ବ୍ୟବସ୍ଥା ଭୁଶୁଡ଼ିଛି

ନୂଆଦିଲ୍ଲୀ,୨୪ା୪: ମହାମାରୀ କରୋନା ନାହିଁ ନ ଥିବା ସଙ୍କଟ ସୃଷ୍ଟି କରିଛି। ଦେଶର ହସ୍ପିଟାଲଗୁଡ଼ିକରେ ବେଡ୍‌, ଅକ୍ସିଜେନ, ଇଞ୍ଜେକ୍ସନ ଓ ଅନ୍ୟ ଜରୁରୀ ଔଷଧର ଘୋର ଅଭାବ ଦେଖାଦେଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେତେ ଉଦ୍ୟମ କଲେ ମଧ୍ୟ କିଛି ସୁଫଳ ମିଳିପାରୁ ନାହିଁ। ଏଭଳି ସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ଖାଲି ଅକ୍ସିଜେନ ଟ୍ୟାଙ୍କରଗୁଡ଼ିକୁ ଫିଲିଂ କରିବା ଲାଗି ଭାରତୀୟ ବାୟୁସେନା (ଆଇଏଏଫ୍‌)ର ସହାୟତା ନେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅକ୍ସଜେନ ଏକ୍ସପ୍ରେସ୍‌ରେ ଅମ୍ଳଜାନ ଟ୍ୟାଙ୍କରଗୁଡ଼ିକୁ ବିଭିନ୍ନ ରାଜ୍ୟକୁ ପଠାଯାଉଥିବାବେଳେ ବାୟୁସେନା ହେଲିକପ୍ଟର ଓ ବିମାନରେ ମଧ୍ୟ କେତେକ ସହରକୁ ପରିବହନ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଦେଶରେ କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ଦୃଷ୍ଟିରେ ରଖି ଜର୍ମାନୀରୁ ୨୩ଟି ମୋବାଇଲ୍‌ ଅକ୍ସିଜେନ ଉତ୍ପାଦନକାରୀ ପ୍ଲାଣ୍ଟ ବିମାନରେ ଅଣାଯିବ। ପ୍ରତି ପ୍ଲାଣ୍ଟ ମିନିଟ ପିଛା ୪୦ ଲିଟର ଅକ୍ସିଜେନ ଉତ୍ପାଦନ କରିବ। ସେହିପରି ଏହାର ଘଣ୍ଟାପ୍ରତି ଉତ୍ପାଦନ କ୍ଷମତା ହେଉଛି ୨,୪୦୦ ଲିଟର। ଏହି ପ୍ଲାଣ୍ଟଗୁଡ଼ିକୁ ସଶସ୍ତ୍ର ବଳ ମେଡିକାଲ ସର୍ଭିସେସ୍‌ (ଏଏଫ୍‌ଏମ୍‌ଏସ୍‌) ହସ୍ପିଟାଲଗୁଡ଼ିକରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ଉପଯୋଗ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରମୁଖ ମୁଖପାତ୍ର ଏ. ଭାରତ ଭୂଷଣ ସୂଚନା ଦେଇଛନ୍ତି। ଭାରତରେ କରୋନା ରୋଗୀ ଅଣନିଃଶ୍ୱାସୀ ହୋଇ ମରୁଥିବାବେଳେ ଏଠାକାର ସାମଗ୍ରିକ ସ୍ଥିତିକୁ ଦେଖି ସହାୟତା ପାଇଁ ପଡ଼ୋଶୀ ଚାଇନା ଆଗ୍ରହ ପ୍ରକାଶ କରିଛି। ଭାରତକୁ ଯାହା ସାହାଯ୍ୟ ସହଯୋଗ ଦରକାର ଆମେ ଯୋଗାଇବାକୁ ପ୍ରସ୍ତୁତ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାହ୍ନ ୩ଟାରେ ହେବ ଶୀଲାଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ଶେଷକୃତ୍ୟ ରବିବାର ଅପରାହ୍ନ ୩ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ କରାଯିବ ବୋଲି ସୂଚନା ରହିଛି। ଅପରାହ୍ନ...

ମୋହାଲି ବିସ୍ଫୋରଣ ଘଟଣାରେ ୫ ଗିରଫ

ଚଣ୍ଡିଗଡ଼,୧୩।୫: ପଞ୍ଜାବ ପୋଲିସର ମୋହାଲି କାର୍ଯ୍ୟାଳୟରେ ହୋଇଥିବା ଆର୍‌ପିଜି ଆକ୍ରମଣ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ...

ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଗୁରୁଗ୍ରାମ,୭।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମୁଳାୟମଙ୍କର କିଡନୀ ସଂକ୍ରମଣର ସମସ୍ୟା ଆହୁରି...

ଖୋଲିଲା କେଦାରନାଥ ମନ୍ଦିର କବାଟ: ପ୍ରଧାନମନ୍ତ୍ରୀଙ୍କ ନାଁରେ ହେଲା ପ୍ରଥମ ପୂଜା

ଡେରାଡୁନ,୨୯।୪: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇ ମଧ୍ୟରେ ବୁଧବାର ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ଖୋଲାଯାଇଛି। ରୀତିନୀତି ଓ...

ଦଶହରା ପରେ ଶୀତଋତୁରେ ରାଜଧାନୀରେ ବଢିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୧୦: ଏବେ ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମ୍ ହୋଇଥିବା ବେଳେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଏହି ସମୟରେ ଓ ଶୀତୠତୁରେ...

ଶହ ଶହ ବତକ ଶୃଙ୍ଖଳିତ ଭାବେ ରାସ୍ତା କଲେ ପାର୍‌: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୧।୮: କେରଳର ଅଲାପୁଝା ସହରରେ ବତକପଲଙ୍କ ଯୋଗୁ ପ୍ରାୟ ୨୦ରୁ ୨୫ ମିନିଟ ଧରି ରାସ୍ତା ଜାମ୍‌ ହୋଇଯାଇଥିଲା। ଟ୍ରାଫିକ୍‌ ପୋଲିସ ଯାନବାହନଗୁଡ଼ିକୁ ଅଟକାଇ ରଖିଥିଲା।...

ସରକାରଙ୍କ ଆତଙ୍କବାଦ ଉପରେ ପ୍ରହାର, ଜୈଶ-ଏ-ମହମ୍ମଦ ସହ ଜଡିତ ପିଏଏଫଏଫକୁ ଘୋଷଣା କରାଗଲା ଆତଙ୍କବାଦୀ ସଙ୍ଗଠନ

ନୂଆଦିଲ୍ଲୀ,୭ ।୧: ଭାରତ ସରକାର ପୁଣିଥରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଉପରେ ବଡ ପ୍ରହାର କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶୁକ୍ରବାର ପାକିସ୍ତାନ ସ୍ଥିତ...

ଭଲ ଖବର: ସାଙ୍ଗଲି ଜିଲାରେ ୨୬ କରୋନା ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥ ହେଲେ ୨୪

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ଭାଇରସ କାୟା ବିସ୍ତାର କରିଥିବା ବେଳେ ଏବେ ସେଠାକାର ସାଙ୍ଗଲି ଜିଲାରୁ ଆସିଛି ଖୁସି ଖବର। ଉକ୍ତ ଜିଲାରେ ୨୬ କରୋନା...

Advertisement
Archives

Model This Week