ତାମିଲନାଡୁ ଅକ୍ସିଜେନ ଉତ୍ପାଦନ କଲେ ଆପତ୍ତି ନାହିଁ

ନୂଆଦିଲ୍ଲୀ,୨୪ା୪: ଅକ୍ସିଜେନ ଅଭାବରୁ ଲୋକେ ମରୁଛନ୍ତି। ତାମିଲନାଡୁ ସରକାର ଅକ୍ସିଜେନ ଉତ୍ପାଦନ ପାଇଁ ବେଦାନ୍ତର ଟୁଟିକୋରିନ ପ୍ଲାଣ୍ଟକୁ କାହିଁକି ହାତକୁ ନେଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ବେଦାନ୍ତର ଷ୍ଟେରଲାଇଟ୍‌ କପର୍‌ ୟୁନିଟ ପରିବେଶଗତ କାରଣରୁ ୨୦୧୮ ମେ’ରୁ ବନ୍ଦ ପଡ଼ିଛି। କମ୍ପାନୀ ଏହାକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଅନୁମତି ମାଗି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଛି। ହସ୍ପିଟାଲଗୁଡ଼ିକରେ ଚିକିତ୍ସାଧୀନ କୋଭିଡ୍‌-୧୯ ରୋଗୀଙ୍କୁ ମାଗଣାରେ ଅକ୍ସିଜେନ ଯୋଗାଇଦେବ ବୋଲି ବେଦାନ୍ତ ଯୁକ୍ତି ବାଢ଼ିଛି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି, ବେଦାନ୍ତ ହେଉ କି ଅନ୍ୟ କେହି ଏହାକୁ ପରିଚାଳିତ କରିବେ ତାକୁ ନେଇ ଆମେ ଚିନ୍ତିତ ନୋହୁଁ। ବଡ଼କଥା ହେଉଛି ଅମ୍ଳଜାନ ଉତ୍ପାଦନ ହେଉ। ତାମିଲନାଡୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସି.ଏସ୍‌. ବୈଦ୍ୟନାଥନ୍‌ ସେଠାକାର ଆଇନଶୃଙ୍ଖଳା ପରିସ୍ଥିତିର ଅବତାରଣା କରିବା ସହ ଜିଲାପାଳ ଶୁକ୍ରବାର ଟୁଟିକୋରିନକୁ ଲୋକଙ୍କ ସହ ଆଲୋଚନା ପାଇଁ ଯାଇଥିବା କହିଥିଲେ। ଖଣ୍ଡପୀଠ କହିଥିଲେ, ତାମିଲନାଡୁ ସରକାର ଉକ୍ତ ପ୍ଲାଣ୍ଟରେ ଅକ୍ସିଜେନ ଉତ୍ପାଦନ କଲେ ଆମର କିଛି ଆପତ୍ତି ନାହିଁ। ତାମିଲନାଡୁ ପାଖରେ ବଳକା ଅକ୍ସିଜେନ ଥାଇପାରେ। କିନ୍ତୁ ଏହି ପ୍ରସଙ୍ଗ ସାରା ଦେଶ ସହ ଜଡ଼ିତ। ଦେଶର ଜାତୀୟ ସମ୍ପତ୍ତିକୁ ସମସ୍ତ ନାଗରିକଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯିବା ଉଚିତ। ଲୋକେ ମରୁଥିବାବେଳେ ଆଇନଶୃଙ୍ଖଳାର ଆଳ ଦେଖାଇ ଅକ୍ସିଜେନ ଉତ୍ପାଦନ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସରକାର କହିପାରିବେ ନାହିଁ। ଏହି ପ୍ରସଙ୍ଗରେ ବୈଦ୍ୟନାଥନ୍‌ ଏକ ସତ୍ୟପାଠ ଦାଖଲ କରିବେ ବୋଲି ଶୀର୍ଷ ଅଦାଲତଙ୍କୁ ଅବଗତ କରାଇଥିଲେ। ଖଣ୍ଡପୀଠ ଆସନ୍ତା ୨୬ରେ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି। ପ୍ରକାଶ ଯେ, ବେଦାନ୍ତ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଗୁରୁବାର ଏହାର ତ୍ୱରିତ ଶୁଣାଣି ପାଇଁ ଆବେଦନ କରିଥିବାବେଳେ ଦେଶରେ ଏକପ୍ରକାର ଜାତୀୟ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବା ଖଣ୍ଡପୀଠ କହିଥିଲେ। ଏହାସହ ଅକ୍ସିଜେନ ଓ ଭାକ୍ସିନକୁ ନେଇ ଏକ ନୀତି ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷେ ଶୁକ୍ରବାର ସାଲ୍‌ଭେ ଏହି ମାମଲାରୁ ଓହରିଯାଇଛନ୍ତି। ଏହା ଏକ ଅତି ସମ୍ବେଦନଶୀଳ ପ୍ରସଙ୍ଗ। ସିଜେଆଇ ବୋବ୍‌ଡେଙ୍କୁ ସେ ପିଲାବେଳୁ ଜାଣନ୍ତି। ତେଣୁ ଏଥିରୁ ସେ ଓହରିଯିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଖଣ୍ଡପୀଠ ସାଲ୍‌ଭେଙ୍କୁ ଆମିକସ୍‌ କ୍ୟୁରି ନିଯୁକ୍ତ କରିଥିବାରୁ ଦୁଷ୍ୟନ୍ତ ଡାଭେଙ୍କ ସମେତ କେତେଜଣ ବରିଷ୍ଠ ଆଇନଜୀବୀ ଏହାକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?