Posted inଖେଳ

ଟସ୍‌ ଜିତିଲା କୋଲକତା

ୟୁଏଇ,୨୮।୯: ଆଇପିଏଲ ୨୦୨୧ର ୪୧ତମ ମ୍ୟାଚରେ ମଙ୍ଗଳବାର କୋଲକତା ନାଇଟ ରାଇଡର୍ସ (କେକେଆର୍‌) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) କୁ ଭେଟୁଛି। କୋଲକତା ଅଧିନାୟକ ଇଏନ ମୋର୍ଗାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଥି କୋଲକାତା ପାଇଁ ଡେବ୍ୟୁ କରୁଛନ୍ତି। ଆହତ ଆନ୍ଦ୍ରେ ରସେଲଙ୍କ ସ୍ଥାନରେ ତାଙ୍କୁ ଏକ ସୁଯୋଗ ମିଳିଛି। ଏହା ବ୍ୟତୀତ ପ୍ରସିଦ୍ଧ କୃଷ୍ଣାଙ୍କ ସ୍ଥାନରେ ସନ୍ଦୀପ ୱାରିଅର୍‌ ଖେଳୁଛନ୍ତି। ଏଥି ସହିତ ଓପନର୍‌ ପୃଥ୍ବୀ ଶ’ ଆଘାତ ହେତୁ ଦିଲ୍ଲୀ ଷ୍ଟିଭ ସ୍ମିଥ୍‌ଙ୍କୁ ଏକାଦଶରେ ସାମିଲ କରିଛି।
ପ୍ଲେ ଅଫ୍‌ରେ ସ୍ଥାନ ପାଇବା ଦିଲ୍ଲୀ କେକେଆରକୁ ପରାସ୍ତ କରିବାକୁ ଚାହୁଁଥିବାବେଳେ କେକେଆର୍‌ ମଧ୍ୟ ବିଜୟ ହାସଲ କରି ପ୍ଲେ ଅଫ୍‌ ପାଇଁ ଆଉ ଗୋଟିଏ ପାଦ ଆଗକୁ ଯିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଉଇକେଟକିପିଂ କରିବେ ରାୟୁଡୁ

ନୂଆଦିଲ୍ଲୀ,୪।୨: ଆସନ୍ତା ୧୨ ଓ ୧୩ ତାରିଖରେ ବାଙ୍ଗାଲୁରୁଠାରେ ହେବାକୁ ଥିବା ଆଇପିଏଲ୍‌ ଅକଶନ ପ୍ରକ୍ରିୟା ଲାଗି ଗତ ସୋମବାର ଚୂଡ଼ାନ୍ତ ଖେଳାଳିଙ୍କ ତାଲିକା ଘୋଷଣା...

ବ୍ୟାଟିଂରେ ବି ଜଲଓ୍ବା ଦେଖାଉଛନ୍ତି ବିଶ୍ୱର ଏହି ଶ୍ରେଷ୍ଠ ବୋଲର୍‌: ବଡ ବଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍‌

ସାଉଥାମ୍ପଟନ୍‌,୨୩।୬: ନ୍ୟୁଜିଲାଣ୍ଡ ଦଳର ଏବେକାର ସବୁଠାରୁ ସଫଳ ବୋଲର ଟିମ ସାଉଥ। ତାଙ୍କର ସ୍ବିଙ୍ଗ ବୋଲିଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ) ର ଫାଇନାଲରେ...

‘ନାତି ମୁଣ୍ଡ ଉଚ୍ଚା କରିଦେଲା’

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ଅଂଶଗ୍ରହଣ କରି ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ନୀରଜ ଇତିହାସ ସୃଷ୍ଟି କରିଛନ୍ତି। ଏହାପରେ ନୀରଜଙ୍କ ଜେଜେ ଧର୍ମ...

ବାଂଲାଦେଶକୁ ୮ ଉଇକେଟରେ ହରାଇଲା ନ୍ୟୁଜିଲାଣ୍ଡ

ଡୁନେଡିନ୍‌,୨୧ା୩(ଏପି)-ଭ୍ରମଣକାରୀ ବାଂଲାଦେଶ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୮ ଉଇକେଟରେ ସହଜ ବିଜୟ ହାସଲ କରିଛି। ଏହି ବିଜୟ ଦ୍ୱାରା ଦଳ...

ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି: କୁମ୍ବଲେ

ପଣଜୀ,୯।୮(ପି.ଟି.)- ଆଜିକାଲି ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି ବୋଲି ପୂର୍ବତନ ଭାରତୀୟ ଅଧିନାୟକ ତଥା କୋଚ୍‌ ଅନିଲ କୁମ୍ବଲେ କହିଛନ୍ତି। ଏବେ ସ୍ବାର୍ଥ...

କାରିବିୟନ ପ୍ରିମିୟର ଲିଗ୍‌ ଆରମ୍ଭ: ଟ୍ରିନବାଗୋ, ବାର୍ବାଡୋସ ବିଜୟୀ

ଟାରୌବା, ୨୦।୮- କାରିବିୟନ ପ୍ରିମିୟର ଲିଗ୍‌(ସିପିଏଲ) ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୨ଟି ମ୍ୟାଚରେ ଟ୍ରିନବାଗୋ ନାଇଟ ରାଇଡର୍ସ ଓ ବାର୍ବାଡୋସ ଟ୍ରାଇଡେଣ୍ଟ୍ସ...

ଆଇଓସିର ଅଲିମ୍ପିକ୍‌ ଘୁଞ୍ଚାଇବା ନିଷ୍ପତ୍ତି ଠିକ୍‌ ଥିଲା: ହିମା

ନୂଆଦିଲ୍ଲୀ,୨୭।୫: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସକୁ ଆସନ୍ତାବର୍ଷକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲା। ଏହି...

ଭାରତୀୟ କ୍ରିକେଟ ପାଇଁ ଆଜି ଏକ ଖାସ୍‌ ଦିନ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜ୍‌ର ପ୍ରଥମ ଟେଷ୍ଟ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଉଛି। ଏହି ଟେଷ୍ଟରେ ଇଂଲଣ୍ଡ ପ୍ରଥମ ପାଳିରେ ବିଶାଳ ୫୭୮...

Advertisement
Archives

Model This Week