Posted inଖେଳ

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ

ଭୁବନେଶ୍ୱର,୨୨ା୧: ହକି ବିଶ୍ୱକପ୍‌ରେ ଭାରତକୁ ଲାଗିଛି ବଡ଼ ଝଟକା। ଶନିବାର ଭାରତର ଆଟାକିଂ ମିଡ୍‌ଫିଲ୍ଡର ହାର୍ଦ୍ଦିକ୍‌ ସିଂ ଆହତ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ଗୋଲଶୂନ୍ୟ ମ୍ୟାଚ୍‌ର ଚତୁର୍ଥ କ୍ୱାର୍ଟରରେ ହାର୍ଦ୍ଦିକଙ୍କ ମାଂସପେଶୀ ଟାଣି ହୋଇ ଯାଇଥିଲା। ପ୍ରଥମେ ସେ ଓ୍ବେଲ୍ସ ବିପକ୍ଷ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ। ମାତ୍ର ସ୍କାନିଂ ପରେ ସେ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ କ୍ରସ ଓଭର ମ୍ୟାଚ ରହିଛି। ଏହା ପୂର୍ବରୁ ହାର୍ଦ୍ଦିକ ବାଦ୍‌ ପଡିଥିବା ବେଳେ ରାଜକୁମାର ପାଲଙ୍କୁ ବଦଳ ଖେଳାଳି ଭାବରେ ସାମିଲ କରାଯାଇଛି। ଏଫ୍‌ଆଇଏଚ୍‌ ନିୟମ ଅନୁସାରେ ଯଦି ଜଣେ ଖେଳାଳିଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସାମିଲ କରାଯାଉଛି ତେବେ ପରେ ସେ ସୁସ୍ଥ ହେଲେ ମଧ୍ୟ ମ୍ୟାଚ୍‌ ଖେଳିବାକୁ ଦଳରେ ସାମିଲ ହୋଇପାରିବେନାହିଁ। ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ହାର୍ଦ୍ଦିକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ଦଳ ରାତାରାତି ଏହି ପରିବର୍ତ୍ତନ ସହିତ ଖାପ ଖୁଆଇବାକୁ ପ୍ରୟାସ କରିବ। ଆଘାତ ସମସ୍ୟା ଏତେଟା ଜଟିଳ ହୋଇନଥିଲେ ମଧ୍ୟ ଦଳ ପାଖରେ ସମୟ ନାହିଁ ବୋଲି କହିଛନ୍ତି ରିଡ୍‌। କେବଳ ଦଳ ପାଇଁ ନୁହେଁ ଏହା ହାର୍ଦ୍ଦିକଙ୍କ ପାଇଁ ମଧ୍ୟ ନିରାଶାଜନକ ଖବର। ଉଭୟ ସ୍ପେନ୍‌ ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ହାର୍ଦ୍ଦିକଙ୍କ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ରହିଥିଲା। ସ୍ପେନ୍‌ ବିପକ୍ଷରେ ଭାରତର ୨-୦ ବିଜୟରେ ହାର୍ଦ୍ଦିକ ଚମତ୍କାର ପ୍ରଦର୍ଶନ ସହିତ ଗୋଟିଏ ଗୋଲ ସ୍କୋର କରିଥିଲେ। ତେବେ ରାଜକୁମାରଙ୍କ ପରି ଖେଳାଳି ଦଳ ସହିତ ଯୋଗ ଦେଇଥିବାରୁ ଏହା ଆମ ପାଇଁ ଖୁସିର ଖବର ବୋଲି କହିଛନ୍ତି ରିଡ୍‌। ପୁଲ୍‌ ଡିରେ ଭାରତ ପଏଣ୍ଟ ଟେବଲରେ ଦ୍ୱିତୀୟ ସ୍ଥାନରେ ରହିବା କାରଣରୁ ଭାରତ କ୍ରସ୍‌ ବେଳେ କ୍ରସ୍‌ ଓଭର ମ୍ୟାଚ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପରୁ ବାଦ ପଡ଼ିଲା ଜର୍ମାନୀ

ବୋଷ୍ଟନ,୩୦।୬: ଫିଫା ବିଶ୍ୱକପ୍‌ ୨୦୨୬ରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ୪ ଥରର ଚାମ୍ପିୟନ ଜର୍ମାନୀ ବିଶ୍ୱକପର ରାଉଣ୍ଡ ଅଫ୍‌ ’32’ରୁ ପାରାଗୁଏ ବିପକ୍ଷରେ ପରାଜୟ ବରଣ…

Women’s T20 World Cup 2026 Prize Money: ବିଜୟୀ ଟିମ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା, ଉପ ବିଜେତାବି ହେବେ ମାଲାମାଲ

ନୂଆଦିଲ୍ଲୀ,୩୦।୬: ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବହୁ ପୂର୍ବରୁ ICC ମହିଳା T20 ବିଶ୍ୱକପ 2026 ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ସଂସ୍କରଣ ପାଇଁ ମୋଟ…

ବୈଭବ ସୂର୍ଯ୍ୟବଂଶୀ ଇନ୍‌, ସଞ୍ଜୁ ସାମସନ ଆଉଟ? ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୩୦।୬: ବେଲଫାଷ୍ଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ଏକ ଆଶ୍ଚର୍ଯ୍ୟଜନକ ପରାଜୟ ପରେ, ଭାରତୀୟ ଦଳ ଏବେ ଇଂଲଣ୍ଡର ମୁକାବିଲା ପାଇଁ ପ୍ରସ୍ତୁତ। ଦୁଇ ଦଳ ମଧ୍ୟରେ…

ବିଶ୍ୱକପ୍‌ ନକ୍‌ଆଉଟ୍‌ରେ କାନାଡାର ପ୍ରଥମ ବିଜୟ

ଇଙ୍ଗଲେଉଡ,୨୯ା୬: ଷ୍ଟିଫେନ ୟୁଷ୍ଟାକିଓଙ୍କ ଗୋଲ ବଳରେ ଇଙ୍ଗଲେଉଡରେ ଖେଳାଯାଇଥିବା ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ କାନାଡା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଫିଫା ବିଶ୍ୱକପ୍‌ ଇତିହାସରେ…

କେପ୍‌ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍‌ରେ ସଭିଙ୍କୁ ଚକିତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଛି କେପ୍‌ ଭର୍ଡି । କେପ୍‌ ଭର୍ଡି ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ…

ହଠାତ୍‌ ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର: ଲେଖୁ ଲେଖୁ ଲେଖିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ନିକଟରେ ଆୟର୍ଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହାରିଛି। ନୂତନ ଟି-୨୦ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଏହା କୌଣସି…

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆୟର୍ଲାଣ୍ଡକୁ ଲାଗିଲା ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୯।୬: ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ଜିତି ଆୟର୍ଲାଣ୍ଡ ସିରିଜ କବ୍ଜା କରିଥିଲା। ପ୍ରଥମ ଥର ପାଇଁ ଆୟର୍ଲାଣ୍ଡ କୌଣସି ଫର୍ମାଟରେ ଟିମ ଇଣ୍ଡିଆ ବିପକ୍ଷରେ ସିରିଜ…

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri