ଶ୍ରୀସନ୍ତଙ୍କ ନୂଆ ଇନିଂସ: ଏହି ଟିମ୍ର କୋଚ୍ ଭାବେ ହେଲେ ନିଯୁକ୍ତ
ଥିରୁବନନ୍ତପୁରମ୍,୨୬।୮: ଦୁଇଥର ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ସଦସ୍ୟ ଥିବା ୩୯ ବର୍ଷୀୟ ପୂର୍ବତନ ଦ୍ରୁତ ବୋଲର୍ ଏସ୍. ଶ୍ରୀସନ୍ତ କ୍ରିକେଟରୁ ବିଦାୟ ନେବା ପରେ କୋଚ୍ ଭାବେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଆବୁଧାବିରେ ଅନୁଷ୍ଠିତ ହେବାକୁ…
ଏସିଆ କପ୍ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ନଜର
ଏସିଆ କପ୍ର ଉଦ୍ଘାଟନୀ ମ୍ୟାଚ୍ ଯଦିଓ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ହେବ ତେବେ ୨୮ ତାରିଖରେ ହେବାକୁଥିବା ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିବ। ଏସିଆ କପ୍ କ୍ରିକେଟ ଟୁର୍ନାମେଣ୍ଟର ୧୫ତମ ସଂସ୍କରଣ ୟୁନାଇଟେଡ୍ ଆରବ ଏମିରେଟ୍ସରେ ଆରମ୍ଭ…
ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଭାରତ
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ ନିକଟରେ ବର୍ମିଂହାମ୍ରେ ଅନୁଷ୍ଠିତ ହୋଇଯାଇଛି। ଏଥର ପ୍ରତିଯୋଗିତାରୁ ଶୁଟିଂ ଇଭେଣ୍ଟ ବାଦ୍ ପଡ଼ିଥିଲେ ହେଁ ଦମ୍ ଦେଖାଇଛି ଭାରତ। ୨୨ ସ୍ବର୍ଣ୍ଣ ସହ ପଦକ ତାଲିକାର ୪ର୍ଥ ସ୍ଥାନ ଅଧିକାର କରିଛି। ଟେବୁଲ ଟେନିସ୍ ତାରକା…
ଇତିହାସ ରଚିଲେ ସାତ୍ତ୍ୱିକ-ଚିରାଗ ଯୋଡି
ଟୋକିଓ,୨୬।୮: ଜାପାନର ରାଜଧାନୀ ଟୋକିଓରେ ଭାରତର ସାତ୍ତ୍ୱିକ୍ ସାଇରାଜ ରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ଚମତ୍କାର ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ଏହି ଭାରତୀୟ ଯୋଡି ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ପଦକ ନିଶ୍ଚିତ କରିଛନ୍ତି। ପୁରୁଷ ଡବଲ୍ସରେ ପଦକ ହାସଲ କରିବାରେ…
ଏହି କାରଣରୁ ରାଗିଯାନ୍ତି କୋହଲି
ନୂଆଦିଲ୍ଲୀ,୨୫।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ଆକ୍ରମଣାତ୍ମକ ଅନ୍ଦାଜ୍ ପାଇଁ ଜଣାଶୁଣା। ପଡ଼ିଆରେ ସେ ନିଜର କ୍ରୋଧ ଅନେକ ଥର ଦେଖାଇଛନ୍ତି। ଏବେ ବିରାଟ କୋହଲିଙ୍କ କ୍ରୋଧକୁ ନେଇ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ…
ୟୁକ୍ରେନ ପାଇଁ ଖେଳିଲେ ସ୍ବିଟେକ, ନାଡାଲ
ନ୍ୟୁୟର୍କ, ୨୬ା୮(ଏପି):ୟୁକ୍ରେନରେ ମାନବିକ ସହାୟତା ପାଇଁ ପାଣ୍ଠି ସହାୟତା ଉଦ୍ଦେଶ୍ୟରେ ୟୁଏସ୍ ଓପନ୍ ପୂର୍ବରୁ ଟେନିସ ଷ୍ଟାରମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଇଭେଣ୍ଟର ଆୟୋଜନ କରାଯାଇଥିଲା। ଏଥିରେ ଭାଗନେଇଥିବା ଖେଳାଳିମାନଙ୍କ ମଧ୍ୟରେ ରାଫାଲ ନାଡାଲ ଓ ଇଗା ସ୍ବିଟେକ ରହିଛନ୍ତି। କୋକୋ…
ୟୁଏସ୍ ଓପନ ଖେଳିପାରିବେନି ଟେନିସ ଷ୍ଟାର
ନ୍ୟୁୟର୍କ,୨୫ା୮: ଟେନିସ ଷ୍ଟାର ନୋଭାକ୍ ଜୋକୋଭିଚ୍ ୟୁଏସ୍ ଓପନ ଟେନିସ ପ୍ରତିଯୋଗିତାରେ ଭାଗ ନେଇ ପାରିବେ ନାହିଁ। କୋଭିଡ୍ ଭ୍ୟାକ୍ସିନ ନେଇ ନ ଥିବାରୁ ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଇଭେଣ୍ଟ ପାଇଁ ଉଠାଣର କିଛି…
ଆଇସିସି ଜାରି କଲା ଷ୍ଟାଣ୍ଡିଂ ଟିକେଟ: ଦାମ୍ କେତେ ଜାଣନ୍ତୁ…
ଦୁବାଇ,୨୫ା୮: ଆଇସିସି ଟି୨୦ ବିଶ୍ୱକପ୍କୁ ଆଉ କିଛି ମାସ ରହିଛି। ଏଭଳି ସ୍ଥିତିରେ ଭାରତ-ପାକିସ୍ତାନ ମହାମୁକାବିଲା ପୁଣି ଚର୍ଚ୍ଚାକୁ ଆସିଛି। ଏହି ମ୍ୟାଚ୍ ପାଇଁ ଆଇସିସି ପକ୍ଷରୁ ଷ୍ଟାଣ୍ଡିଂ ରୁମ୍ ଟିକେଟ୍ ରିଲିଜ୍ କରାଯାଇଛି। ଭାରତ-ପାକିସ୍ତାନ ମୁକାବିଲା ପାଇଁ ଟିକେଟ ଜାରି…
ଗୋଟିଏ ଦିନରେ ୩୦୯ ରନ୍: ୯୧ ବର୍ଷ ହେଲାଣି ଭାଙ୍ଗିନି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍ଙ୍କ ରେକର୍ଡ
ବ୍ରିସ୍ବେନ୍,୨୭।୮: ଭାରତୀୟ କ୍ରିକେଟ ଟିମ୍ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍ କମ୍ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍ ଭିତରେ ଅନେକ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି। ସେଭଳି ଜଣେ ହେଲେ ସାର୍ ଡନ୍ ବ୍ରାଡ୍ମ୍ୟାନ୍।…
ପାକିସ୍ତାନ ଅଧିନାୟକଙ୍କୁ ଭେଟିଲେ କୋହଲି
ୟୁଏଇ,୨୫।୮: ଭାରତୀୟ ଦଳ ଏସିଆ କପ ପାଇଁ ଦୁବାଇରେ ପହଞ୍ଚିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତୀୟ ଦଳର ମଧ୍ୟବର୍ତ୍ତୀକାଳୀନ କୋଚ କରାଯାଇଛି। ତାଙ୍କ କୋଚିଂ ଅଧୀନରେ ଦଳ ତାଲିମ ଆରମ୍ଭ କରିଛି। ନିୟମିତ କୋଚ ରାହୁଲ ଦ୍ରାବିଡ କରୋନାରୁ…
ଲିଜେଣ୍ଡ୍ସ ଲିଗ୍ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ
ଭୁବନେଶ୍ୱର, ୨୫।୮ (କ୍ରୀଡ଼ା ପ୍ରତିନିଧି): ଲିଜେଣ୍ଡ୍ସ ଲିଗ୍ କ୍ରିକେଟର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୧୬ ତାରିଖରେ ଆରମ୍ଭ ହେବ। ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଟି୨୦ ଲିଗ୍ର ମ୍ୟାଚଗୁଡ଼ିକ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ…
ଏସିଆ କପ୍ରେ ଡ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ
ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଏକ ବଡ ନିଷ୍ପତ୍ତି ନେଇଛି। ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଭାରତର ମଧ୍ୟବର୍ତ୍ତୀକାଳୀନ…
Archives


