Posted inଖେଳ

ବିସିସିଆଇକୁ କମ୍ପ୍ଲେନ କରିଥିଲେ ସିନିୟର ଖେଳାଳି

ମୁମ୍ବାଇ,୨୮।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିକଟରେ ଟି୨୦ ଦଳର ନେତୃତ୍ୱ ଛାଡ଼ିବା ନେଇ ଘୋଷଣା କରିଥିଲେ। ତେବେ ଏହା ପଛରେ ଏକ ବଡ଼ କାରଣ ରହିଛି। ଭାରତୀୟ ଦଳର ଜଣେ ବରିଷ୍ଠ ଖେଳାଳି ବିସିସିଆଇ ନିକଟରେ କୋହଲିଙ୍କ ବିରୋଧରେ ଅଭିଯୋଗ କରିଥିଲେ। କିଛି ରିପୋର୍ଟ ଅନୁଯାୟୀ, ସେହି ବରିଷ୍ଠ ଖେଳାଳି ହେଉଛନ୍ତି ରବିଚନ୍ଦ୍ରନ ଅଶ୍ୱିନ।

କୋହଲିଙ୍କ ମନୋଭାବ କାରଣରୁ ତାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ବିସିସିଆଇ ଚିନ୍ତା କରୁଛି। ଡ୍ରେସିଂ ରୁମ୍‌ରେ ତାଙ୍କ ଆଟିଟ୍ୟୁଡ୍‌ ପାଇଁ ବହୁ ଖେଳାଳି ଅଭିଯୋଗ କରିଛନ୍ତି। ଏହି କାରଣରୁ ବ୍ୟାଟିଂ ପ୍ରଭାବିତ ହେଉଥିବା ଦର୍ଶାଇ କୋହଲି ଟି୨୦ ଦଳର ଅଧିନାୟକ ପଦରୁ ଓହରି ଯାଇଥିବା ରିପୋର୍ଟରେ କୁହାଯାଇଛି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ପରେ ଅଶ୍ୱିନ ବିସିସିଆଇ ନିକଟରେ ଅଭିଯୋଗ କରିଥିଲେ। ସାଉଥାମ୍ପଟନର ବଲ ସୁଇଙ୍ଗ ହେଉଥିବା ପିଚ୍‌ରେ ଅଶ୍ୱିନ ସବୁଠୁ ସଫଳ ସ୍ପିନର ଥିଲେ। ଏହାସତ୍ତ୍ୱେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଅଶ୍ୱିନଙ୍କୁ ସୁଯୋଗ ଦେଇ ନ ଥିଲେ କୋହଲି। ଏଥିଯୋଗୁ କୋହଲିଙ୍କ ଦିନିକିଆ ଅଧିନାୟକ ପଦ ମଧ୍ୟ ସଙ୍କଟରେ ପଡ଼ିଛି। ଯଦି ଆଗାମୀ ଦିନିକିଆ ସିରିଜ୍‌ରେ ତାଙ୍କ ନେତୃତ୍ୱାଧୀନ ଦଳ ଭଲ ପ୍ରଦର୍ଶନ କରିବାରେ ବିଫଳ ହୁଏ, ତେବେ ତାଙ୍କୁ ଅଧିନାୟକ ପଦ ଛାଡ଼ିବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁସି ଖବର, ଷ୍ଟାଡିୟମରେ ବସି ଭାରତ-ଇଂଲଣ୍ଡ ମ୍ୟାଚ୍‌ ଉପଭୋଗ କରିପାରିବେ ଦର୍ଶକ!

ଚେନ୍ନାଇ,୨୨।୧: ଭାରତ ଏବଂ ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ସିରିଜରେ ଦର୍ଶକଙ୍କୁ ପଡ଼ିଆରେ ଦେଖିବାକୁ ମିଳେ। ଚେନ୍ନାଇର ଚେପାକ ଷ୍ଟାଡିୟମ ଏବଂ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମକୁ...

ହସ୍ପିଟାଲରୁ ଘରକୁ ଫେରିଲେ ଗାଙ୍ଗୁଲି

କୋଲକାତା,୩୧।୧: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପଟେନ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଘରକୁ ଫେରିଛନ୍ତି। ସେ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ...

ଚାଇନାର ଅଲିମ୍ପିକ ଫୁଟବଲ କ୍ୱାଲିଫାୟର ସିଡ୍‌ନୀରେ

କୁଆଲାଲମ୍ପୁର, ୨୧ା୨ (ଏଏଫ୍‌ପି)-ଅଲିମ୍ପିକ ମହିଳା ଫୁଟ୍‌ବଲ କ୍ୱାଲିଫାୟର ଅନ୍ତର୍ଗତ ଦକ୍ଷିଣ କୋରିଆ ବିପକ୍ଷ ହୋମ୍‌ ଲେଗ୍‌ ମ୍ୟାଚ ଚାଇନା ଅଷ୍ଟ୍ରେଲିଆର ସିଡ୍‌ନୀରେ ଖେଳିବ। ଏସିଆନ ଫୁଟ୍‌ବଲ...

ଶୀର୍ଷରେ ବାବର, କୋହଲି ଦ୍ୱିତୀୟ

ନୂଆଦିଲ୍ଲୀ,୨୬।୧: ଆଇସିସି ଦିନିକିଆ ର଼୍ୟାଙ୍କିଂରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା କୋହଲି...

ପୁଣି କୋହଲିଙ୍କୁ ଟପିଲେ ବାବର: ଏକାସଙ୍ଗେ ୪ କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିଲେ

ରୋଟରଡାମ,୧୭।୮: ରୋଟରଡାମରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପାକିସ୍ତାନ ନେଦରଲ୍ୟାଣ୍ଡକୁ ୧୬ ରନ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ଉଇକେଟ...

କରୋନା ସହାୟତା: ରିଜିଜୁ ଦେଲେ ଗୋଟିଏ ମାସର ଦରମା

ନୂଆଦିଲ୍ଲୀ,୨୮।୩(ପି.ଟି.): କୋଭିଡ-୧୯ ମୁକାବିଲା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ତାଙ୍କର ଗୋଟିଏ ମାସର ଦରାମା ଦାନ କରିଛନ୍ତି। ଦେଶର ସ୍ବାସ୍ଥ୍ୟବସ୍ଥାର ଉନ୍ନତି ପାଇଁ...

ଭାରତୀୟ ଦଳକୁ ଜୋରଦାର ଝଟ୍‌କା: ୨ ଖେଳାଳି କରୋନା ପଜିଟିଭ୍‌, ବାକି ଖେଳାଳିଙ୍କୁ ନେଇ ଆସିଲା ଅପଡେଟ୍‌

ଲଣ୍ଡନ,୧୫।୭: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳର ଜଣେ ନୁହେଁ, ବରଂ ଦୁଇ ଖେଳାଳିଙ୍କ କରୋନା ପଜିଟିଭ ଥିବା ସୂଚନା ମିଳିଛି। ଏହା ବ୍ୟତୀତ...

ଶାହରୁଖ ଖାନଙ୍କ ଦଳକୁ ଜିତାଇଲେ ନାରିନ୍‌

ନୂଆଦିଲ୍ଲୀ, ୧୯।୮: କରୋନା ମହାମାରୀ ମଧ୍ୟରେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିସାରିଛି। ଏବେ ଟି୨୦ କ୍ରିକେଟ୍‌ ଲିଗ୍‌ ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ସେପ୍ଟେମ୍ବରରେ...

Advertisement
Archives

Model This Week