ହକି ସୁନ୍ଦରଗଡ଼ର ସ୍ପନ୍ଦନ

ସମୃଦ୍ଧ ଜନଜାତି ପରମ୍ପରା, ନୈସର୍ଗିକ ପ୍ରାକୃତିକ ସୌନ୍ଦଯର୍‌ୟ, ଖଣିଜ ସମ୍ପଦରେ ରତ୍ନଗର୍ଭା, ଆଦିମାନବଙ୍କ ଐତିହ୍ୟର ସ୍ବାକ୍ଷର ବହନ କରୁଥିବା ଓଡ଼ିଶାର ଉପାନ୍ତରେ ଅବସ୍ଥିତ ସୁନ୍ଦରଗଡ଼ ଜିଲା। ଜନଜାତିଙ୍କ ଜିଲା ଭାବେ ସ୍ବୀକୃତ ସୁନ୍ଦରଗଡ଼ ସମ୍ପ୍ରତି ବିଶ୍ୱ କ୍ରୀଡା ମାନଚିତ୍ରରେ ଏକ ସ୍ବତନ୍ତ୍ର ଗୌରବର ଅଧିକାରୀ। ପ୍ରାକୃତିକ ପରିବେଶ ମଧ୍ୟରେ ବସବାସ କରୁଥିବା ପ୍ରକୃତିର ଉପାସକ ଜନଜାତି ଗୋଷ୍ଠୀଙ୍କ ସାଂସ୍କୃତିକ ଭାବଧାରା ବେଶ୍‌ ସମୃଦ୍ଧ। ସରଳ, କର୍ମଠ ଏହି ଜିଲାର ଜନଜାତିଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କଲେ ଜଣାଯାଏ ଯେ କ୍ରୀଡ଼ା କ୍ଷେତ୍ରରେ ଏମାନେ ବେଶ୍‌ ସକ୍ରିୟ। ବିଶେଷତଃ ହକି ଖେଳରେ ଏମାନଙ୍କର ପାରଦର୍ଶିତା ଓ ଦକ୍ଷତା କେବଳ ଜିଲା ମଧ୍ୟରେ ସୀମିତ ନ ରହି ରାଜ୍ୟ, ଦେଶ ଏବଂ ଅନ୍ତର୍ଜାତୀୟ ସ୍ତରରେ ଜିଲାର ମଯର୍‌ୟାଦାକୁ ବୃଦ୍ଧି କରିବାରେ ସହାୟକ ହୋଇଛି।

ଭାରତରେ ବ୍ରିଟିଶ ଶାସନ ସହିତ ହକି ଖେଳ ଆରମ୍ଭ ହୋଇଥିବା କୁହାଯାଏ। ଏହା ଏକ ପ୍ରାଚୀନ କ୍ରୀଡ଼ା। ୧୮୫୦ରେ ଭାରତୀୟ ସେନାରେ ଏହି ଖେଳ ପ୍ରଥମେ ପ୍ରବେଶ କରିଥିଲା। ୧୯୨୫ରେ ହକି ଫେଡେରେଶନ ଭାରତରେ ଗଠିତ ହୋଇଥିଲା। ଏହାପରେ ଭାରତ ଅନ୍ତର୍ଜାତୀୟ ହକି ଫେଡେରେଶନର ସଦସ୍ୟତା ପାଇଁ ଆବେଦନ କରିଥିଲା। ସୁନ୍ଦରଗଡ଼ ଜିଲାରେ ବ୍ରିଟିଶ ଶାସନ ସମୟରେ ଖ୍ରୀଷ୍ଟିଆନ ମିଶନାରିଙ୍କ ଆଗମନ ସହିତ ଏହି ଖେଳ ଆରମ୍ଭ ହୋଇଥିବା ଜଣାଯାଏ। ଏହି ଜିଲାର ଅପହଞ୍ଚ ଅଞ୍ଚଳରେ ଖ୍ରୀଷ୍ଟିଆନ ମିଶନାରିମାନେ ପ୍ରବେଶ କରି ଜନଜାତି ସମ୍ପ୍ରଦାୟର ଶୈକ୍ଷିକ ବିକାଶ ସହିତ ସାଂସ୍କୃତିକ ବିକାଶର ପ୍ରଚେଷ୍ଟାର ଫଳସ୍ବରୂପ ଜନଜାତି ପରମ୍ପରାରେ ପ୍ରବେଶ କରିଥିଲା ହକିଖେଳ। ୧୯୨୫ରୁ ୨୦୨୩ ଏକ ଶତାଦ୍ଦୀର ସ୍ବର୍ଣ୍ଣିମ ଯାତ୍ରା ଅବସରରେ ହକି ଖେଳ ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରରେ, ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ବିଜୟର ଉଜ୍ଜ୍ୱଳ କୀର୍ତ୍ତିସ୍ତମ୍ଭ ସ୍ଥାପନ କରି ସ୍ବାଧୀନ ଭାରତବର୍ଷର ଜାତୀୟ କ୍ରୀଡ଼ା ମର୍ଯ୍ୟାଦାର ଅଧିକାରୀ ହୋଇପାରିଛି।

ଭାରତରେ ହକି ଖେଳର ସ୍ବର୍ଣ୍ଣିମ ଐତିହ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ୧୯୨୭ରେ ଭାରତ ଅନ୍ତର୍ଜାତୀୟ ହକି ଫେଡେରେଶନର ସଦସ୍ୟତା ଯୋଗ୍ୟତା ହାସଲ ପରେ ପ୍ରଥମ ଅଣୟୁରୋପୀୟ ହକି ଟିମ୍‌ ଭାବେ ୧୯୨୮ରେ ବିଶ୍ୱକ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରି ସ୍ବର୍ଣ୍ଣପଦକ ଜିତି ସମଗ୍ର ବିଶ୍ୱକୁ ଚମତ୍କୃତ କରିପାରିଥିଲା। ୧୯୨୮ରେ ବ୍ରିଟିଶ ଶାସନ ଅଧୀନ ଭାରତବର୍ଷର ଏହି ହକି ଟିମ୍‌ ବ୍ରିଟିଶ ଇଣ୍ଡିଆ ଟିମ୍‌ ଭାବେ ନାମିତ ହୋଇଥିଲେ ମଧ୍ୟ ଏହାର ଅଧିନାୟକ ଭାବେ ଏହି ସ୍ବର୍ଣ୍ଣମ ଗୈାରବର ପ୍ରତିଷ୍ଠାତା ଥିଲେ କୃତବିଦ୍ୟ ଜନଜାତି କ୍ରୀଡ଼ାବିତ୍‌ ଜୟପାଲ ସିଂ ମୁଣ୍ଡା। ୧୯୦୩ ଜାନୁୟାରୀ ୩ରେ ଝାଡଖଣ୍ଡର ରାଞ୍ଚତ୍ ନିକଟବର୍ତ୍ତୀ ଖୁଣ୍ଟିଣ୍ଟି ସବ୍‌ଡିଭିଜନର ପାହାଣଟୋଲି ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ଅକ୍ସଫୋର୍ଡ ୟୁନିଭର୍ସିଟିରେ ଅଧ୍ୟୟନ କରୁଥିବା ବେଳେ ସେ ଭାରତୀୟ ହକି ଟିମ୍‌ର ସଦସ୍ୟତା ଗ୍ରହଣ କରିଥିଲେ। ୧୯୨୮ରେ ଇଂଲଣ୍ଡରେ ହିଁ ସେ ଭାରତୀୟ ହକି ଟିମ୍‌ର ଅଧିନାୟକ ଭାବେ ମନୋନୀତ ହୋଇଥିଲେ। ଆମଷ୍ଟରଡାମ୍‌ରେ ଅନୁଷ୍ଠିତ ହୋଇଥିଲା ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡ଼ା। ଏହି କ୍ରୀଡ଼ାରେ ହଲାଣ୍ଡକୁ ପରାସ୍ତ କରି ଭାରତ ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲା। ୧୯୩୨ରେ ଲସ୍‌ଏଞ୍ଜେଲ୍ସରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଜାପାନକୁ ହରାଇ ସୟେଦ ଲାଲଶାହା ବୁଖାରୀଙ୍କ ଅଧିନାୟକତ୍ୱରେ ଭାରତ ଦ୍ୱିତୀୟ ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲା। ୧୯୩୬ରେ ବର୍ଲିନ୍‌ରେ ଅନୁଷ୍ଠିତ ଅଲିମ୍ପିକ କ୍ରୀଡ଼ାରେ ଭାରତ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ୱରେ ଜର୍ମାନୀକୁ ପରାସ୍ତ କରି ସ୍ବର୍ଣ୍ଣପଦକ ହାସଲ କରିଥିଲା। ୧୯୪୮ ଅଲିମ୍ପିକ ଥିଲା ଭାରତ ପାଇଁ ଅବିସ୍ମରଣୀୟ ଓ ଗୌରବମୟ। କାରଣ ସ୍ବାଧୀନ ଭାରତର ପ୍ରତିନିଧିତ୍ୱ କରିଥିଲା ଭାରତୀୟ ହକି ଟିମ୍‌। ଲଣ୍ଡନଠାରେ ନିଜ ମାଟିରେ ଇଂଲଣ୍ଡ ପରାଜୟ ବରଣ କରିଥିବା ବେଳେ କିଶନଲାଲଙ୍କ ଅଧିନାୟକତ୍ୱରେ ଭାରତର ଗୈାରବପୂର୍ଣ୍ଣ ବିଜୟ ସମଗ୍ର ଦେଶବାସୀଙ୍କ ସ୍ବାଧୀନତା ପ୍ରାପ୍ତିର ଆନନ୍ଦକୁ ଦ୍ୱିଗୁଣିତ କରିପାରିଥିଲା। ୧୯୫୨ରେ କୁଅଁର ଦିଗ୍‌ବିଜୟସିଂଙ୍କ ଅଧିନାୟକତ୍ୱରେ ହେଲସିଙ୍କଠାରେ ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲା। ୧୯୫୬ ଅଲିମ୍ପିକ୍ସରେ ବଲବୀର ସିଂଙ୍କ ନେତୃତ୍ୱରେ ପାକିସ୍ତାନକୁ ହରାଇ ଭାରତ ସ୍ବର୍ଣ୍ଣପଦକ ବିଜୟୀ ହୋଇଥିଲା। ସ୍ବାଧୀନ ଭାରତର ଏହା ଥିଲା ହ୍ୟାଟ୍ରିକ ବିଜୟ।

ଅଲିମ୍ପିକ୍ସରେ ସଫଳତା ପରେ ସୁନ୍ଦରଗଡ଼ ଜିଲାର ଜନଜାତି ସମ୍ପ୍ରଦାୟ ମଧ୍ୟରେ ଏହି କ୍ରୀଡା କ୍ରମଶଃ ଲୋକପ୍ରିୟତା ହାସଲ କରିବାକୁ ଲାଗିଲା। ଜନଜାତି ଗ୍ରାମଗୁଡିକରେ ଏହି ଖେଳର ଆଦର ବଢ଼ିଲା। ଫଳରେ ଗ୍ରାମ-ଗ୍ରାମ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ହକି ପ୍ରତିଯୋଗିତା ମାଧ୍ୟମରେ ମୂଳଦୁଆ ପଡ଼ିଲା। କ୍ରମଶଃ ସୁନ୍ଦରଗଡ ଜନଜାତିଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇ ଏହି ମାଟିର ହକି ପ୍ରତିଭା ଅନ୍ତର୍ଜାତୀୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ସୁନ୍ଦରଗଡ ଜିଲା ସଉନାମୁରା ଗ୍ରାମର ବିଶିଷ୍ଟ ହକି ତାରକା ପଦ୍ମଶ୍ରୀ ଦିଲୀପ ତିର୍କୀ ୨୦୦୪ରେ ଏଥେନ୍ସ ଅଲିମ୍ପିକ୍ସରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ୧୯୯୮ରେ ପୁରୁଷ ବିଶ୍ୱକପ୍‌ ହକିରେ ଓଡ଼ିଆଙ୍କ ଅଂଶଗ୍ରହଣ ଆରମ୍ଭ ହୋଇଥିଲା। ଓଡ଼ିଶାର ସୁନ୍ଦରଗଡ ଜିଲା ହକି ଖେଳର ଅନ୍ତୁଡ଼ିଶାଳ ଯଥାର୍ଥତାକୁ ପ୍ରତିପାଦିତ କରିପାରିଛି। ହକି ହବ୍‌ ଭାବେ ବିଶ୍ୱ ଦରବାରରେ ପ୍ରସିଦ୍ଧି ହାସଲ କରିଥିବା ଏହି ଜିଲାର ହକି ଖେଳାଳି ଦିଲୀପ ତିକର୍ର୍ୀ, ଲାଜରୁସ ବାର୍ଲା ଏବଂ ପରେ ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ ମଧ୍ୟ ବିଶ୍ୱକପ୍‌ ମ୍ୟାଚ ଖେଳିଛନ୍ତି। ହକିର ଏକ ଶତାଦ୍ଦୀର ସ୍ବର୍ଣ୍ଣିମ ଐତିହ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଓଡ଼ିଶାର ଏକମାତ୍ର ଜିଲା ସୁନ୍ଦରଗଡରୁ ପ୍ରାୟତଃ ୮୫ ଖେଳାଳି ଅଲିମ୍ପିକ, ବିଶ୍ୱକପ୍‌ ଏବଂ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟଗୁଡ଼ିକରେ ଅଂଶଗ୍ରହଣ କରିଛନ୍ତି।

ଓଡ଼ିଶାରେ ଆୟୋଜିତ ୨୦୧୮ ବିଶ୍ୱକପ୍‌ ହକିରେ ସୁନ୍ଦରଗଡ ଜିଲାର ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଅଂଶଗ୍ରହଣ କରିବା ସହିତ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସଦସ୍ୟ ରହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ଜିଲାର କେବଳ ଯେ ପୁରୁଷ ଖେଳାଳି ହକି ଖେଳି ଅନ୍ତର୍ଜାତୀୟ ସ୍ତରରେ ଜିଲାର ଗରିମାକୁ ବୃଦ୍ଧି କରିଛନ୍ତି ତାହା ନୁହେଁ, ମହିଳା ଖେଳାଳିମାନେ ମଧ୍ୟ ହକିରେ ଦେଶର ପ୍ରତିନିଧିତ୍ୱ କରି ଜିଲା ପାଇଁ ଗୈାରବ ଆଣିଛନ୍ତି। ଏହି ଜିଲାର ମହିଳା ଖେଳାଳି ସୁଭଦ୍ରା ପ୍ରଧାନ, ଜ୍ୟୋତି ସୁନୀଲା କୁଲୁ, ବିନିତା ଟପ୍ପୋ, ମୁକ୍ତାପ୍ରଭା ବାର୍ଲା, ଦୀପଗ୍ରେସ୍‌ ଏକ୍କା, ନମିତା ଟପ୍ପୋ, ସୁନିତା ଲାକ୍ରା, ଲିଲିମା ମିଞ୍ଜ ପ୍ରମୁଖ ନିଜର ପ୍ରଦର୍ଶନ ଜରିଆରେ ଦେଶକୁ ଗୌରବାନ୍ବିତ କରିଛନ୍ତି। ଏହା ଜିଲାର ହକି ଖେଳ ପ୍ରତି ସମର୍ପିତ ଭାବନାର ଚରମ ନିଦର୍ଶନ। ୨୦୧୮ରେ ବିଶ୍ୱକପ୍‌ର ସଫଳ ଆୟୋଜକ ଓଡ଼ିଶା ଏବେ ୨୦୨୩ର ପୁରୁଷ ହକି ବିଶ୍ୱକପ୍‌ ଆୟୋଜନ କରିଛି। ସୁନ୍ଦରଗଡ଼ ଜିଲାର ହକି ଖେଳାଳିଙ୍କ ଖେଳ ପ୍ରତି ଅବଦାନର ଫଳଶ୍ରୁତି ସ୍ବରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଉରକେଲାରେ ଅତ୍ୟାଧୁନିକ ଜ୍ଞାନକୈାଶଳରେ ନିର୍ମିତ ହୋଇଛି ବୀର ବିର୍ସା ମୁଣ୍ଡା ଷ୍ଟାଡିୟମ। ହକି ଖେଳ ପ୍ରତି ସମସ୍ତଙ୍କ ଉତ୍ସାହ ଓ ଉଦ୍ଦୀପନା ଏହି କ୍ରୀଡ଼ାର ହୃତଗୈାରବ ଫେରାଇ ଆଣିବ ବୋଲି ଆତ୍ମପ୍ରତ୍ୟୟ ଜାଗ୍ରତ ହୋଇଛି। ଏହି ଜିଲାର ୨ ଉଦୀୟମାନ ଖେଳାଳି ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସ ସମ୍ପ୍ରତି ବିଶ୍ୱକପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ସୁନ୍ଦରଗଡର ହକି କ୍ରୀଡ଼ାର ଗରିମାକୁ ରୁଦ୍ଧିମନ୍ତ କରି ପୁରୁଷ ହକି ଟିମ୍‌ରେ ଅମିତ ରୋହିଦାସ ଉପ-ଅଧିନାୟକ ଓ ମହିଳା ଦଳରେ ଦୀପ୍‌ଗ୍ରେସ ଏକ୍କା ଉପ-ଅଧିନାୟିକା ରହିଛନ୍ତି। ୧୯୭୫ରେ ଭାରତ ବିଶ୍ୱକପ୍‌ ହକିର ବିଜେତା ହୋଇଥିବା ବେଳେ ୪୭ ବର୍ଷ ହେବ ପଦକ ଲାଭରୁ ବଞ୍ଚତ୍ତ ହୋଇଛି। ଚଳିତ ବିଶ୍ୱକପ୍‌ ହକିରେ ଭାରତ ବିଜୟ ହାସଲ କରୁ ଏହା ପ୍ରତ୍ୟେକ ଭାରତୀୟଙ୍କ କାମନା।
ଉପସ୍ଥାପନା: ଜୟନାରାୟଣ ମେଣ୍ଡୁଳି


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?