Posted inଖେଳ

ପଡ଼ିଆ ବାହାରେ ଏକ ବଡ଼ ରେକର୍ଡ ହାସଲ କଲେ ମେସି

ଷ୍ଟାର ଫୁଟବଲର୍‌ ଲିଓନେଲ ମେସି ଆର୍ଜେଣ୍ଟିନାକୁ ଫିଫା ବିଶ୍ୱକପ ଜିତାଇଛନ୍ତି। ଏହାସହ ଅନେକ ଫିଲ୍ଡ ରେକର୍ଡ ଭାଙ୍ଗିଥିଲେ। ତେବେ ବର୍ତ୍ତମାନ ସେ ପଡ଼ିଆରୁ ବାହାରେ ମଧ୍ୟ ଏକ ରେକର୍ଡ ଭାଙ୍ଗିଛନ୍ତି। ର ସୋମବାର ବିଶ୍ୱକପ ଜିତିବା ପରେ ମେସି ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମରେ ଟ୍ରଫି ସହିତ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ୫୨ ମିଲିୟନରୁ ଅଧିକ (୫ କୋଟି) ଲାଇକ ଆସିଛି। ଫଳରେ ସେ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟରେ ସର୍ବାଧିକ ଲାଇକ୍‌ ଆସିଥିବା କ୍ରୀଡ଼ାବିତ୍‌ ହୋଇପାରିଛନ୍ତି।
ଏହି ପରିପ୍ରେକ୍ଷୀରେ ମେସି ପର୍ତ୍ତୁଗାଲର ତାରକା ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲଡୋଙ୍କ ରେକର୍ଡ ଭାଙ୍ଗିଛନ୍ତି। ବିଶ୍ୱକପ ଆରମ୍ଭ ପୂର୍ବରୁ ରୋନାଲ୍ଡୋ ମେସିଙ୍କ ସହ ଚେସ ଖେଳୁଥିବା ଏକ ଫଟୋ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ୪୨ ମିଲିୟନରୁ ଅଧିକ (୪ କୋଟି) ଲାଇକ ଆସିଥିଲା। କ୍ରିଷ୍ଟିଆନୋ ତାଙ୍କ ନାମରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ତେବେ ମେସି ଏହାଠାରୁ ଅଧିକ ଆଗକୁ ଯାଇଛନ୍ତି।

ମେସିଙ୍କ ପୋଷ୍ଟର କ୍ୟାପସନରେ ଏହା ଲେଖାଯାଇଥିଲା – ସମଗ୍ର ବିଶ୍ୱର ଚାମ୍ପିଅନ୍ସ। ମୁଁ କେତେଥର ଏହି ବିଷୟରେ ସ୍ବପ୍ନ ଦେଖିଥିଲି। ମୁଁ ଏହାକୁ ବିଶ୍ୱାସ କରିପାରୁ ନାହିଁ … ମୋ ପରିବାରକୁ, ମୋତେ ସମର୍ଥନ କରୁଥିବା ସମସ୍ତଙ୍କୁ ବହୁତ ଧନ୍ୟବାଦ। ଆମେ ପୁଣି ଥରେ ପ୍ରମାଣିତ କରିଛୁ ଯେ ଯେତେବେଳେ ଆର୍ଜେଣ୍ଟିନାମାନେ ଏକାଠି ଯୁଦ୍ଧ କରନ୍ତି ଏବଂ ଏକଜୁଟ ହୁଅନ୍ତି, ସେତେବେଳେ ସେକୌଣସି ଲକ୍ଷ୍ୟ ଆମେ ହାସଲ କରିବାକୁ ସକ୍ଷମ ଅଟୁ।
ରବିବାରର ଫିଫା ବିଶ୍ୱକପ ଫାଇନାଲରେ ମେସି ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିଛି।
ଏହି ବିଶ୍ୱକପ୍‌ରେ ମେସି ମୋଟ ୭ଟି ଗୋଲ ସ୍କୋର କରିଥିଲେ। ଏହାସହ ସେ ବିଶ୍ୱକପରେ ମୋଟ ୧୩ଟି ଗୋଲ ଦେଇଥିଲେ। ସେ ବିଶ୍ୱକପରେ ଆର୍ଜେଣ୍ଟିନା ପାଇଁ ଶ୍ରେଷ୍ଠ ଗୋଲ ସ୍କୋରର ହୋଇଥିଲେ। ସେ ଫାଇନାଲରେ ପଡ଼ିଆରେ ଅବତରଣ କରିବା ମାତ୍ରେ ତାଙ୍କ ନାମରେ ଆଉ ଏକ ରେକର୍ଡ କରିଥିଲେ। ସେ ବିଶ୍ୱକପ୍‌ରେ ସର୍ବାଧିକ ସଂଖ୍ୟକ ମ୍ୟାଚ (୨୬) ସହିତ ଖେଳାଳି ହୋଇଥିଲେ। ଏହା ଥିଲା ମେସିଙ୍କ ପଞ୍ଚମ ବିଶ୍ୱକପ।

 

View this post on Instagram

 

A post shared by Leo Messi (@leomessi)

 

View this post on Instagram

 

A post shared by Cristiano Ronaldo (@cristiano)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?