Posted inଖେଳ

ବିଶ୍ଳେଷଣ ଅନାବଶ୍ୟକ

୧୯୭୮ରେ ମୁଁ ବାହାରେ ରହି ଦେଖିଛି। ୧୯୮୬ରେ ମୁଁ ବିଶ୍ୱକପ୍‌କୁ ସ୍ପର୍ଶ କରିଛି ଏବଂ ଚୁମ୍ବନ ମଧ୍ୟ ଦେଇଛି। ମାତ୍ର ୨୦୨୨ରେ ପ୍ରଥମେ ଷ୍ଟାଣ୍ଡରୁ, ପରେ ଦଳ ସହିତ ଉପଭୋଗ କରିଛି ଏବଂ ଟ୍ରଫିକୁ ପୁଣିଥରେ ସ୍ପର୍ଶ କରିବା ସୁଯୋଗ ପାଇଛି। ମୋ ପାଇଁ ଏହାଠାରୁ ଅବା ବଡ଼କଥା ଆଉ କ’ଣ ହୋଇପାରେ। ଆର୍ଜେଣ୍ଟିନାର ଜଣେ ନାଗରିକ ଏବଂ ୩ଥର ବିଶ୍ୱ ଚାମ୍ପିୟନ ଦଳର ଜଣେ ସଦସ୍ୟ ଭାବେ ମୁଁ ନିଜକୁ ଅଶେଷ ଗୌରବାନ୍ବିତ ମନେକରୁଛି। ଇତିହାସରେ ମେସି ଜଣେ ମହାନ୍‌ ଫୁଟ୍‌ବଲ ଖେଳାଳି, ଏଥିରେ ମୋର ଆଉ ତିଳେମାତ୍ର ସନ୍ଦେହ ନାହିଁ। ଆର୍ଜେଣ୍ଟିନା ହେଉଛି ସର୍ବଶ୍ରେଷ୍ଠ ଫୁଟ୍‌ବଲ ଖେଳୁଥିବା ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ, ଯାହାକୁ ସମଗ୍ର ବିଶ୍ୱ ସମ୍ମାନ ଦିଏ। ମେସିଙ୍କ ଆର୍ଜେଣ୍ଟିନା ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଅବଶ୍ୟ ଏମ୍‌ବାପେ୍‌ କିଛି ସମୟ ତାଙ୍କ ଚମକ ଦେଖାଇଥିଲେ। କିନ୍ତୁ ବର୍ତ୍ତମାନ ବିଶ୍ଳେଷଣର ଆବଶ୍ୟକତା ନାହିଁ। ଇତିହାସ କହିବ, ରେକର୍ଡ ବୁକ୍‌ରେ ଦେଖିବାକୁ ମିଳିବ ଆର୍ଜେଣ୍ଟିନା ହେଉଛି ୨୦୨୨ ବିଶ୍ୱକପ୍‌ ଚାମ୍ପିୟନ। ମ୍ୟାଚ୍‌ ପରେ ପୁରସ୍କାର ବିତରଣ ଉତ୍ସବ ଶେଷ ହେବା ମାତ୍ରେ ଲୁସେଲ ଷ୍ଟାଡିୟମ ଭିନ୍ନ ଏକ ପରିବେଶକୁ ବଦଳି ଯାଇଥିଲା। ଷ୍ଟାଣ୍ଡରେ ରହି ମ୍ୟାଚ୍‌ ଉପଭୋଗ କରୁଥିବା ଆର୍ଜେଣ୍ଟିନା ଖେଳାଳିମାନଙ୍କ ପିତାମାତା, ପୁଅ, ଝିଅ ଏବଂ ବନ୍ଧୁପରିଜନ ଷ୍ଟାଡିୟମର ଘାସପଡ଼ିଆକୁ ଚାଲିଆସିଥିଲେ। ସେମାନେ ପାଖାପାଖି ଦୁଇ ଘଣ୍ଟା କାଳ ପଡ଼ିଆରେ ଉପସ୍ଥିତ ରହି ଟାଇଟଲ ବିଜୟ ଉତ୍ସବ ମନାଇଥିଲେ। କିଛି ବାଳକ ଓ ବାଳିକା ଫୁଟ୍‌ବଲ ଖେଳିବା ଆରମ୍ଭ କରିଥିଲେ। ବିଜୟ ସହ ମେସି ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ମାରାଡୋନାଙ୍କ ସମକକ୍ଷ ହୋଇଛନ୍ତି। ମାରାଡୋନା ୧୯୮୬ରେ ଜିତିଥିଲେ ଏବଂ ୧୯୯୦ ଫାଇନାଲରେ ପରାଜିତ ହୋଇଥିଲେ। ମେସି କିନ୍ତୁ ୨୦୧୪ ସଂସ୍କରଣରେ ଜର୍ମାନୀ ବିପକ୍ଷ ଫାଇନାଲରେ ହାରିଯିବା ପରେ ଏଥର ବିଶ୍ୱକପ୍‌ ହାତେଇ ପାରିଛନ୍ତି। ଏହା ପୂର୍ବରୁ ମେସି ତାଙ୍କ କ୍ୟାରିୟରରେ ଜାତୀୟ ଦଳ ସହ ବିଶ୍ୱକପ୍‌ ଜିତି ନ ପାରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବର୍ତ୍ତମାନ କେବଳ ଦଳ ନୁହେଁ, ଆର୍ଜେଣ୍ଟିନାବାସୀ ଆଶ୍ୱସ୍ତ। ଏକ ଫୁଟ୍‌ବଲ ପଡ଼ିଆରେ କାନ୍ଦିବା, ପରସ୍ପରକୁ ଆଲିଙ୍ଗନ କରିବାର ବିରଳ ଦୃଶ୍ୟ ମୁଁ କେବେ ଦେଖିନାହିଁ। ମ୍ୟାଚ୍‌ଟି ବାସ୍ତବିକ ଖୁବ୍‌ ରୋମାଞ୍ଚକ ଥିଲା। ଏକଦା ଆମେ ମ୍ୟାଚ୍‌ ସହଜେ ଜିତିନେବୁ ବୋଲି ମନେହେଉଥିଲା। ପରେ ଆମେ ହାରିଯାଇପାରୁ ବୋଲି ଧାରଣା ସୃଷ୍ଟି ହୋଇଥିଲା। ଅତିରିକ୍ତ ସମୟ ଖେଳର ଫଳାଫଳ କ’ଣ ହେବ ତାହା ପୂର୍ବାନୁମାନ କରିହେଉ ନ ଥିଲା। ଶେଷରେ ପେନାଲ୍ଟିରେ ଆମେ ବିଜୟଲାଭ କଲୁ। ଆନନ୍ଦର ସୀମା ରହିଲା ନାହିଁ। ପ୍ରକୃତରେ ଫୁଟ୍‌ବଲରେ ରହିଛି ଭାବପ୍ରବଣତା। ଏଥର ୨୦ ନିୟୁତରୁ ଅଧିକ ଆର୍ଜେଣ୍ଟିନା ବାସିନ୍ଦା, ପୂର୍ବରୁ ସେମାନଙ୍କ ପିତାମାତା ୧୯୮୬ରେ ଏବଂ ସେମାନଙ୍କ ଜେଜେବାପା ଓ ଜେଜିମା ୧୯୭୮ରେ ଯାହା ଦେଖିଥିଲେ ତାହା ଦେଖିପାରିଛନ୍ତି। ଲିଓନେଲ ମେସିଙ୍କର ଏହା ହେଉଛି ସବୁଠାରୁ ବଡ଼ ସଫଳତା। ମାରାଡୋନା ଓ ଆମେ ଅବସର ନେବା ପରେ ମେସିଙ୍କ ଭଳି ଜଣେ ଷ୍ଟାର ଖେଳାଳି ଥାଇ ଏକ ଶକ୍ତିଶାଳୀ ଦଳ ଗଠନ କରିବାକୁ ୭ରୁ ୮ ବର୍ଷ ସମୟ ଲାଗିଥିଲା। ମେସିଙ୍କ ଅବସର ପରେ ଏକ ଶକ୍ତିଶାଳୀ ଟିମ୍‌ ଗଠନ ଲାଗି ଆର୍ଜେଣ୍ଟିନା ଫୁଟ୍‌ବଲ ପାଇଁ ଆଗାମୀ କିଛିବର୍ଷ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ।
-(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?