କାଙ୍କ ଘରେ ପହଞ୍ଚି ଯାଇଥିଲେ। ସେଭଳି ଅନୁଷ୍କା ମଧ୍ୟ ୨୦୧୪ରେ ନ୍ୟୁଜିଲାଣ୍ଡରେ ପହଞ୍ଚିଯାଇଥିଲେ। ଏହାପରେ ବିରାଟଙ୍କ ସହ ତାଙ୍କ ସମ୍ପର୍କ ଥିବା ସ୍ପଷ୍ଟ ହୋଇଯାଇଥିଲା।

-ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବିରାଟ ଶତକ କରିଥିଲେ। ଏହା ପରେ ଅନୁଷ୍କାଙ୍କୁ ସେ ଫ୍ଲାଇଂ କିସ୍‌ ଦେଇଥିଲେ। ଉକ୍ତ ଭିଡିଓ ଏବେ ପର୍ଯ୍ୟନ୍ତ ଭାଇରାଲ ହେଉଛି।

-ଆଇପିଏଲ୍‌ର ଓପନିଂ ଉତ୍ସବବରେ ଅନୁଷ୍କା ଯୋଗଦେବାକୁ ପହଞ୍ଚିଥିଲେ। ଏହା ଦେଖି ବିରାଟ ବେଶ ଖୁସି ହୋଇଯାଇଥିଲେ। ଉକ୍ତ ସମୟର ଫଟୋ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?