ଆଖି ବୁଜିଲେ ୩୮ ରୋଗୀ

ନୂଆଦିଲ୍ଲୀ,୨୪ା୪: ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ କୋଭିଡ୍‌ ହସ୍ପିଟାଲରେ ୪ ଦିନ ହେଲା ଅକ୍ସିଜେନ ଅଭାବରୁ ଚିକିତ୍ସାଧୀନ ରୋଗୀ ଆଖି ବୁଜିବାରେ ଲାଗିଛନ୍ତି। ଏହିକ୍ରମରେ ସାର୍‌ ଗଙ୍ଗାରାମ ହସ୍ପିଟାଲ(ଏସ୍‌ଜିଆର୍‌ଏଚ୍‌)ରେ ଶୁକ୍ରବାର ଅକ୍ସିଜେନ ସଙ୍କଟ ଘାତକ ସାଜିଥିବା କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଉକ୍ତ ହସ୍ପିଟାଲର ୨୫ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାସହ ଅନ୍ୟ ୬୦ କରୋନା ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି।
କେନ୍ଦ୍ରୀୟ ଦିଲ୍ଲୀର ହାଇପ୍ରୋଫାଇଲ ଗଙ୍ଗାରାମ ହସ୍ପିଟାଲରେ ଅମ୍ଳଜାନର ନିମ୍ନ ଚାପ ଯୋଗୁ ୨୫ ରୋଗୀଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି କୁହାଯାଉଛି। ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ହସ୍ପିଟାଲ ପକ୍ଷରୁ ସକାଳ ୮ଟାରେ ସୂଚନା ଦିଆଯାଇଥିଲା। ଅମ୍ଳଜାନର ନିମ୍ନ ଚାପ ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ମେଡିକାଲ ଡାଇରେକ୍ଟର ସତ୍ୟେନ୍ଦ୍ର କାଟୋଚ୍‌ କହିଥିଲେ। ଏହି ଅଭୂତପୂର୍ବ ସଙ୍କଟ ପରେ ସକାଳ ୯ଟା ୨୦ ମିନିଟରେ ଏକ ଅକ୍ସିଜେନ ଟ୍ୟାଙ୍କର ପହଞ୍ଚତ୍ଥିଲା। ସେଥିରେ ଥିବା ଅମ୍ଳଜାନ ୫ ଘଣ୍ଟା ଯିବ ବୋଲି ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି। ତେବେ ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ବିଷୟକୁ ଏସ୍‌ଜିଆର୍‌ଏଚ୍‌ ଅଧ୍ୟକ୍ଷ ଡକ୍ଟର ଡି.ଏସ୍‌. ରାଣା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଆଇସିୟୁରେ ଅକ୍ସିଜେନ ନିମ୍ନ ଚାପ ହେବା ପରେ ରୋଗୀମାନଙ୍କୁ ଆମେ ମାନୁଆଲି ଅମ୍ଳଜାନ ଦେଇଥିଲୁ। ପ୍ରକାଶ ଯେ, ଏସ୍‌ଜିଆର୍‌ଏଚ୍‌ରେ ଚିକିତ୍ସାଧୀନ ୧୪୦ ଗୁରୁତର ରୋଗୀ ଭେଣ୍ଟିଲେଟର ଓ ଅକ୍ସିଜେନ ସପୋର୍ଟରେ ଥିବା ନେଇ ଗୁରୁବାର ସନ୍ଧ୍ୟାରେ କୁହାଯାଇଥିଲା। ଦିଲ୍ଲୀ ସରକାରଙ୍କ ଉଦ୍ୟମରେ ରାତି ଗୋଟାଏରେ ୨ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ହସ୍ପିଟାଲକୁ ଯୋଗାଇ ଦିଆଯାଇଥିଲା। ଅନ୍ୟପକ୍ଷେ ନୂଆଦିଲ୍ଲୀସ୍ଥିତ ମାକ୍ସ ହସ୍ପିଟାଲରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ୭୦୦ ରୋଗୀ ଚିକିତ୍ସାଧୀନ ଥିବାବେଳେ ମହଜୁଦ ଅକ୍ସିଜେନ କିଛି ଘଣ୍ଟା ମଧ୍ୟରେ ଶେଷ ହୋଇଯିବା ଦର୍ଶାଇ ଶୁକ୍ରବାର ସକାଳେ ହସ୍ପିଟାଲ କର୍ତ୍ତୃପକ୍ଷ ଜରୁରୀ ସହାୟତା ଲୋଡ଼ିଥିଲେ। ୨ ଘଣ୍ଟା ପରେ ହସ୍ପିଟାଲ ପକ୍ଷରୁ ଟୁଇଟ୍‌ କରାଗଲା, ଜରୁରୀ ଆବଶ୍ୟକତା ପୂରଣ ପାଇଁ ଅକ୍ସିଜେନ ଯୋଗାଇ ଦିଆଯାଇଛି, ଯାହାକି ମାତ୍ର ୨ ଘଣ୍ଟା ଯିବ। ପୂର୍ବାହ୍ନ ୯ଟା ୩୦ରେ ମାକ୍ସ ହେଲ୍‌ଥ କେୟାର ପକ୍ଷରୁ ପୁଣି ସୂଚନା ଦିଆଗଲା ଯେ, ଆଉ କିଛି ସିଲିଣ୍ଡର ପହଞ୍ଚତ୍ଛି, ଯାହାକି ପରବର୍ତ୍ତୀ ୨ ଘଣ୍ଟାରେ ଶେଷ ହୋଇଯିବ। ଆମେ ଅଧିକ ସିଲିଣ୍ଡର ଯୋଗାଣକୁ ଅପେକ୍ଷା କରିଛୁ।

୧୩ କରୋନା ଆକ୍ରାନ୍ତ ଦଗ୍ଧ

ମହାରାଷ୍ଟ୍ରର ନାସିକସ୍ଥିତ ଏକ ହସ୍ପିଟାଲରେ ଅକ୍ସିଜେନ ବିଭ୍ରାଟ ଯୋଗୁ ୨୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟଣାକୁ ଦୁଇଦିନ ନ ବିତୁଣୁ ପାଲଘରରୁ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପାଲଘର ଜିଲା ବିରାରସ୍ଥିତ ଏକ କୋଭିଡ୍‌ ହସ୍ପିଟାଲରେ ଶୁକ୍ରବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିବାରୁ ଚିକିତ୍ସାଧୀନ ୧୩ ରୋଗୀଙ୍କ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଭଗତ ସିଂ କୋଶିୟାରୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ତିରୁପତି ନଗରସ୍ଥିତ ବିଜୟ ବଲ୍ଲଭ ହସ୍ପିଟାଲରେ ଭୋର ୩ଟା ୧୫ରେ ହଠାତ୍‌ ଶର୍ଟ ସର୍କିଟରୁ ନିଆଁ ଲାଗିଥିଲା। ୪ ମହଲା ବିଶିଷ୍ଟ ହସ୍ପିଟାଲର ଦ୍ୱିତୀୟ ସେକେଣ୍ଡ ଫ୍ଲୋରରେ ଥିବା ଇନ୍‌ଣ୍ଟେସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିବା ପରେ ଭସାଇ-ବିରାର ମହାନଗର ନିଗମ ପକ୍ଷରୁ ତତ୍କାଳ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳଙ୍କୁ ସେଠାକୁ ପଠାଯାଇଥିଲା। ଦୁଇ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ପ୍ରାୟ ୫ଟା ୫୦ରେ ନିଆଁକୁ ଆୟତ୍ତ କରାଯାଇଥିଲା। ୪ କୋଭିଡ୍‌ ରୋଗୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେତେବେଳକୁ ୧୩ ରୋଗୀ ଦଗ୍ଧହୋଇ ପ୍ରାଣ ହରାଇ ସାରିଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଗମ୍ଭୀର ଅବସ୍ଥାରେ ଥିବା ରୋଗୀଙ୍କୁ ୧ ଲକ୍ଷ ଟଙ୍କା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଲେଖାଏ ଦେବାକୁ ଘୋଷଣା କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ଏହା ହେଉଛି ମହାରାଷ୍ଟ୍ରର ଦ୍ୱିତୀୟ ବଡ଼ ହସ୍ପିଟାଲ ଟ୍ରାଜେଡି। ଏପ୍ରିଲ ୨୧ରେ ନାସିକ ମହାନଗର ନିଗମ ପରିଚାଳିତ ଡକ୍ଟର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ଗ୍ୟାସ୍‌ ଲିକ୍‌ ହୋଇଥିଲା। ହସ୍ପିଟାଲ କର୍ମଚାରୀମାନେ ଏହାକୁ ରୋକିବାକୁ ଯାଇ ଅକ୍ସିଜେନ ପାଇପ୍‌ ବନ୍ଦ କରିଦେବାରୁ ୨୪ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅଦ୍ୟାବଧି ୨୯ ରୋଗୀଙ୍କ ଜୀବନ ଯାଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏସ୍‌ ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ

ଚେନ୍ନାଇ, ୨୯ା୩(ପି.ଟି.): ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡ଼ାପ୍ପାଡ଼ି କେ. ପାଲାନିସ୍ବାମୀ (ଇପିଏସ୍‌)ଙ୍କୁ ଏଆଇଏଡିଏମ୍‌କେର ସାଧାରଣ ସମ୍ପାଦକ ନିର୍ବାଚିତ କରାଯାଇଥିବା ମଙ୍ଗଳବାର ଦଳ ପକ୍ଷରୁ ଘୋଷଣା କରାଯାଇଛି।...

ଆନ୍ଧ୍ର ପ୍ରଦେଶର ଘରୋଇ କମ୍ପାନୀରେ ୭୫ ପ୍ରତିଶତ ଚାକିରି ସଂରକ୍ଷିତ ରହିବ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ

ବିଜୟଓ୍ବାଡା,୨୩।୭: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଭଲ ଯୋଜନା କରିଛନ୍ତି। ଏବେ ଆନ୍ଧ୍ର ପ୍ରଦେଶରେ ଥିବା ଘରୋଇ କମ୍ପାନୀରେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ...

ଦିଲ୍ଲୀରେ ୧୧୯ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ଦିଲ୍ଲୀରେ ଶୀତ ଦୀର୍ଘ ୧୧୯ ବର୍ଷର ରେକର୍ଡ ଭାଙ୍ଗିଛି। ସୋମବାରକୁ ଡିସେମ୍ବରର ସର୍ବାଧିକ ଥଣ୍ଡାଦିନ ବିବେଚିତ କରାଯାଇଛି। ସୋମବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ଥିଲା...

ଭାଙ୍ଗିଲେ ବଙ୍କର, ଖାଲି କଲେ ପୋଷ୍ଟ, ଶେଷରେ ଗୋଗରା ହଟସ୍ପ୍ରିଙ୍ଗରେ ଷ୍ଟାଣ୍ଡଅଫ ପଏଣ୍ଟରୁ ପଛକୁ ହଟିରେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୧୩ ।୯: ଶେଷରେ ଭାରତ-ଚାଇନା ସେନାଙ୍କ ମଧ୍ୟରେ ଦୀର୍ଘ ୨ ବର୍ଷ ହେବ ଲାଗି ରହିଥିବା ଗତିରୋଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ସମ୍ପୂର୍ଣ୍ଣ...

ସିମ୍ପାଜିର ସାନିଟାଇଜେଶନକୁ ନେଇ ଆସିଲା ଅଭିଯୋଗ!

ବ୍ୟାକଂକ,୧୮।୪: ସାରା ବିଶ୍ୱକୁ କରୋନା ଭାଇରସ ସଂକ୍ରମଣ ହେବା ଫଳରେ ପ୍ରାୟ ସବୁଦିନ କିଛି ନା କିଛି ଦୁଃଖଦ ଖବର ସାମ୍ନାକୁ ଆସୁଛି। ତେବେ କରୋନାଠାରୁ...

ଆନ୍ଧ୍ରରେ ମହଙ୍ଗା ହେଲା ମଦ

ନୂଆଦିଲ୍ଲୀ, ୬ା୫: ଲକ୍‌ଡାଉନ୍‌ ଅବଧି ତୃତୀୟ ଥର ଲାଗି ବଢ଼ିଥିବା ବେଳେ ଆନ୍ଧ୍ରପ୍ରଦେଶରେ ମଦ ଦର ପୁଣି ୫୦% ମହଙ୍ଗା ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ...

ମୌସୁମୀ ବର୍ଷା ନେଇଛି ୨ହଜାର ୩ଶହ ୯୧ ଜୀବନ: ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୧: ମୌସୁମୀ ବର୍ଷାରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଦେଶରେ ୨ହଜାର ୩ଶହ ୯୧ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଲୋକସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ...

ଅନ୍‌ଲାଇନରେ ପାଠ ପଢିବାକୁ ୫୦ କିଲୋମିଟର ଯାତ୍ରା କରୁଛନ୍ତି ୨ଶହ ଛାତ୍ରୀଛାତ୍ର

ମୁମ୍ବାଇ,୨୨।୮: ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ଅନ୍‌ଲାଇନରେ ପାଠ ପଢିବାକୁ ପାଖାପାଖି ୨ଶହ ଛାତ୍ରୀଛାତ୍ର ଦୈନିକ ୫୦ କିଲୋମିଟର ଯାତ୍ରା କରୁଥିବା ଜଣାପଡିଛି। ପ୍ରଥମେ କରୋନା ମହାମାରୀ...

Advertisement
Archives

Model This Week