Posted inଖେଳ

ମେସିଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ନୂଆଦିଲ୍ଲୀ,୨୦।୧୨: ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଫିଫା ବିଶ୍ୱକପ ଟାଇଟଲ୍‌ ଜିତିଛି। ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କ ପାଇଁ ଏହା ଶେଷ ବିଶ୍ୱକପ ଥିଲା। ସେ ତୃତୀୟ ଥର ପାଇଁ ତାଙ୍କ ଦଳକୁ ବିଶ୍ୱକପ ଟାଇଟଲ ଜିତାଇଛନ୍ତି। ମେସିଙ୍କୁ ଦୁନିଆର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ଗଣାଯାଏ।
ମେସି ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି। କ୍ରୀଡା ବ୍ୟତୀତ, ମେସି ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବିପୁଳ ପରିମାଣର ରୋଜଗାର କରନ୍ତି। ବିଳାସପୂର୍ଣ୍ଣ ଘର ବ୍ୟତୀତ ତାଙ୍କ ପାଖରେ ଅନେକ କାର ସଂଗ୍ରହ ଏବଂ ବ୍ୟକ୍ତିଗତ ଜେଟ ମଧ୍ୟ ଅଛି। ମେସିଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୩୨୬୮ କୋଟି ଟଙ୍କା। ଫୋର୍ବସର ସର୍ବାଧିକ ବେତନ ପ୍ରାପ୍ତ ଖେଳାଳି ତାଲିକାରେ ମେସି ଶୀର୍ଷରେ ଅଛନ୍ତି।
ମେସି ପ୍ରାୟତଃ ନିଜ ପରିବାର ସହିତ ବ୍ୟକ୍ତିଗତ ଜେଟରେ ଯାତ୍ରା କରୁଥିବା ଦେଖାଯାଏ। ଏହି ଜେଟ ପଛରେ ନମ୍ବର-୧୦ର ଚିହ୍ନ ଅଛି, ଯାହାକି ମେସିଙ୍କ ଜର୍ସି ନମ୍ବର। ଖବର ଅନୁଯାୟୀ ଏହି ଜେଟ୍‌ର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା। ଏହି ଜେଟରେ ରୋଷେଇ ଘର, ଦୁଇଟି ବାଥରୁମ ଏବଂ ୧୬ରୁ ଅଧିକ ଲୋକଙ୍କ ପାଇଁ ବସିବା ସ୍ଥାନ ଅଛି।
ମେସିଙ୍କ ମୋଟ ନିଟ ମୂଲ୍ୟ ବିଷୟରେ କହିବାକୁ ଗଲେ ଏହା ୬୦୦ ମିଲିୟନ ଡଲାର୍‌ ଅର୍ଥାତ୍‌ ପ୍ରାୟ ୪୯୫୨ କୋଟି ଟଙ୍କା। ଏହି ପରିପ୍ରେକ୍ଷୀରେ ମେସି ଦୁନିଆର ସର୍ବାଧିକ ରୋଜଗାର କରୁଥିବା ଆଥଲେଟ ଅଟନ୍ତି। ଏକ ରିପୋର୍ଟ ଅନୁଯାୟୀ, ମେସିଙ୍କ ଦୈନିକ ରୋଜଗାର ହେଉଛି ୧,୦୫,୦୦୦ ଡଲାର। ବାର୍ସିଲୋନାରେ ନୋ ଫ୍ଲାଏ ଜୋନ ଉପରେ ମେସିଙ୍କର ଏକ ବଙ୍ଗଳା ଅଛି। ଏହା ସହିତ ସେ ଏକ ହୋଟେଲର ମାଲିକ ମଧ୍ୟ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨ ଦିନରେ ଭାରତ ଜିତିଲା ପିଙ୍କ୍‌ ବଲ ଟେଷ୍ଟ

ଅହମ୍ମଦାବାଦ,୨୫।୨ : ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ ମାତ୍ର ଦୁଇ ଦିନରେ ଶେଷ ହୋଇଛି। ଇଂଲଣ୍ଡକୁ ୧୦ ଉଇକେଟରେ ହରାଇ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍‌କା

ସିଡନୀ,୨୦।୧୦: ଟି-୨୦ ବିଶ୍ୱକପ ୨୦୨୨ରେ ଆହତ ଖେଳାଳିଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆହତ ଯୋଗୁ ଅଷ୍ଟ୍ରେଲିଆ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜୋସ ଇଂଲିଶ ଟି-୨୦ ବିଶ୍ୱକପରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୨।୧୨: ଅଷ୍ଟ୍ରେଲିଆ କ୍ରିକେଟ୍‌ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ରିକି ପଣ୍ଟିଂ ଶୁକ୍ରବାର ପର୍ଥରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାଇଁ ମନ୍ତବ୍ୟ ଦେଉଥିବା...

ଧୋନୀଙ୍କୁ କିମ୍ବଦନ୍ତୀ କହିଲେ ଅଖତର

ମାଞ୍ଚେଷ୍ଟର,୧୧ା୭- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳ ୬ ରନ୍‌ରେ ୩ ଉଇକେଟ ହରାଇ ନିଶ୍ଚିତ ପରାଜୟ ମୁହଁା ହୋଇଥିଲା। ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର...

ଲାହୋର, କରାଚୀଠାରେ ଖେଳିବ ଶ୍ରୀଲଙ୍କା

କରାଚୀ,୨୪।୮: ଶ୍ରୀଲଙ୍କା ଦଳ ଦିନିକିଆ ସିରିଜ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇଛି। ଏ ନେଇ ଦୁଇ ବୋର୍ଡ ମଧ୍ୟରେ ଚୁକ୍ତି ହୋଇଛି।...

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦: ହାରିଲା ଭାରତ

କାନବେରା,୨।୨(ପି.ଟି.)- ଚଳିତ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ ସିରିଜ୍‌ରେ ଭାରତୀୟ ଦଳ ପ୍ରଥମ ପରାଜୟ ବରଣ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪ ଉଇକେଟରେ ଭାରତକୁ...

ଟି-୨୦ ମ୍ୟାଚ୍‌ ବେଳେ ବିସ୍ଫୋରଣ

କାବୁଲ,୩୦।୭: ଆଫଗାନିସ୍ତାନର ଶାପଗିଜା ଟି-୨୦ କ୍ରିକେଟ ଲିଗ୍‌ର ମ୍ୟାଚ ବେଳେ କାବୁଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୪ଜଣ ଦର୍ଶକ...

ଖୁସିରେ ଗଦ୍‌ଗଦ୍‌ ଦ୍ରାଭିଡ ଥାପୁଡାଇଲେ ପିଠି

କୋଲକତା,୨୨।୧୧: ତୃତୀୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି। ଏଥିସହ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ଭାରତୀୟ...

Advertisement
Archives

Model This Week