Posted inଖେଳ

ବିଶ୍ୱକପ୍‌ ଏକାଦଶରେ ମେସି, ଏମ୍‌ବାପେ

କାତାରରେ ଫିଫା ବିଶ୍ୱକପ୍‌ର ପରିସମାପ୍ତି ଘଟିଛି। ଫାଇନାଲରେ ଫ୍ରାନ୍ସକୁ ପେନାଲ୍ଟି ଶୁଟ୍‌ଆଉଟ ୪-୨ (ନିର୍ଦ୍ଧାରିତ ସମୟ ଖେଳ ୨-୨ ଓ ଅତିରିକ୍ତ ସମୟରେ ୧-୧) ଗୋଲରେ ହରାଇ ଆର୍ଜେଣ୍ଟିନା ଚାମ୍ପିୟନ ହୋଇଛି। ଏଥିସହ ପ୍ଲେ-ମେକର ଲିଓନେଲ ମେସିଙ୍କ ବିଶ୍ୱକପ ବିଜୟ ସ୍ବପ୍ନ ସାକାର ହୋଇଛି। ଆସୋସିଏଟେଡ୍‌ ପ୍ରେସ୍‌ ପକ୍ଷରୁ ବିଭିନ୍ନ ଲେଖକ ଓ ସାମ୍ବାଦିକଙ୍କ ଭୋଟିଂ ଆଧାରରେ ବିଶ୍ୱକପ ଏକାଦଶ ଘୋଷଣା କରାଯାଇଛି। ଏଥିରେ ସ୍ବାଭାବିକଭାବେ ମେସି ଏବଂ ଫାଇନାଲରେ ଗୋଲ ଦେବାରେ ହ୍ୟାଟ୍ରିକ ହାସଲକାରୀ ଫ୍ରାନ୍ସର କିଲିଆନ ଏମ୍‌ବାପେ ସ୍ଥାନ ପାଇଛନ୍ତି। ବିଭିନ୍ନ ଦେଶ ପକ୍ଷରୁ ୪-୩-୩ କମ୍ବିନେଶନକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଉକ୍ତ ଆଧାରରେ ହିଁ ଦଳ ଘୋଷଣା କରାଯାଇଛି। ୧୧ ଖେଳାଳିଙ୍କ ମଧ୍ୟରୁ ୧୦ ଜଣ ଅତିକମ୍‌ରେ ସେମିଫାଇନାଲ ଖେଳିଥିବା ବେଳେ କେବଳ ଇଂଲଣ୍ଡର ଜୁଡ୍‌ ବେଲିଂହାମ୍‌ ଏଥିରେ ବ୍ୟତିକ୍ରମ ରହିଛନ୍ତି।
ଗୋଲ୍‌କିପର
ଡୋମିନିକ୍‌ ଲିଭାକୋଭିକ୍‌ (କ୍ରୋଏସିଆ): ନକ୍‌ଆଉଟ୍‌ ପର୍ଯ୍ୟାୟରେ ଲିଭାକୋଭିକ୍‌ ଦୁଇ ଦୁଇଟି ମ୍ୟାଚ୍‌ରେ ପେନାଲ୍ଟି ଶୁଟ୍‌ଆଉଟରେ ଦଳକୁ ବିଜୟୀ କରାଇଥିଲେ। ଜାପାନ ବିପକ୍ଷ ରାଉଣ୍ଡ ଅଫ୍‌ ୧୬ ମ୍ୟାଚ୍‌ରେ ୩ଟି ସ୍ପଟ୍‌ କିକ୍‌ ରୋକିଥିବା ବେଳେ ବ୍ରାଜିଲ ବିପକ୍ଷରେ ନେମାରଙ୍କ ଶଟ୍‌ ପୂର୍ବରୁ ଦଳ ବିଜୟୀ ହୋଇଥିଲା। ବର୍ତ୍ତମାନ କ୍ରୋଏସିଆର ଡାଇନାମୋ ଜାଗ୍ରେବ ପକ୍ଷରୁ ଖେଳୁଥିବା ବେଳେ ଆଗାମୀ ଦିନରେ ଅନେକ ୟୁରୋପୀୟ କ୍ଲବ ତାଙ୍କୁ ନେବାକୁ ଆଗ୍ରହ ପ୍ରକାଶ କରିପାରନ୍ତି।
ବ୍ୟାକ୍‌
ରାଇଟ୍‌ ବ୍ୟାକ୍‌ ଅଶ୍ରଫ୍‌ ହାକିମି (ମର୍‌କ୍କୋ): କାତାରରେ ନିଜ ପ୍ରଦର୍ଶନ ଜରିଆରେ ହାକିମି ନିଜକୁ ବିଶ୍ୱର ଶ୍ରେଷ୍ଠ ରାଇଟ୍‌ ବ୍ୟାକ୍‌ ଭାବେ ପ୍ରତିଷ୍ଠିତ କରିଛନ୍ତି। ନିଜ ଅଭେଦ୍ୟ ଡିଫେନ୍ସ ସହିତ ପ୍ରତି ଆକ୍ରମଣ କରିବାରେ ମାହିର ଥିଲେ ହାକିମି। ଟୁର୍ନାମେଣ୍ଟରେ ଆହତ ଥିଲେ ମଧ୍ୟ ଏହା ତାଙ୍କ ପ୍ରଦର୍ଶନକୁ ପ୍ରଭାବିତ କରି ନ ଥିଲା। ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ ପକ୍ଷରୁ ଖେଳୁଥିବା ହାକିମି ସେମିଫାଇନାଲରେ କିଲିଆନ୍‌ ଏମ୍‌ବାପେଙ୍କ ପ୍ରଭାବ କମ୍‌ କରିବାରେ ସହାୟକ ହୋଇଥିଲେ। ଏହାସହିତ ସ୍ପେନ୍‌ ବିପକ୍ଷ ଶୁଟ୍‌ଆଉଟରେ ମଧ୍ୟ ତାଙ୍କର ପାନେଙ୍କା ପେନାଲ୍ଟି ବେଶ୍‌ ପ୍ରଶଂସନୀୟ।
ଲେଫ୍ଟ ବ୍ୟାକ୍‌
ଥିଓ ହର୍ନାଣ୍ଡେଜ୍‌ (ଫ୍ରାନ୍ସ): ଥିଓ ହର୍ନାଣ୍ଡେଜ ଫ୍ରାନ୍ସ ଦଳ ପାଇଁ ପ୍ରଥମ ପସନ୍ଦର ଖେଳାଳି ନ ଥିଲେ। ବଡ଼ଭାଇ ଲୁକାସ୍‌ ପ୍ରଥମ ମ୍ୟାଚ୍‌ର ୮ମ ମିନିଟ୍‌ରେ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବା ପରେ ତାଙ୍କୁ ଦଳରେ ସୁଯୋଗ ମିଳିଥିଲା। ତେବେ ଥିଓଙ୍କ ଆକ୍ରମଣାତ୍ମକ ଖେଳ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା। ବାମପାର୍ଶ୍ୱରେ ଏମ୍‌ବାପେ ଓ ଆଡ୍ରେନ୍‌ ରାବିଓଟ୍‌ଙ୍କ ସହିତ ସେ ଦେଖାଇଥିଲେ ଚମତ୍କାର ତାଳମେଳ। ଏହାସହିତ ମର୍‌କ୍କୋ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଦଳ ପାଇଁ ସ୍କୋର କରିଥିଲେ ପ୍ରଥମ ଗୋଲ୍‌। କ୍ୱାର୍ଟର ଫାଇନାଲରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ବ୍ୟତୀତ ଥିଓ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ।
ସେଣ୍ଟର ବ୍ୟାକ୍‌
ଜୋସକୋ ଜିଭାର୍ଡିଓଲ୍‌ (କ୍ରୋଏସିଆ): କ୍ରୋଏସିଆକୁ ସେମିରେ ପହଞ୍ଚାଇବାରେ ୨୦ ବର୍ଷୀୟ ଜିଭାର୍ଡିଓଲ୍‌ଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। କ୍ରୋଏସିଆ ବିଶ୍ୱକପ୍‌ରେ ୩ୟ ସ୍ଥାନ ହାସଲ କରିଥିବା ବେଳେ ବେଲ୍‌ଜିୟମ ଓ ବ୍ରାଜିଲ ବିପକ୍ଷରେ ତାଙ୍କର ଖେଳ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଲିଟିଲ ପେପ୍‌ ନାମରେ ପରିଚିତ ଏହି ଖେଳାଳି ଜଣଙ୍କ ତୃତୀୟ ସ୍ଥାନ ପ୍ଲେ ଅଫ୍‌ରେ ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲେ।
ସେଣ୍ଟର ବ୍ୟାକ୍‌
ନିକୋଲାସ୍‌ ଓଟାମେଣ୍ଡି (ଆର୍ଜେଣ୍ଟିନା): ଲିଓନେଲ ମେସିଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଚଳିତ ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ପାଇଁ ସମସ୍ତ ମିନିଟ୍‌ ଖେଳିଛନ୍ତି ନିକୋଲାସ୍‌ ଓଟାମେଣ୍ଡି। ଆର୍ଜେଣ୍ଟିନାର ଶକ୍ତିଶାଳୀ ଡିଫେନ୍ସର ନେତୃତ୍ୱ ନେଉଥିବା ଓଟାମେଣ୍ଡିଙ୍କ ପାଇଁ ମଧ୍ୟ ଏହା ସମ୍ଭବତଃ ଶେଷ ବିଶ୍ୱକପ୍‌। ରାଉଣ୍ଡ ଅଫ୍‌ ୧୬ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଏମି ମାର୍ଟିନେଜ୍‌ ପୋଷ୍ଟ ବାହାରେ ରହିଥିବା ବେଳେ ଓଟାମେଣ୍ଡି ଏକ ଚମତ୍କାର ସେଭ୍‌ କରିଥିଲେ।
ମିଡ୍‌ଫିଲ୍ଡର
ସୋଫ୍ୟାନ ଆମ୍ରାବଟ (ମର୍‌କ୍କୋ): ଡିଫେନ୍ସିଭ୍‌ ମିଡ୍‌ଫିଲ୍ଡର ଭାବରେ ଆମ୍ରାବଟ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମର୍‌କ୍କୋ ଡିଫେନ୍ସର ଢାଲ ଭାବେ ଥିବା ଏହି ୨୬ ବର୍ଷୀୟ ଖେଳାଳିଙ୍କ ପାଇଁ ସେମି ପର୍ଯ୍ୟନ୍ତ ଦଳ ଗୋଟିଏ ବି ଗୋଲ ବରଣ କରି ନ ଥିଲା। ସେମିଫାଇନାଲରେ ନିଜ ଦକ୍ଷତା କାରଣରୁ ଏମ୍‌ବାପେଙ୍କୁ ନୀରବ ରଖିବାରେ ମଧ୍ୟ ସମର୍ଥ ହୋଇଥିଲେ।
ମିଡ୍‌ଫିଲ୍ଡର
ଜୁଡ୍‌ ବେଲିଂହାମ୍‌ (ଇଂଲଣ୍ଡ): ୧୯ ବର୍ଷୀୟ ବେଲିଂହାମ୍‌ ନିଜ ଚମତ୍କାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ବିଶ୍ୱକପ୍‌ ପ୍ରଦର୍ଶନ ପରେ ବିଭିନ୍ନ କ୍ଲବ ପାଇଁ ସେ ପ୍ରଥମ ପସନ୍ଦର ଖେଳାଳି ପାଲଟି ଯାଇଛନ୍ତି। ଟୁର୍ନାମେଣ୍ଟରେ ସେ ଇରାନ୍‌ ବିପକ୍ଷରେ ଗୋଲ ସ୍କୋର କରିଥିବା ବେଳେ ସେନେଗାଲ ବିପକ୍ଷ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ ବିପକ୍ଷ ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ମଧ୍ୟ ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଥିଲା।
ଆଣ୍ଟୋନିଓ ଗ୍ରିଜ୍‌ମ୍ୟାନ (ଫ୍ରାନ୍ସ): ସମୁଦାୟ କ୍ୟାରିୟରରେ ଫରଓ୍ବାର୍ଡ ଭାବରେ ଖେଳିଥିବା ଗ୍ରିଜ୍‌ମ୍ୟାନଙ୍କୁ ମିଡ୍‌ଫିଲ୍ଡରର ଦାୟିତ୍ୱ ମିଳିଥିବା ବେଳେ ସେ ଏହାକୁ ଠିକ୍‌ ଭାବେ ନିର୍ବାହ କରିଛନ୍ତି। ଏପରି କି ବିଶ୍ୱକପ୍‌ର ଶ୍ରେଷ୍ଠ ଖେଳାଳି ଦୌଡ଼ରେ ସେ ମେସି ଓ ଏମ୍‌ବାପେଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗ୍ରୁପ୍‌ ପର୍ଯ୍ୟାୟରେ ସର୍ବାଧିକ ୧୧ଟି ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ ଗ୍ରିଜ୍‌ମ୍ୟାନ୍‌। ଇଂଲଣ୍ଡ ଓ ମର୍‌କ୍କୋ ବିପକ୍ଷ ମ୍ୟାଚ୍‌ରେ ସେ ଶ୍ରେଷ୍ଠ ଖେଳାଳି ରୂପେ ମଧ୍ୟ ପୁରସ୍କୃତ ହୋଇଥିଲେ। କେବଳ ଲଙ୍ଗ୍‌ ଓ ଶର୍ଟ ପାସ୍‌ ନୁହେଁ ବରଂ ଡିଫେନ୍ସିଭ୍‌ ଦକ୍ଷତା ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ।
ଷ୍ଟ୍ରାଇକର
କିଲିଆନ୍‌ ଏମ୍‌ବାପେ (ଫ୍ରାନ୍ସ): କ୍ରମାଗତ ଦ୍ୱିତୀୟ ବିଶ୍ୱକପ୍‌ରେ ଫ୍ରାନ୍ସ ପାଇଁ ଟପ୍‌ ସ୍କୋରର ରହିଛନ୍ତି ୨୩ ବର୍ଷୀୟ ଏମ୍‌ବାପେ। ୨୦୧୮ରେ ୪ ଗୋଲ ସ୍କୋର କରିଥିବା ବେଳେ ଚଳିତବର୍ଷ ସ୍କୋର କରିଛନ୍ତି ୮ ଗୋଲ୍‌। ପୋଲାଣ୍ଡ ବିପକ୍ଷ ରାଉଣ୍ଡ ଅଫ୍‌ ୧୬ ମ୍ୟାଚ୍‌ରେ ଡବଲ ଗୋଲ ସ୍କୋର କରିଥିବା ଏମ୍‌ବାପେ ଫାଇନାଲରେ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିଲେ। ଏହାସହିତ ଫିଟ୍‌ ରହିଲେ ସେ ସହଜରେ ମିରୋସ୍ଲାଭ୍‌ କ୍ଲୋଜ୍‌ଙ୍କ ୧୬ କ୍ୟାରିୟର ଗୋଲ ରେକର୍ଡ ଭାଙ୍ଗିପାରିବେ।
ଲିଓନେଲ ମେସି (ଆର୍ଜେଣ୍ଟିନା): ନିଜ କ୍ୟାରିୟରର ପ୍ରଥମ ବିଶ୍ୱକପ୍‌ ଜିତିଥିବା ମେସିଙ୍କ ପ୍ରଦର୍ଶନ ବେଶ୍‌ ଉଲ୍ଲେଖନୀୟ। କେବଳ ଗୋଲ ସ୍କୋର କରିବା ନୁହେଁ, ଆସିଷ୍ଟରେ ମଧ୍ୟ ସେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ୭ ଗୋଲ ସହିତ ଏମ୍‌ବାପେଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦଳ ପାଇଁ ୨୬ ବିଶ୍ୱକପ ମ୍ୟାଚ୍‌ ଖେଳିଥିବା ମେସି ୧୩ ଗୋଲ ସହିତ ଆର୍ଜେଣ୍ଟିନାର ସର୍ବକାଳୀନ ଶ୍ରେଷ୍ଠ ଗୋଲସ୍କୋରର ରହିଛନ୍ତି। କାତାର ବିଶ୍ୱକପର ସେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ଜୁଲିଆନ ଆଲଭାରେଜ୍‌ (ଆର୍ଜେଣ୍ଟିନା): ଲାଉଟାରୋ ମାର୍ଟିନେଜ୍‌ଙ୍କ ଖରାପ ଫର୍ମ କାରଣରୁ ଦୁଇଟି ମ୍ୟାଚ୍‌ ପରେ ଆଲଭାରେଜଙ୍କୁ ସୁଯୋଗ ମିଳିଥିଲା। ପରବର୍ତ୍ତୀ ୪ ମ୍ୟାଚ୍‌ରୁ ୪ ଗୋଲ ସହିତ ଗୋଲ୍ଡେନ୍‌ ବୁଟ୍‌ ଦୌଡ଼ରେ ମଧ୍ୟ ସାମିଲ ଥିଲେ ଏହି ମାଞ୍ଚେଷ୍ଟର ସିଟି ଷ୍ଟ୍ରାଇକର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri