ଭାରତକୁ ଚେତାବନୀ: ମେ’ ବେଳକୁ ଦୈନିକ ମୃତ୍ୟୁ ସଂଖ୍ୟା ଛୁଇଁବ ୫୬୦୦, କହିଲା ଆଇଏଚ୍‌ଏମ୍‌ଇ…

ଓ୍ବାଶିଂଟନ/ନୂଆଦିଲ୍ଳୀ,୨୪।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ବଢିଛାଲିଛି। କରୋନା ସଂକ୍ରମଣ ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଏପରିସ୍ଥଳେ ଆମେରିକାର ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ମାଟ୍ରିକ୍ସ୍‌ ଆଣ୍ଡ ଇଭୋଲ୍ୟୁଶନ(ଆଇଏଚ୍‌ଏମ୍‌ଇ) ପକ୍ଷରୁ ଭାରତରେ କରୋନା ସ୍ଥିତି ନେଇ ଚେତାବନୀ ଜାରି ହୋଇଛି। ଆଇଏଚ୍‌ଏମ୍‌ଇ ଦ୍ୱାରା ପ୍ରକାଶିତ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମେ’ର ମଧ୍ୟ ଭାଗରେ ଭାରତରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ସେତେବେଳେ ଦେଶର ଦୈନିକ ମୃତ୍ୟୁ ହାର ୫୬୦୦ ଛୁଇଁବ। ମାସ୍କ୍‌ ପିନ୍ଧିଲେ ଦେଶରେ ୭୦ ହଜାର ଲୋକଙ୍କ ଜୀବନ ସୁରକ୍ଷିତ ରହିପାରିବ ବୋଲି ‘କୋଭିଡ୍‌-୧୯ ପ୍ରୋଜେକଶନ୍‌’ ଶୀର୍ଷକ ଏହି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ସାମାଜିକ ଦୂରତା ବଜାୟ ରଖିଲେ ଭାରତରେ କରୋନା ସଂକ୍ରମଣ କମିପାରିବ ବୋଲି ଏଥିରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ବଡ଼ ବୟାନ: ରାଜା ହେବାକୁ ନୁହେଁ, ରାଜନୀତିକୁ ଆସିଛି….

ଚେନ୍ନାଇ,୩୦।୯: ତାମିଲନାଡୁର ଧାରାପୁରମରେ ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜ ଦଳ TVKର ରାଜନୈତିକ ଆଭିମୁଖ୍ୟ ନେଇ ବଡ଼ ବୟାନ ଦେଇଛନ୍ତି। ସେ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

‘ସ୍ତ୍ରୀ ମୋତେ ବହୁତ ମାନସିକ ନିର୍ଯାତନା…’, ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ଝୁଲିପଡ଼ିଲେ ଯୁବକ

ଲକ୍ଷ୍ନୌ,୩୦।୯: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବିସରଖ ଥାନା ଅଞ୍ଚଳରେ ଜଣେ ୨୫ ବର୍ଷୀୟ ଯୁବକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

୩୮ ବର୍ଷୀୟ ଉମେଶ ଯାଦବଙ୍କୁ ସୁଯୋଗ ଦେଲା ଶୁଭମନ ଗିଲଙ୍କ ଟିମ୍, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲା ନିଷ୍ପତ୍ତି!

ନୂଆଦିଲ୍ଲୀ,୩୦ା୯: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ୩୮ ବର୍ଷ ବୟସରେ ଏକ ନୂଆ ଦଳରୁ ଖେଳିବାର ସୁଯୋଗ ପାଇଛନ୍ତି। ଆଗାମୀ ଘରୋଇ…

ମହଙ୍ଗା ପଡିଲା ମୋଡିଫାଏଡ୍ ସାଇଲେନ୍ସର ଲଗାଇବା! ଟାଉନ୍ ଥାନା ପୋଲିସର ଚଢ଼ାଉ, ୭ ବାଇକ୍ ଜବତ

ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ବଢ଼ୁଥିବା ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ମୋଟର ଯାନ ଆଇନର କଡ଼ାକଡ଼ି ପାଳନ ଲକ୍ଷ୍ୟରେ ସ୍ଥାନୀୟ…

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?