ରାଜ୍ୟକୁ ୬୦୦ ଟଙ୍କାରେ ମିଳିବ କୋଭାକ୍ସିନ
ନୂଆଦିଲ୍ଲୀ, ୨୪।୪: ଭାରତ ବାୟୋଟେକ୍ କୋଭାକ୍ସିନ ଟିକା ଦାମ୍ ଶନିବାର ଘୋଷଣା କରିଛି। ରାଜ୍ୟ ସରକାରଙ୍କୁ ଏହି ଭାକ୍ସିନ ଡୋଜ୍ ପ୍ରତି ୬୦୦ ଟଙ୍କାରେ ଯୋଗାଇ ଦିଆଯିବ। ଘରୋଇ ହସ୍ପିଟାଲଗୁଡ଼ିକ ୧,୨୦୦ ଟଙ୍କାରେ ଉକ୍ତ ଟିକା କିଣିପାରିବେ ବୋଲି କମ୍ପାନୀ ପକ୍ଷରୁ…
ଗ୍ରାମାଞ୍ଚଳକୁ ସୁରକ୍ଷା ଦିଅ
ନୂଆଦିଲ୍ଲୀ, ୨୪।୪: କରୋନାର ଦ୍ୱିତୀୟ ଲହର ଯେପରି ଗ୍ରାମାଞ୍ଚଳକୁ ନ ବ୍ୟାପେ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆହ୍ବାନ ଦେଇଛନ୍ତି। ଗତବର୍ଷ ତୁଳନାରେ ଏଥର ମହାମାରୀ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ…
‘ଅକ୍ସିଜେନ ଦିଅ’ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ହାତ ପାତିଲେ କେଜ୍ରିୱାଲ
ନୂଆଦିଲ୍ଲୀ,୨୪।୪: ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ଦେଖାଯାଇଛି। ଅକ୍ସିଜେନ ଅଭାବରୁ ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ଏଭଳି ସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କ ପାଇଁ ଅକ୍ସିଜେନ ଯୋଗାଇ ଦେବାକୁ ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଶନିବାର ଚିଠି ଲେଖିଛନ୍ତି।…
କେନ୍ଦ୍ରମନ୍ତ୍ରୀ ସୋମପ୍ରକାଶ ଆଇସିୟୁରେ ଭର୍ତ୍ତି
ଚଣ୍ଡୀଗଡ଼,୨୪।୪: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୋମପ୍ରକାଶ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମ୍ପର୍କରେ ଟୁଇଟ୍ କରି ସେ ସୂଚନା ଦେଇଛନ୍ତି। ଶରୀରରେ ଅମ୍ଳଜାନ ଅଭାବ ଦେଖାଦେବାରୁ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲର ଆଇସିୟୁରେ ଶନିବାର ଭର୍ତ୍ତି କରାଯାଇଛି। ତାଙ୍କର ଚିକିତ୍ସା…
ଶସ୍ତାରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ,୨୪।୪: କୋଭିଡ୍ -୧୯ ଟିକା ଆମଦାନୀ ଉପରେ କଷ୍ଟମ୍ ଡ୍ୟୁଟି ଛାଡ଼ କଲେ କେନ୍ଦ୍ର ସରକାର। ଅକ୍ସିଜେନ ଉପରୁ ମଧ୍ୟ ସ୍ବାସ୍ଥ୍ୟ ସେସ୍ ଛାଡ଼ କରାଯାଇଥିବା ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ…
କରୋନା ଯୋଗୁ ଶରୀରରେ ଅମ୍ଳଜାନସ୍ତର କମ୍ ହେଉଛି କି? ନ ଡ଼ରି ଏଭଳି କରନ୍ତୁ; ମିଳିବ ଲାଭ…
ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରର ସାମ୍ନା କରୁଛି ଭାରତ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆବଶ୍ୟକୀୟ ଚିକିତ୍ସାକୁ ନେଇ ଅସୁବିଧା ପରିଲକ୍ଷିତ ହେଉଛି। ଦେଶର ବିଭିନ୍ନ ସହରରେ ଥିବା ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ସିଲିଣ୍ଡରର ଅଭାବ ଦେଖାଦେଇଛି। ଫଳରେ ନିଃଶ୍ୱାସପ୍ରଶ୍ୱାସ…
ମା’ଙ୍କ ଅନ୍ତିମସଂସ୍କାର କରିବାକୁ ମନା କଲେ ସିଙ୍ଗାପୁରରେ ଥିବା ପୁଅ; କୋକେଇକୁ କାନ୍ଧ ଦେଲା ପୋଲିସ; ଆଉ…
ନୂଆଦିଲ୍ଲୀ,୨୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଦିନ କେଇଟାରେ ଦୈନିକ ସଂକ୍ରମଣ ରେକର୍ଡସ୍ତରରେ ପହଞ୍ଚୁଥିବା ଅନେକଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ମୃତକଙ୍କ ସଂଖ୍ୟା ମଧ୍ୟ ଲଗାତାର ଭାବେ ବଢ଼ୁଛି। କେହି କେହି ନିଜ ପରିଜନଙ୍କୁ ହରାଇ ଭାବବିହ୍ବଳ ହେଉଥିବା…
ଅକ୍ସିଜେନ୍ ଯୋଗାଣରେ ବାଧା ଦେଲେ ଦିଆଯିବ ଲଟକାଇ : ହାଇକୋର୍ଟ…
ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ପ୍ରତିଦିନ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ଅଭାବ ଯୋଗୁ କରୋନା ଆକ୍ରାନ୍ତଙ୍କ ସମେତ ଅନ୍ୟ…
ଛିଣ୍ଡିଯାଉଛି ଜୀବନ ଡୋର: ମିଳୁନି ଅକ୍ସିଜେନ୍ …
ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରିସ୍ଥଳେ ଦେଶରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ଯୋଗୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ଦେଶବ୍ୟାପୀ…
ଦେଶ ଛାଡୁଛନ୍ତି ଧନୀ ଭାରତୀୟ: ୧୦ ଗୁଣା ଦାମରେ କିଣୁଛନ୍ତି ଟିକଟ…
ନୂଆଦିଲ୍ଲୀ,୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଦେଶର ବିଭିନ୍ନ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ର ଘୋର ଅଭାବ ଦେଖାଦେଇଛି। ଏପରିସ୍ଥଳେ…
କରୋନା ରୋଗୀ-ଯୋଦ୍ଧାଙ୍କ ପାଇଁ ତିଆରି ହେଲା ସ୍ବତନ୍ତ୍ର ଚପଲ, ଏହା ଦେବ ଅକ୍ସିଜେନ
କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସମଗ୍ର ବିଶ୍ୱକୁ କବଳିତ କରିଛି। ଚାରିଆଡ଼େ ଖାଲି ମୃତ୍ୟୁ ହିଁ ମୃତ୍ୟୁ। ଏହି ସମୟରେ କିଛି କମ୍ପାନୀ କରୋନା ଆକ୍ରାନ୍ତ ଏବଂ କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଜର୍ମାନୀର ଏକ…
୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ରମନା…
ନୂଆଦିଲ୍ଲୀ,୨୪।୪: ସୁପ୍ରିମ୍କୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ବିଚାରପତି ଏନ୍.ଭି. ରମନା ଶନିବାର ଶପଥ ଗ୍ରହଣ କରିଛନ୍ତିି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଊତ୍ସବରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ…

