ଆଖି ବୁଜିଲେ ୩୮ ରୋଗୀ

ନୂଆଦିଲ୍ଲୀ,୨୪ା୪: ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ କୋଭିଡ୍‌ ହସ୍ପିଟାଲରେ ୪ ଦିନ ହେଲା ଅକ୍ସିଜେନ ଅଭାବରୁ ଚିକିତ୍ସାଧୀନ ରୋଗୀ ଆଖି ବୁଜିବାରେ ଲାଗିଛନ୍ତି। ଏହିକ୍ରମରେ ସାର୍‌ ଗଙ୍ଗାରାମ ହସ୍ପିଟାଲ(ଏସ୍‌ଜିଆର୍‌ଏଚ୍‌)ରେ ଶୁକ୍ରବାର ଅକ୍ସିଜେନ ସଙ୍କଟ ଘାତକ ସାଜିଥିବା କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଉକ୍ତ ହସ୍ପିଟାଲର ୨୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାସହ ଅନ୍ୟ ୬୦ କରୋନା ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।
କେନ୍ଦ୍ରୀୟ ଦିଲ୍ଲୀର ହାଇପ୍ରୋଫାଇଲ ଗଙ୍ଗାରାମ ହସ୍ପିଟାଲରେ ଅମ୍ଳଜାନର ନିମ୍ନ ଚାପ ଯୋଗୁ ୨୫ ରୋଗୀଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି କୁହାଯାଉଛି। ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ହସ୍ପିଟାଲ ପକ୍ଷରୁ ସକାଳ ୮ଟାରେ ସୂଚନା ଦିଆଯାଇଥିଲା। ଅମ୍ଳଜାନର ନିମ୍ନ ଚାପ ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ମେଡିକାଲ ଡାଇରେକ୍ଟର ସତ୍ୟେନ୍ଦ୍ର କାଟୋଚ୍‌ କହିଥିଲେ। ଏହି ଅଭୂତପୂର୍ବ ସଙ୍କଟ ପରେ ସକାଳ ୯ଟା ୨୦ ମିନିଟରେ ଏକ ଅକ୍ସିଜେନ ଟ୍ୟାଙ୍କର ପହଞ୍ଚତ୍ଥିଲା। ସେଥିରେ ଥିବା ଅମ୍ଳଜାନ ୫ ଘଣ୍ଟା ଯିବ ବୋଲି ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି। ତେବେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ବିଷୟକୁ ଏସ୍‌ଜିଆର୍‌ଏଚ୍‌ ଅଧ୍ୟକ୍ଷ ଡକ୍ଟର ଡି.ଏସ୍‌. ରାଣା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଆଇସିୟୁରେ ଅକ୍ସିଜେନ ନିମ୍ନ ଚାପ ହେବା ପରେ ରୋଗୀମାନଙ୍କୁ ଆମେ ମାନୁଆଲି ଅମ୍ଳଜାନ ଦେଇଥିଲୁ। ପ୍ରକାଶ ଯେ, ଏସ୍‌ଜିଆର୍‌ଏଚ୍‌ରେ ଚିକିତ୍ସାଧୀନ ୧୪୦ ଗୁରୁତର ରୋଗୀ ଭେଣ୍ଟିଲେଟର ଓ ଅକ୍ସିଜେନ ସପୋର୍ଟରେ ଥିବା ନେଇ ଗୁରୁବାର ସନ୍ଧ୍ୟାରେ କୁହାଯାଇଥିଲା। ଦିଲ୍ଲୀ ସରକାରଙ୍କ ଉଦ୍ୟମରେ ରାତି ଗୋଟାଏରେ ୨ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ହସ୍ପିଟାଲକୁ ଯୋଗାଇ ଦିଆଯାଇଥିଲା। ଅନ୍ୟପକ୍ଷେ ନୂଆଦିଲ୍ଲୀସ୍ଥିତ ମାକ୍ସ ହସ୍ପିଟାଲରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ୭୦୦ ରୋଗୀ ଚିକିତ୍ସାଧୀନ ଥିବାବେଳେ ମହଜୁଦ ଅକ୍ସିଜେନ କିଛି ଘଣ୍ଟା ମଧ୍ୟରେ ଶେଷ ହୋଇଯିବା ଦର୍ଶାଇ ଶୁକ୍ରବାର ସକାଳେ ହସ୍ପିଟାଲ କର୍ତ୍ତୃପକ୍ଷ ଜରୁରୀ ସହାୟତା ଲୋଡ଼ିଥିଲେ। ୨ ଘଣ୍ଟା ପରେ ହସ୍ପିଟାଲ ପକ୍ଷରୁ ଟୁଇଟ୍‌ କରାଗଲା, ଜରୁରୀ ଆବଶ୍ୟକତା ପୂରଣ ପାଇଁ ଅକ୍ସିଜେନ ଯୋଗାଇ ଦିଆଯାଇଛି, ଯାହାକି ମାତ୍ର ୨ ଘଣ୍ଟା ଯିବ। ପୂର୍ବାହ୍ନ ୯ଟା ୩୦ରେ ମାକ୍ସ ହେଲ୍‌ଥ କେୟାର ପକ୍ଷରୁ ପୁଣି ସୂଚନା ଦିଆଗଲା ଯେ, ଆଉ କିଛି ସିଲିଣ୍ଡର ପହଞ୍ଚତ୍ଛି, ଯାହାକି ପରବର୍ତ୍ତୀ ୨ ଘଣ୍ଟାରେ ଶେଷ ହୋଇଯିବ। ଆମେ ଅଧିକ ସିଲିଣ୍ଡର ଯୋଗାଣକୁ ଅପେକ୍ଷା କରିଛୁ।

୧୩ କରୋନା ଆକ୍ରାନ୍ତ ଦଗ୍ଧ

ମହାରାଷ୍ଟ୍ରର ନାସିକସ୍ଥିତ ଏକ ହସ୍ପିଟାଲରେ ଅକ୍ସିଜେନ ବିଭ୍ରାଟ ଯୋଗୁ ୨୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟଣାକୁ ଦୁଇଦିନ ନ ବିତୁଣୁ ପାଲଘରରୁ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପାଲଘର ଜିଲା ବିରାରସ୍ଥିତ ଏକ କୋଭିଡ୍‌ ହସ୍ପିଟାଲରେ ଶୁକ୍ରବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିବାରୁ ଚିକିତ୍ସାଧୀନ ୧୩ ରୋଗୀଙ୍କ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଭଗତ ସିଂ କୋଶିୟାରୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ତିରୁପତି ନଗରସ୍ଥିତ ବିଜୟ ବଲ୍ଲଭ ହସ୍ପିଟାଲରେ ଭୋର ୩ଟା ୧୫ରେ ହଠାତ୍‌ ଶର୍ଟ ସର୍କିଟରୁ ନିଆଁ ଲାଗିଥିଲା। ୪ ମହଲା ବିଶିଷ୍ଟ ହସ୍ପିଟାଲର ଦ୍ୱିତୀୟ ସେକେଣ୍ଡ ଫ୍ଲୋରରେ ଥିବା ଇନ୍‌ଣ୍ଟେସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିବା ପରେ ଭସାଇ-ବିରାର ମହାନଗର ନିଗମ ପକ୍ଷରୁ ତତ୍କାଳ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳଙ୍କୁ ସେଠାକୁ ପଠାଯାଇଥିଲା। ଦୁଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପ୍ରାୟ ୫ଟା ୫୦ରେ ନିଆଁକୁ ଆୟତ୍ତ କରାଯାଇଥିଲା। ୪ କୋଭିଡ୍‌ ରୋଗୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେତେବେଳକୁ ୧୩ ରୋଗୀ ଦଗ୍ଧହୋଇ ପ୍ରାଣ ହରାଇ ସାରିଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଗମ୍ଭୀର ଅବସ୍ଥାରେ ଥିବା ରୋଗୀଙ୍କୁ ୧ ଲକ୍ଷ ଟଙ୍କା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଲେଖାଏ ଦେବାକୁ ଘୋଷଣା କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ଏହା ହେଉଛି ମହାରାଷ୍ଟ୍ରର ଦ୍ୱିତୀୟ ବଡ଼ ହସ୍ପିଟାଲ ଟ୍ରାଜେଡି। ଏପ୍ରିଲ ୨୧ରେ ନାସିକ ମହାନଗର ନିଗମ ପରିଚାଳିତ ଡକ୍ଟର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ଗ୍ୟାସ୍‌ ଲିକ୍‌ ହୋଇଥିଲା। ହସ୍ପିଟାଲ କର୍ମଚାରୀମାନେ ଏହାକୁ ରୋକିବାକୁ ଯାଇ ଅକ୍ସିଜେନ ପାଇପ୍‌ ବନ୍ଦ କରିଦେବାରୁ ୨୪ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅଦ୍ୟାବଧି ୨୯ ରୋଗୀଙ୍କ ଜୀବନ ଯାଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯(ବନ୍ଦନା ସେଠୀ): ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?