ଜାତୀୟ

୩ ଥର ଲ୍ୟାଣ୍ଡିଂ ଫେଲ୍‌: ମଝି ଆକାଶରେ ଭୟରେ କାନ୍ଦିଲେ ଯାତ୍ରୀ

ଜୈସଲମେର,୨୧।୩: ଅହମଦାବାଦାରୁ ଜୈସଲମେର ଆସିଥିବା ସ୍ପାଇସ୍‌ ଜେଟ୍‌ର ଏସ୍‌ଜି-୩୦୧୨ ବିମାନରେ ଲ୍ୟାଣ୍ଡିଂ ନ କରିପାରି ଦୀର୍ଘ ଘଣ୍ଟାଏ କାଳ ଆକାଶରେ ଘୂରି ବୁଲିିଛି। ଶନିବାର ମଧ୍ୟାହ୍ନରେ ଅହମଦାବାଦରୁ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଥିବା ବିମାନ ପ୍ରାୟ ଏକ ଘଣ୍ଟା ପରେ ଜୈସଲମେରରେ…

କରୋନା ଗ୍ରାଫ୍‌ ଟପିଲା ୪୩ ହଜାର: ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୯୭

ନୂଆଦିଲ୍ଲୀ,୨୧।୩: ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ୮୪୬ରେ ପହଞ୍ଚିଛି। ସେହିପରି ଏହି ସମୟ…

ଉତ୍ତରାଧିକାରୀ ବାଛିବାକୁ ସିଜେଆଇଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୩ (ପି.ଟି.): ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେ ଆଉ ମାସେ ପରେ ଅବସର ନେବାକୁ ଯାଉଥିବାବେଳେ ପରବର୍ତ୍ତୀ ସିଜେଆଇ ନିଯୁକ୍ତି ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବା ଲାଗି ସରକାର ସିଜେଆଇ ବୋବ୍‌ଡେଙ୍କୁ…

ଭାଜପା ବିଶ୍ୱର ବଡ଼ ଲୁଟେରା: ମମତା

କୋଲକାତା,୨୧।୩: ଭାଜପା ବିଶ୍ୱରେ ସବୁଠୁ ବଡ଼ ଲୁଟେରା ବୋଲି ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିବା ସହ ଏହି ଦଳକୁ ରାଜ୍ୟରେ କଦାପି ଶାସନ କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। ପୂର୍ବ ମିଦନାପୁର ଜିଲାର ହଳଦିଆଠାରେ ଏକ…

ଦତ୍ତାତ୍ରେୟ ନୂଆ ସରକାର୍ଯ୍ୟବାହ ନିର୍ବାଚିତ

ବେଙ୍ଗାଲୁରୁ,୨୦।୩: ଦୀର୍ଘ ୧୨ ବର୍ଷ ପରେ ଆର୍‌ଏସ୍‌ଏସ୍‌ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଅଖିଳ ଭାରତୀୟ ପ୍ରତିନିଧି ସଭା ପକ୍ଷରୁ ଦତ୍ତାତ୍ରେୟ ହୋସାବୋଲେଙ୍କୁ ନୂଆ ସରକାର୍ଯ୍ୟବାହ ଭାବେ ନିର୍ବାଚିତ କରାଯାଇଛି। ବେଙ୍ଗାଲୁରୁ ପ୍ରତିନିଧି ସଭାରେ ଦତ୍ତାତ୍ରେୟଙ୍କ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଛି। ୬୬…

ରାଜନାଥ-ଅଷ୍ଟିନ୍‌ ସାକ୍ଷାତ୍‌: ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ସହମତି

ନୂଆଦିଲ୍ଲୀ,୨୦।୩: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୋୟଡ ଜେମ୍ସ୍‌ ଅଷ୍ଟିନ୍‌ ଏବଂ ଭାରତୀୟ ପ୍ରତିପକ୍ଷ ରାଜନାଥ ସଇଠଙ୍କ ମଧ୍ୟରେ ବିଜ୍ଞାନ ଭବନଠାରେ ସାକ୍ଷାତ୍‌ ହୋଇଛି। ଏହି ଅବସରରେ ହୋଇଥିବା ପ୍ରତିନିଧିସ୍ତରୀୟ ବୈଠକରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ସହମତି ପ୍ରକାଶ ପାଇଛି। ଭାରତୀୟ…

ମାଗଣା ବିଜୁଳି-୫ ଲକ୍ଷଙ୍କୁ ରୋଜଗାର-ମହିଳାଙ୍କୁ ୨ହଜାର: ରାହୁଲଙ୍କ ୫ ନିର୍ବାଚନୀ ପ୍ରତିଶ୍ରୁତି

ମୁମ୍ବାଇ,୨୦।୩: ଆସାମରେ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋର୍‌ସୋର୍‌ରେ କରାଯାଉଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଜୋରହାଟରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ୫ ପ୍ରତିଶ୍ରୁତି ଦେଇଛନ୍ତି। ସେଥିମଧ୍ୟରେ ଲୋକଙ୍କୁ ୨୦୦ ୟୁନିଟ୍‌ ମାଗଣାରେ ବିଜୁଳି ଯୋଗାଣ,…

କେମିକାଲ ଫ୍ୟାକ୍ଟ୍ରିରେ ପ୍ରଚଣ୍ଡ ବିସ୍ଫୋରଣ

ମୁମ୍ବାଇ,୨୦।୩: ମହାରାଷ୍ଟ୍ରର ରତ୍ନଗିରିଠାରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଶନିବାର ପୂର୍ବାହ୍ନ ୮ଟା ୩୦ରେ ପ୍ରଚଣ୍ଡ ବିସ୍ପୋରଣ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ୟାକ୍ଟ୍ରି ଭିତରେ ୪୦ରୁ ୫୦ ଲୋକ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଦ୍ଧାର…

ପଶ୍ଚିମବଙ୍ଗରେ ୫୫ ବର୍ଷ ଧରି ବିକାଶ ଅଟକି ରହିଛି: ମୋଦି

କୋଲକାତା,୨୦।୩: ପଶ୍ଚିମବଙ୍ଗରେ ଦୀର୍ଘ ୫୫ ବର୍ଷ ଧରି ବିକାଶ ଅଟକି ରହିଛି। ରାଜ୍ୟର ଭୋଟର ଭାଜପାକୁ ଆଶୀର୍ବାଦ ଦେଲେ ପୁଣି ଏଠାରେ ବିକାଶ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଡ଼ଗପୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ଏଭଳି…

ବେରୋଜଗାର-ମହଙ୍ଗା ମାଡ଼ ବୃଦ୍ଧି ପାଇଁ ଦାୟୀ ମୋଦି: ରାହୁଲ

ନୂଆଦିଲ୍ଲୀ,୨୦।୩: କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରାଯାଉଛି। ଏହି ମର୍ମରେ ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ସରକାରଙ୍କ ଯୋଗୁ ଦେଶରେ ବେରୋଜଗାର ଏବଂ ମହଙ୍ଗା ମାଡ଼ ବଢ଼ିବାରେ ଲାଗିଛି। ଅପରପକ୍ଷରେ ମୋଦିଙ୍କ…

ତିରୁପତିରୁ ବସ୍ତାବସ୍ତା କେଶ ଚାଇନାକୁ ଚୋରା ଚାଲାଣ

ତିରୁପତି,୨୦।୩: ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଥିବା ପ୍ରସିଦ୍ଧ ତିରୁପତି ମନ୍ଦିରରୁ ବିପୁଳ ପରିମାଣର କେଶ ଚାଇନାକୁ ଚୋରା ଚାଲାଣ ହେଉଛି। ଏହା ଭାୟା ମ୍ୟାନ୍‌ମାର ହେଉଥିବା ଆସାମ ରାଇଫଲ୍ସ୍‌ ପକ୍ଷରୁ ସୂଚନା ଦିଆଯାଇଛି। କିଛି ଦିନ ତଳେ ଆସାମ ମ୍ୟାନ୍‌ମାର୍‌ ସୀମାରୁ…

୪ ମାସ ପରେ ସମାନ ସ୍ଥିତିରେ କରୋନା

ନୂଆଦିଲ୍ଲୀ,୨୦।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୯୫୩ରେ ପହଞ୍ଚିଥିବାବେଳେ ଏହି ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri