Posted inଖେଳ

ହକି ବିଶ୍ୱକପ: ଗୋଲ ସ୍କୋରିଂରେ ହୋଇପାରେ ରେକର୍ଡ

ଭୁବନେଶ୍ୱର, ୨୨।୧: ଚଳିତ ହକି ବିଶ୍ୱକପରେ ଏପର୍ଯ୍ୟନ୍ତ ୨୪ଟି ପୁଲ୍‌ ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି। ଏହା ମଧ୍ୟରେ ୫.୪୨ ହାରରେ ୧୩୦ଟି ଗୋଲ ସ୍କୋର ହୋଇଛି। ଏହା ମଧ୍ୟରେ ଫିଲ୍ଡ ଗୋଲ ୮୦, ପେନାଲ୍ଟି କର୍ନର ଗୋଲ ୪୩ ଓ ପେନାଲ୍ଟି ଷ୍ଟ୍ରୋକ୍‌ ଗୋଲ ୭ ରହିଛି। ପ୍ରତିଯୋଗିତାରେ ଆହୁରି ୨୦ଟି ମ୍ୟାଚ ଖେଳାଯିବାକୁ ବାକିଅଛି। ଯଦି ଏପରି ଗୋଲ ସ୍କୋରିଂ ଧାରା ଜାରିରହେ ତେବେ ଏହା ସର୍ବାଧିକ ଗୋଲ ସ୍କୋରିଂ ବିଶିଷ୍ଟ ବିଶ୍ୱକପ ହେବାର ସମ୍ଭାବନା ରହିଛି।
ଟାଇଟଲ ଦାବିଦାର ନେଦରଲାଣ୍ଡ୍ସ ଦଳ ୩ ମ୍ୟାଚରୁ ସର୍ବାଧିକ ୨୨, ଅଷ୍ଟ୍ରେଲିଆ ୨୦ ଓ ବେଲଜିୟମ ୧୪ ଗୋଲ ଦେଇ ଶୀର୍ଷ ୩ ସ୍ଥାନରେ ରହିଛନ୍ତି। ନେଦରଲାଣ୍ଡ୍ସ ଓ ଅଷ୍ଟ୍ରେଲିଆ ପେନାଲ୍ଟି କର୍ନରରୁ ସର୍ବାଧିକ ୭ଟି ଲେଖାଏ ଗୋଲ ଦେଇଛନ୍ତି। ଫ୍ରାନ୍ସର ଭିକ୍ଟର ଚାର୍ଲେଟ ୬ ଗୋଲ ଦେଇ ଟପ୍‌ ସ୍କୋରର ଅଛନ୍ତି। ଅଷ୍ଟ୍ରେଲିଆର ବ୍ଲେକ ଗୋଭର୍ସ, ଜେରେମି ହଓ୍ବୋର୍ଡ, ବେଲଜିୟମର ଟମ୍‌ ବୁନ୍‌, ନେଦରଲାଣ୍ଡ୍ସର ଥିଏରୀ ବ୍ରିଙ୍କମାନ ଓ ଜିପ୍‌ ଜାନସେନ ୫ଟି ଲେଖାଏ ଗୋଲ ଦେଇ ମିଳିତଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୦୨ରେ ଜର୍ମାନୀରେ ଅନୁଷ୍ଠିତ ବିଶ୍ୱକପରେ ୭୨ ମ୍ୟାଚରୁ ୩୦୦ ଗୋଲ ସ୍କୋର ହୋଇଥିଲା। ମ୍ୟାଚପିଛା ଗୋଲ ଆଭରେଜଥିଲା ୪.୧୭। ତେବେ ଏହି ବିଶ୍ୱକପ ଭିନ୍ନ ଫର୍ମାଟରେ ଖେଳାଯାଇଥିଲା। ଭାଗ ନେଇଥିବା ୧୬ଟି ଦଳକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରତି ପୁଲ୍‌ର ଶୀର୍ଷ ୨ଟି ଲେଖାଏ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲେ। ଭୁବନେଶ୍ୱରରେ ଅନୁଷ୍ଠିତ ୨୦୧୮ ବିଶ୍ୱକପରେ ମୋଟ ୩୬ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ୧୫୭ଟି ଗୋଲ ସ୍କୋର ହୋଇଥିଲା। ୧୯୮୨ରେ ମୁମ୍ବାଇରେ ଅନୁଷ୍ଠିତ ବିଶ୍ୱକପ ମଧ୍ୟ ହାଇସ୍କୋରିଂ ବିଶିଷ୍ଟ ଥିଲା। ୧୨ ଦଳ ବିଶିଷ୍ଟ ପ୍ରତିଯୋଗିତାରେ ମୋଟ ୪୨ଟି ମ୍ୟାଚ ଖେଳାଯାଇଥିଲା ଏବଂ ୨୧୬ଟି ଗୋଲ ହୋଇଥିଲା। ଆଭରେଜ ଥିଲା ୫.୧୪। ଚଳିତ ସଂସ୍କରଣରେ ଅନ୍ୟ ଦଳ ଗୁଡ଼ିକ ତୁଳନାରେ ଭାରତ ବହୁ ପଛରେ ପଡ଼ିଛି। ୩ ମ୍ୟାଚରୁ ଦଳ ମାତ୍ର ୬ଟି ଗୋଲ ସ୍କୋର କରିପାରିଛି। ଏହା ମଧ୍ୟରେ ୩ଟି ଲେଖାଏ ଫିଲ୍ଡ ଓ ପେନାଲ୍ଟି କର୍ନର ଗୋଲ ସାମିଲ। ଆକାଶଦୀପ ସିଂ ସର୍ବାଧିକ ୨ଟି ଗୋଲ ଦେଇଛନ୍ତି। ଅମିତ ରୋହିଦାସ, ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ଶମଶେର ସିଂ ଗୋଟିଏ ଲେଖାଏ ଗୋଲ ଦେବାରେ ସକ୍ଷମ ହୋଇଛନ୍ତି। ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୪୪ ଖେଳାଳି ଗ୍ରୀନ୍‌ କାର୍ଡ ଏବଂ ୧୫ ଜଣ ୟେଲୋ କାର୍ଡ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ କ୍ରିକେଟର ନୂଆ ଅଧ୍ୟାୟ: ଦିଲ୍ଲୀ U-19 ଦଳର ଅଧିନାୟକ ହେଲେ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସ୍ଫୋରକ ଓପନର ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ଏକ ବଡ଼ ଦାୟିତ୍ୱ ମିଳିଛି।…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?