Posted inଖେଳ

ବିଶ୍ୱକପ୍‌ ଏକାଦଶରେ ମେସି, ଏମ୍‌ବାପେ

କାତାରରେ ଫିଫା ବିଶ୍ୱକପ୍‌ର ପରିସମାପ୍ତି ଘଟିଛି। ଫାଇନାଲରେ ଫ୍ରାନ୍ସକୁ ପେନାଲ୍ଟି ଶୁଟ୍‌ଆଉଟ ୪-୨ (ନିର୍ଦ୍ଧାରିତ ସମୟ ଖେଳ ୨-୨ ଓ ଅତିରିକ୍ତ ସମୟରେ ୧-୧) ଗୋଲରେ ହରାଇ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଛି। ଏଥିସହ ପ୍ଲେ-ମେକର ଲିଓନେଲ ମେସିଙ୍କ ବିଶ୍ୱକପ ବିଜୟ ସ୍ବପ୍ନ ସାକାର ହୋଇଛି। ଆସୋସିଏଟେଡ୍‌ ପ୍ରେସ୍‌ ପକ୍ଷରୁ ବିଭିନ୍ନ ଲେଖକ ଓ ସାମ୍ବାଦିକଙ୍କ ଭୋଟିଂ ଆଧାରରେ ବିଶ୍ୱକପ ଏକାଦଶ ଘୋଷଣା କରାଯାଇଛି। ଏଥିରେ ସ୍ବାଭାବିକଭାବେ ମେସି ଏବଂ ଫାଇନାଲରେ ଗୋଲ ଦେବାରେ ହ୍ୟାଟ୍ରିକ ହାସଲକାରୀ ଫ୍ରାନ୍ସର କିଲିଆନ ଏମ୍‌ବାପେ ସ୍ଥାନ ପାଇଛନ୍ତି। ବିଭିନ୍ନ ଦେଶ ପକ୍ଷରୁ ୪-୩-୩ କମ୍ବିନେଶନକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଉକ୍ତ ଆଧାରରେ ହିଁ ଦଳ ଘୋଷଣା କରାଯାଇଛି। ୧୧ ଖେଳାଳିଙ୍କ ମଧ୍ୟରୁ ୧୦ ଜଣ ଅତିକମ୍‌ରେ ସେମିଫାଇନାଲ ଖେଳିଥିବା ବେଳେ କେବଳ ଇଂଲଣ୍ଡର ଜୁଡ୍‌ ବେଲିଂହାମ୍‌ ଏଥିରେ ବ୍ୟତିକ୍ରମ ରହିଛନ୍ତି।
ଗୋଲ୍‌କିପର
ଡୋମିନିକ୍‌ ଲିଭାକୋଭିକ୍‌ (କ୍ରୋଏସିଆ): ନକ୍‌ଆଉଟ୍‌ ପର୍ଯ୍ୟାୟରେ ଲିଭାକୋଭିକ୍‌ ଦୁଇ ଦୁଇଟି ମ୍ୟାଚ୍‌ରେ ପେନାଲ୍ଟି ଶୁଟ୍‌ଆଉଟରେ ଦଳକୁ ବିଜୟୀ କରାଇଥିଲେ। ଜାପାନ ବିପକ୍ଷ ରାଉଣ୍ଡ ଅଫ୍‌ ୧୬ ମ୍ୟାଚ୍‌ରେ ୩ଟି ସ୍ପଟ୍‌ କିକ୍‌ ରୋକିଥିବା ବେଳେ ବ୍ରାଜିଲ ବିପକ୍ଷରେ ନେମାରଙ୍କ ଶଟ୍‌ ପୂର୍ବରୁ ଦଳ ବିଜୟୀ ହୋଇଥିଲା। ବର୍ତ୍ତମାନ କ୍ରୋଏସିଆର ଡାଇନାମୋ ଜାଗ୍ରେବ ପକ୍ଷରୁ ଖେଳୁଥିବା ବେଳେ ଆଗାମୀ ଦିନରେ ଅନେକ ୟୁରୋପୀୟ କ୍ଲବ ତାଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରିପାରନ୍ତି।
ବ୍ୟାକ୍‌
ରାଇଟ୍‌ ବ୍ୟାକ୍‌ ଅଶ୍ରଫ୍‌ ହାକିମି (ମର୍‌କ୍କୋ): କାତାରରେ ନିଜ ପ୍ରଦର୍ଶନ ଜରିଆରେ ହାକିମି ନିଜକୁ ବିଶ୍ୱର ଶ୍ରେଷ୍ଠ ରାଇଟ୍‌ ବ୍ୟାକ୍‌ ଭାବେ ପ୍ରତିଷ୍ଠିତ କରିଛନ୍ତି। ନିଜ ଅଭେଦ୍ୟ ଡିଫେନ୍ସ ସହିତ ପ୍ରତି ଆକ୍ରମଣ କରିବାରେ ମାହିର ଥିଲେ ହାକିମି। ଟୁର୍ନାମେଣ୍ଟରେ ଆହତ ଥିଲେ ମଧ୍ୟ ଏହା ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରି ନ ଥିଲା। ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ ପକ୍ଷରୁ ଖେଳୁଥିବା ହାକିମି ସେମିଫାଇନାଲରେ କିଲିଆନ୍‌ ଏମ୍‌ବାପେଙ୍କ ପ୍ରଭାବ କମ୍‌ କରିବାରେ ସହାୟକ ହୋଇଥିଲେ। ଏହାସହିତ ସ୍ପେନ୍‌ ବିପକ୍ଷ ଶୁଟ୍‌ଆଉଟରେ ମଧ୍ୟ ତାଙ୍କର ପାନେଙ୍କା ପେନାଲ୍ଟି ବେଶ୍‌ ପ୍ରଶଂସନୀୟ।
ଲେଫ୍ଟ ବ୍ୟାକ୍‌
ଥିଓ ହର୍ନାଣ୍ଡେଜ୍‌ (ଫ୍ରାନ୍ସ): ଥିଓ ହର୍ନାଣ୍ଡେଜ ଫ୍ରାନ୍ସ ଦଳ ପାଇଁ ପ୍ରଥମ ପସନ୍ଦର ଖେଳାଳି ନ ଥିଲେ। ବଡ଼ଭାଇ ଲୁକାସ୍‌ ପ୍ରଥମ ମ୍ୟାଚ୍‌ର ୮ମ ମିନିଟ୍‌ରେ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବା ପରେ ତାଙ୍କୁ ଦଳରେ ସୁଯୋଗ ମିଳିଥିଲା। ତେବେ ଥିଓଙ୍କ ଆକ୍ରମଣାତ୍ମକ ଖେଳ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା। ବାମପାର୍ଶ୍ୱରେ ଏମ୍‌ବାପେ ଓ ଆଡ୍ରେନ୍‌ ରାବିଓଟ୍‌ଙ୍କ ସହିତ ସେ ଦେଖାଇଥିଲେ ଚମତ୍କାର ତାଳମେଳ। ଏହାସହିତ ମର୍‌କ୍କୋ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଦଳ ପାଇଁ ସ୍କୋର କରିଥିଲେ ପ୍ରଥମ ଗୋଲ୍‌। କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ବ୍ୟତୀତ ଥିଓ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ।
ସେଣ୍ଟର ବ୍ୟାକ୍‌
ଜୋସକୋ ଜିଭାର୍ଡିଓଲ୍‌ (କ୍ରୋଏସିଆ): କ୍ରୋଏସିଆକୁ ସେମିରେ ପହଞ୍ଚାଇବାରେ ୨୦ ବର୍ଷୀୟ ଜିଭାର୍ଡିଓଲ୍‌ଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। କ୍ରୋଏସିଆ ବିଶ୍ୱକପ୍‌ରେ ୩ୟ ସ୍ଥାନ ହାସଲ କରିଥିବା ବେଳେ ବେଲ୍‌ଜିୟମ ଓ ବ୍ରାଜିଲ ବିପକ୍ଷରେ ତାଙ୍କର ଖେଳ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଲିଟିଲ ପେପ୍‌ ନାମରେ ପରିଚିତ ଏହି ଖେଳାଳି ଜଣଙ୍କ ତୃତୀୟ ସ୍ଥାନ ପ୍ଲେ ଅଫ୍‌ରେ ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ।
ସେଣ୍ଟର ବ୍ୟାକ୍‌
ନିକୋଲାସ୍‌ ଓଟାମେଣ୍ଡି (ଆର୍ଜେଣ୍ଟିନା): ଲିଓନେଲ ମେସିଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଚଳିତ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ପାଇଁ ସମସ୍ତ ମିନିଟ୍‌ ଖେଳିଛନ୍ତି ନିକୋଲାସ୍‌ ଓଟାମେଣ୍ଡି। ଆର୍ଜେଣ୍ଟିନାର ଶକ୍ତିଶାଳୀ ଡିଫେନ୍ସର ନେତୃତ୍ୱ ନେଉଥିବା ଓଟାମେଣ୍ଡିଙ୍କ ପାଇଁ ମଧ୍ୟ ଏହା ସମ୍ଭବତଃ ଶେଷ ବିଶ୍ୱକପ୍‌। ରାଉଣ୍ଡ ଅଫ୍‌ ୧୬ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଏମି ମାର୍ଟିନେଜ୍‌ ପୋଷ୍ଟ ବାହାରେ ରହିଥିବା ବେଳେ ଓଟାମେଣ୍ଡି ଏକ ଚମତ୍କାର ସେଭ୍‌ କରିଥିଲେ।
ମିଡ୍‌ଫିଲ୍ଡର
ସୋଫ୍ୟାନ ଆମ୍ରାବଟ (ମର୍‌କ୍କୋ): ଡିଫେନ୍ସିଭ୍‌ ମିଡ୍‌ଫିଲ୍ଡର ଭାବରେ ଆମ୍ରାବଟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମର୍‌କ୍କୋ ଡିଫେନ୍ସର ଢାଲ ଭାବେ ଥିବା ଏହି ୨୬ ବର୍ଷୀୟ ଖେଳାଳିଙ୍କ ପାଇଁ ସେମି ପର୍ଯ୍ୟନ୍ତ ଦଳ ଗୋଟିଏ ବି ଗୋଲ ବରଣ କରି ନ ଥିଲା। ସେମିଫାଇନାଲରେ ନିଜ ଦକ୍ଷତା କାରଣରୁ ଏମ୍‌ବାପେଙ୍କୁ ନୀରବ ରଖିବାରେ ମଧ୍ୟ ସମର୍ଥ ହୋଇଥିଲେ।
ମିଡ୍‌ଫିଲ୍ଡର
ଜୁଡ୍‌ ବେଲିଂହାମ୍‌ (ଇଂଲଣ୍ଡ): ୧୯ ବର୍ଷୀୟ ବେଲିଂହାମ୍‌ ନିଜ ଚମତ୍କାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ବିଶ୍ୱକପ୍‌ ପ୍ରଦର୍ଶନ ପରେ ବିଭିନ୍ନ କ୍ଲବ ପାଇଁ ସେ ପ୍ରଥମ ପସନ୍ଦର ଖେଳାଳି ପାଲଟି ଯାଇଛନ୍ତି। ଟୁର୍ନାମେଣ୍ଟରେ ସେ ଇରାନ୍‌ ବିପକ୍ଷରେ ଗୋଲ ସ୍କୋର କରିଥିବା ବେଳେ ସେନେଗାଲ ବିପକ୍ଷ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ ବିପକ୍ଷ ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ମଧ୍ୟ ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଥିଲା।
ଆଣ୍ଟୋନିଓ ଗ୍ରିଜ୍‌ମ୍ୟାନ (ଫ୍ରାନ୍ସ): ସମୁଦାୟ କ୍ୟାରିୟରରେ ଫରଓ୍ବାର୍ଡ ଭାବରେ ଖେଳିଥିବା ଗ୍ରିଜ୍‌ମ୍ୟାନଙ୍କୁ ମିଡ୍‌ଫିଲ୍ଡରର ଦାୟିତ୍ୱ ମିଳିଥିବା ବେଳେ ସେ ଏହାକୁ ଠିକ୍‌ ଭାବେ ନିର୍ବାହ କରିଛନ୍ତି। ଏପରି କି ବିଶ୍ୱକପ୍‌ର ଶ୍ରେଷ୍ଠ ଖେଳାଳି ଦୌଡ଼ରେ ସେ ମେସି ଓ ଏମ୍‌ବାପେଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ସର୍ବାଧିକ ୧୧ଟି ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ ଗ୍ରିଜ୍‌ମ୍ୟାନ୍‌। ଇଂଲଣ୍ଡ ଓ ମର୍‌କ୍କୋ ବିପକ୍ଷ ମ୍ୟାଚ୍‌ରେ ସେ ଶ୍ରେଷ୍ଠ ଖେଳାଳି ରୂପେ ମଧ୍ୟ ପୁରସ୍କୃତ ହୋଇଥିଲେ। କେବଳ ଲଙ୍ଗ୍‌ ଓ ଶର୍ଟ ପାସ୍‌ ନୁହେଁ ବରଂ ଡିଫେନ୍ସିଭ୍‌ ଦକ୍ଷତା ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ।
ଷ୍ଟ୍ରାଇକର
କିଲିଆନ୍‌ ଏମ୍‌ବାପେ (ଫ୍ରାନ୍ସ): କ୍ରମାଗତ ଦ୍ୱିତୀୟ ବିଶ୍ୱକପ୍‌ରେ ଫ୍ରାନ୍ସ ପାଇଁ ଟପ୍‌ ସ୍କୋରର ରହିଛନ୍ତି ୨୩ ବର୍ଷୀୟ ଏମ୍‌ବାପେ। ୨୦୧୮ରେ ୪ ଗୋଲ ସ୍କୋର କରିଥିବା ବେଳେ ଚଳିତବର୍ଷ ସ୍କୋର କରିଛନ୍ତି ୮ ଗୋଲ୍‌। ପୋଲାଣ୍ଡ ବିପକ୍ଷ ରାଉଣ୍ଡ ଅଫ୍‌ ୧୬ ମ୍ୟାଚ୍‌ରେ ଡବଲ ଗୋଲ ସ୍କୋର କରିଥିବା ଏମ୍‌ବାପେ ଫାଇନାଲରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଏହାସହିତ ଫିଟ୍‌ ରହିଲେ ସେ ସହଜରେ ମିରୋସ୍ଲାଭ୍‌ କ୍ଲୋଜ୍‌ଙ୍କ ୧୬ କ୍ୟାରିୟର ଗୋଲ ରେକର୍ଡ ଭାଙ୍ଗିପାରିବେ।
ଲିଓନେଲ ମେସି (ଆର୍ଜେଣ୍ଟିନା): ନିଜ କ୍ୟାରିୟରର ପ୍ରଥମ ବିଶ୍ୱକପ୍‌ ଜିତିଥିବା ମେସିଙ୍କ ପ୍ରଦର୍ଶନ ବେଶ୍‌ ଉଲ୍ଲେଖନୀୟ। କେବଳ ଗୋଲ ସ୍କୋର କରିବା ନୁହେଁ, ଆସିଷ୍ଟରେ ମଧ୍ୟ ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ୭ ଗୋଲ ସହିତ ଏମ୍‌ବାପେଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦଳ ପାଇଁ ୨୬ ବିଶ୍ୱକପ ମ୍ୟାଚ୍‌ ଖେଳିଥିବା ମେସି ୧୩ ଗୋଲ ସହିତ ଆର୍ଜେଣ୍ଟିନାର ସର୍ବକାଳୀନ ଶ୍ରେଷ୍ଠ ଗୋଲସ୍କୋରର ରହିଛନ୍ତି। କାତାର ବିଶ୍ୱକପର ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଜୁଲିଆନ ଆଲଭାରେଜ୍‌ (ଆର୍ଜେଣ୍ଟିନା): ଲାଉଟାରୋ ମାର୍ଟିନେଜ୍‌ଙ୍କ ଖରାପ ଫର୍ମ କାରଣରୁ ଦୁଇଟି ମ୍ୟାଚ୍‌ ପରେ ଆଲଭାରେଜଙ୍କୁ ସୁଯୋଗ ମିଳିଥିଲା। ପରବର୍ତ୍ତୀ ୪ ମ୍ୟାଚ୍‌ରୁ ୪ ଗୋଲ ସହିତ ଗୋଲ୍ଡେନ୍‌ ବୁଟ୍‌ ଦୌଡ଼ରେ ମଧ୍ୟ ସାମିଲ ଥିଲେ ଏହି ମାଞ୍ଚେଷ୍ଟର ସିଟି ଷ୍ଟ୍ରାଇକର।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?