ସେମାନେ ଚାହିଁଲେ ଏକାଥରକେ ପାଞ୍ଚଟି ଟିମ୍ ମଇଦାନକୁ ଓହ୍ଲାଇପାରିବେ; ଟିମ୍ ଇଣ୍ଡିଆକୁ ନେଇ କିଛି ଏଭଳି କହିଲେ…
ରାଞ୍ଚି,୮।୧୦: ଟିମ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର(ଅକ୍ଟୋବର ୯)ରେ ଖେଳାଯିବ। ଏହି ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ଭାରତୀୟ ଟିମ୍ର ଭୁରି ପ୍ରଶଂସା କରିଛନ୍ତି। ଭାରତୀୟ ଟିମ୍ରେ ଏତେ ପ୍ରତିଭା ଅଛନ୍ତି…
ବିଶ୍ୱକପ୍ ଲାଗି ଅଷ୍ଟ୍ରେଲିଆରେ ପହଞ୍ଚିଲେ ବୁମ୍ରାଙ୍କ ସ୍ତ୍ରୀ, ଫଟୋ ଶେୟାର କରି ହେଲେ ଟ୍ରୋଲ
ନୂଆଦିଲ୍ଲୀ,୮।୧୦: ଟି୨୦ ବିଶ୍ୱକପ୍ ଖେଲିବା ଲାଗି ଭାରତୀୟ ଟିମ୍ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। ପର୍ଥରେ ଭାରତୀୟ ଟିମ୍ ଅଭ୍ୟାସ ମଧ୍ୟ ଆରମ୍ଭ କରିଛି। ହେଲେ ଚଳିତ ଥର ଦ୍ରୁତ ବୋଲର ଜସପ୍ରିତ ବୁମ୍ରା ଭାରତୀୟ ସ୍କ୍ବାର୍ଡରେ ନାହାନ୍ତି। ଆହତ ହେବା କାରଣରୁ…
ବାଦ୍ ପଡ଼ିଲେ ଚହର, ଏହି ବୋଲରଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ,୮।୧୦: ଭାରତୀୟ ଦ୍ରୁତ ବୋଲର୍ ଦୀପକ ଚହର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ରହିଥିବା ଦିନିକିଆ ସିରିଜର ବାକି ଦୁଇ ମ୍ୟାଚ୍ରୁ ବାଦ ପଡ଼ିଛନ୍ତି। ଇନ୍ଦୋରରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚରେ ତାଙ୍କ ପିଠି ଆହତ ହୋଇଥିଲା।…
୫୯ ରନ୍ରେ ଭାରତର ବିଜୟ …
ସିଆଲହଟ,୮।୧୦ : ମହିଳା ଏସିଆ କପରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଭାରତ ପଞ୍ଚମ ମ୍ୟାଚରେ ବାଂଲାଦେଶକୁ ୫୯ ରନରେ ପରାସ୍ତ କରିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ…
ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୬୦ ରନ୍ …
ସିଆଲହଟ,୮।୧୦ : ମହିଳା ଏସିଆ କପରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳ ବାଂଲାଦେଶର ସମ୍ମୁଖୀନ ହୋଇଛି। ଟିମ ଇଣ୍ଡିଆ ଏହି ମ୍ୟାଚ ଜିତି ବିଜୟ ଟ୍ରାକକୁ ଫେରିବାକୁ ଚାହୁଁଛି । ସିଆଲହଟ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ…
ଗାଙ୍ଗୁଲିଙ୍କ ପରେ ସଭାପତି ଦୌଡରେ ରୋଜର୍ ବିନି
ନୂଆଦିଲ୍ଲୀ,୮।୧୦: ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରେ ରୋଜର୍ ବିନି ବିସିସିଆଇର ପରବର୍ତ୍ତୀ ସଭାପତି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଆସନ୍ତା ୧୮ ତାରିଖରେ ବିସିସିଆଇ ସଭାପତି ନେଇ ନିର୍ବାଚନ ହେବ। ୨୦୧୯ ଅକ୍ଟୋବର…
ବିକାଶ ପତି ବିସିସିଆଇ ମ୍ୟାଚ ରେଫରି
ଭୁବନେଶ୍ୱର, ୮ା୧୦(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ବର୍ତ୍ତମାନ ସିନିୟର ଚୟନ କମିଟି ସଦସ୍ୟ ବିକାଶ ସ୍ବରୂପ ପତି ବିସିସିଆଇ (ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ) ମ୍ୟାଚ ରେଫରି ହୋଇଛନ୍ତି। ବିସିସିଆଇ ପକ୍ଷରୁ ମ୍ୟାଚ ରେଫରି କୋର୍ସ ପରୀକ୍ଷା…
ହରମନପ୍ରୀତ ପ୍ଲେୟର ଅଫ୍ ଦି ଇୟର
ନୂଆଦିଲ୍ଲୀ, ୮ା୧୦(ପି.ଟି.): ଭାରତ ଡିଫେଣ୍ଡର ହରମନପ୍ରୀତ ସିଂ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏଫ୍ଆଇଏଚ୍ (ଅନ୍ତର୍ଜାତୀୟ ହକି ମହାସଂଘ) ଦ୍ୱାରା ପ୍ଲେୟର ଅଫ୍ ଦି ଇୟର ବିବେଚିତ ହୋଇଛନ୍ତି। ପୁରୁଷ ବିଭାଗରେ ଲଗାତର ଭାବେ ଦୁଇ ବର୍ଷ ପ୍ଲେୟର ଅଫ୍ ଦି…
ଅଷ୍ଟ୍ରେଲିଆ ସିରିଜ ବିଜୟୀ
ବ୍ରିସବେନ, ୮ା୧୦: ଡେଭିଡ ଓ୍ବାର୍ନରଙ୍କ ଦ୍ରୁତ ଅର୍ଦ୍ଧଶତକୀୟ ଇନିଂସ ଓ ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆ ଶୁକ୍ରବାର ଅନୁଷ୍ଠିତ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୩୧ ରନରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ୨୦ ଓଭରରେ ୭ ଉଇକେଟ ହରାଇ…
ପାକିସ୍ତାନଠାରୁ ଭାରତ ପରାସ୍ତ
ସିଲ୍ହେଟ୍,୮ା୧୦(ପି.ଟି.): ମହିଳା ଟି୨୦ କ୍ରିକେଟ ଏସିଆ କପ୍ ଟୁର୍ନାମେଣ୍ଟରେ ଭାରତ ଶୁକ୍ରବାର ପାକିସ୍ତାନଠାରୁ ୧୩ ରନରେ ହାରିଯାଇଛି। ୬ବର୍ଷ ମଧ୍ୟରେ ଭାରତ ବିପକ୍ଷରେ ଏହା ହେଉଛି ପାକିସ୍ତାନ ମହିଳା ଦଳର ପ୍ରଥମ ବିଜୟ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ…
ପ୍ରୋ-କବାଡ଼ି ଲିଗ୍ ଆରମ୍ଭ
ବେଙ୍ଗାଲୁରୁ, ୮ା୧୦: ପ୍ରୋ-କବାଡି ଲିଗ୍ର ସିଜନ-୯ ଆରମ୍ଭ ହୋଇଛି। ଶୁକ୍ରବାର ସ୍ଥାନୀୟ କାନ୍ତିରାଭା ଇନ୍ଡୋର ଷ୍ଟାଡିୟମରେ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚରେ ଦବଙ୍ଗ ଦିଲ୍ଲୀ କେସି ୪୧-୨୭ରେ ୟୁ ମୁମ୍ବାକୁ ପରାସ୍ତ କରିଛି। ଅଧିନାୟକ ନବୀନ କୁମାର ଦଳ ପାଇଁ ୧୩ ପଏଣ୍ଟ…
ବିସିସିଆଇରୁ ବିଦାୟ ନେବେ ଗାଙ୍ଗୁଲି, ଜାଣନ୍ତୁ ତାଙ୍କ ସ୍ଥାନରେ କିଏ ଅଛନ୍ତି ପ୍ରମୁଖ ଦାବିଦାର…
ମୁମ୍ବାଇ,୭।୧୦: ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ସପ୍ତାହରେ ବୋର୍ଡରୁ ବିଦାୟ ଦେଇପାରନ୍ତି। ଗାଙ୍ଗୁଲି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତେବେ ନିକଟରେ ବରିଷ୍ଠ ଅଧିକାରୀଙ୍କ ଏକ ରାଉଣ୍ଡ ବୈଠକ…

