Posted inଖେଳ

ଆମ ଉପରେ ଚାପ ରହିବ: ରିଡ୍‌

ଭୁବନେଶ୍ୱର, ୨୨।୧: ହକି ବିଶ୍ୱକପର କ୍ରସ୍‌ ଓଭରରେ ଭାରତ ରବିବାର ନ୍ୟୁଜିଲାଣ୍ଡକୁ ଭେଟିବ। ବିଶ୍ୱ ର଼୍ୟାଙ୍କିଙ୍ଗରେ ଭାରତ ୬ ଓ ନ୍ୟୁଜିଲାଣ୍ଡ ୧୨ ନମ୍ବରରେ ରହିଛି। ଭାରତ ଘରୋଇ ପରିବେଶରେ ବିଶ୍ୱକପ ଖେଳୁଥିବାବେଳେ ନ୍ୟୁଜିଲାଣ୍ଡ ବାହାର ପରିବେଶରେ ଶ୍ରେଷ୍ଠ ପ୍ରଦର୍ଶନପାଇଁ ପ୍ରତିଶ୍ରୁତିବଦ୍ଧ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଯେଉଁ ଦଳ ବିଜୟୀ ହେବ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ। ତେଣୁ ଏହି ମ୍ୟାଚପାଇଁ ନ୍ୟୁଜିଲାଣ୍ଡ ଅପେକ୍ଷା ଭାରତ ଉପରେ ଚାପ ରହିବ। ଏହା ସ୍ବିକାର କରିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌। ”ନ୍ୟୁଜିଲାଣ୍ଡ ହାରିଲେ ବିଶେଷ କିଛି ହରାଇବାର ନାହିଁ, ମାତ୍ର ଭାରତ ହାରିଲେ ଘରୋଇ ପରିବେଶରେ ଅନେକ କିଛି ହରାଇବ। ତେଣୁ ଆମ ଉପରେ ଚାପ ରହିବ“ ବୋଲି ଶନିବାର ଅନୁଷ୍ଠିତ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ରିଡ୍‌ ପ୍ରକାଶ କରିଛନ୍ତି। ଓ୍ବେଲ୍ସ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତ ଦକ୍ଷତା ଅନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ମାତ୍ର ଆଗାମୀ ମ୍ୟାଚରେ ଏହାର ପୁନରାବୃତ୍ତି ହେବନାହିଁ ବୋଲି ରିଡ୍‌ ଆଶା କରିଛନ୍ତି। ”ଜଣେ ଅଷ୍ଟ୍ରେଲୀୟ ଭାବେ ମୁଁ ଜାଣିଛି ଯେ ନ୍ୟୁଜିଲାଣ୍ଡ ସବୁବେଳେ ଏକ କଷ୍ଟସାଧ୍ୟ ପ୍ରତିଦ୍ୱନ୍ଦ୍ୱୀ। ଆମେ ଏହି ଦଳକୁ ସମ୍ମାନ କରିବା ଉଚିତ। ମାତ୍ର ଆମେ ଯେଉଁଦିନ ଶ୍ରେଷ୍ଠ ପ୍ରଦର୍ଶନ କରିବୁ ବିଶ୍ୱର ଯେ କୌଣସି ଦଳକୁ ହରାଇ ପାରିବୁ“ ବୋଲି ରିଡ୍‌ କହିଛନ୍ତି।
କିଛି ମାସ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରୋ-ଲିଗ୍‌ ମ୍ୟାଚରେ ଭାରତ ୨ ଥର ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ତେଣୁ ଏହି ଅଭିଜ୍ଞତା ଭାରତୀୟ ଖେଳାଳିଙ୍କ କାମରେ ଆସିବ ବୋଲି ରିଡ୍‌ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ପୂର୍ବ ମ୍ୟାଚ ଗୁଡ଼ିକରେ କରିଥିବା ତ୍ରୁଟିରୁ ଦଳ ଅନେକ କିଛି ଶିକ୍ଷା କରିଛି। ଏହାର ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ଦୃଷ୍ଟିଦେବୁ। ଏପରିକି ହାଫ୍‌ ଚାନ୍ସକୁ ଚାନ୍ସରେ ପରିଣତ କରି ଗୋଲ ସ୍କୋର କରିବାକୁ ଚେଷ୍ଟା କରିବୁ ବୋଲି ଅଧିନାୟକ ହରମନପ୍ରୀତ ସିଂ ପ୍ରକାଶ କରିଛନ୍ତି। ”ଆମେ ଆରମ୍ଭରୁ ନ୍ୟୁଜିଲାଣ୍ଡ ଉପରେ ଚାପ ପକାଇବାକୁ ଚେଷ୍ଟା କରିବୁ। ଯଦି ଆମେ ତାହା କରିପାରିବୁ ତେବେ ଅଧିକରୁ ଅଧିକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିପାରିବୁ। ଫଳରେ ଯଥାଶୀଘ୍ର ଗୋଲ ସ୍କୋର କରିପାରିବୁ“ ବୋଲି ହରମନପ୍ରୀତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?