ପ୍ରଧାନମନ୍ତ୍ରୀଙ୍କୁ ଖାର୍ଗେଙ୍କ ୬ ପ୍ରସ୍ତାବ
ନୂଆଦିଲ୍ଲୀ, ୧୦।୫: କରୋନା ଦ୍ୱିତୀୟ ଲହରର ମୁକାବିଲା ପାଇଁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ୬ଟି ପ୍ରସ୍ତାବ ଦେଇଛନ୍ତି। ମହାମାରୀ ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଲାଣି। ଚିକିତ୍ସା ପାଇଁ ଲୋକେ…
ଏନ୍ଆଇଏ ହାତରେ ୟୁରାନିୟମ୍ ମାମଲା
ମୁମ୍ବାଇ/ଇସ୍ଲାମାବାଦ,୧୦ା୫: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋଶିମା ଉପରେ ଆମେରିକା ଆକାଶମାର୍ଗରୁ ଏକ ୧୦ ଫୁଟ୍ (୩ ମିଟର) ଲମ୍ବର ବୋମା ପକାଇଥିଲା। ବିସ୍ଫୋରଣରେ ୧ ମିନିଟରୁ କମ୍ ସମୟ ଭିତରେ ସବୁକିଛି ଶେଷ ହୋଇଯାଇଥିଲା। ଏଥିରେ…
ହିମନ୍ତ ଆସାମ ମୁଖ୍ୟମନ୍ତ୍ରୀ
ଗୁଆହାଟୀ, ୧୦।୫: ଭାଜପା ନେତା ହିମନ୍ତ ବିଶ୍ୱ ଶର୍ମା ଆସାମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରବିବାର ଗୁଆହାଟୀରେ ଅନୁଷ୍ଠିତ ଭାଜପା ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସବୁଜ ସଙ୍କେତ ମିଳିବା ପରେ ବିଦାୟୀ…
ପୁଣି ଆସାମରେ ଭୂକମ୍ପ ଝଟ୍କା
ଗୁଆହାଟି,୧୦।୫: ଆସାମରେ ପୁଣି ଥରେ ଭୂକମ୍ପ ଝଟ୍କା ଲାଗିଛି। ଏଥର ନାଗାଓଁରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ ରେକର୍ଡ କରାଯାଇଥିଲା। ଭୂକମ୍ପ ସମ୍ବନ୍ଧୀୟ ସୂଚନା ପାଇବା ମାତ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଫଳରେ…
ମୃତ୍ୟୁକୁ ହରାଇ ହସି ହସି ଘରକୁ ଫେରିଲେ ୧୦୩ ବର୍ଷୀୟ ବୃଦ୍ଧ
ପାଲଘର, ୯ା୫ : ମହାରାଷ୍ଟ୍ରର ପାଲଘରରୁ ଆସିଛି ଏକ ଭଲ ଖବର। ଦ୍ୱିତୀୟ ଲହରରେ ସ୍ବଳ୍ପ ବୟସ୍କଙ୍କ ମୃତ୍ୟୁ ହେଉଥିବାବେଳେ କୋଭିଡ୍-୧୯କୁ ହରାଇ ହସି ହସି ଘରକୁ ଫେରିଛନ୍ତି ୧୦୩ ବର୍ଷୀୟ ବୃଦ୍ଧ। ଜିଲା ମେଡିକାଲ ଅଧିକାରୀ ରବିବାର ସୂଚନା ଦେଇଛନ୍ତି।…
ରାତାରାତି ରାଜସ୍ଥାନରେ ଛିଡ଼ା ହେଲା କୋଭିଡ୍ କେୟାର ସେଣ୍ଟର
ଜୟପୁର, ୯ା୫ : ଦେଶରେ କରୋନା ଯୋଗୁ ହା ହା କାର ସ୍ଥିତି ସୃଷ୍ଟି ହୋଇଥିବାବେଳେ ରାଜସ୍ଥାନରୁ ଆସିଛି ଏକ ଭଲ ଖବର। ରାଜ୍ୟର ବାରମେର ଜିଲାର ଗ୍ରାମ୍ୟଞ୍ଚଳରେ ୪୮ ଘଣ୍ଟାରେ ନିର୍ମିତ ହୋଇଛି ଦୁଇଟି କୋଭିଡ୍ କେୟାର ସେଣ୍ଟର। ଉଭୟ…
ଗ୍ରାମାଞ୍ଚଳରେ କରୋନା ମୁକାବିଲା ପାଇଁ ଓଡ଼ିଶାକୁ ୩୩୩.୮ କୋଟି ଅନୁଦାନ
ନୂଆଦିଲ୍ଲୀ, ୯।୫: ଗ୍ରାମାଞ୍ଚଳରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୫ଟି ରାଜ୍ୟ ନିମନ୍ତେ ୮,୯୨୩.୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ଓଡ଼ିଶାକୁ ୩୩୩. ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଯଥା ଗ୍ରାମ…
ଝିଅର ମୃତଦେହକୁ ୩୫ କି.ମି ବୋହିନେଲେ ବାପା
ଭୋପାଳ, ୯ା୫ : ବାପା ଝିଅର ମୃତଦେହକୁ କାନ୍ଧେଇ ୩୫ କିମି ଚାଲି ଚାଲି ପହଞ୍ଚିଛି ଶବ ବ୍ୟବଚ୍ଛେଦ ଗୃହରେ। ମଧ୍ୟପ୍ରଦେଶର ସିଙ୍ଗରାଉଲି ଜିଲାରୁ ଆସିଛି ଏହି ହୃଦୟ ବିଦାରକ ଦୃଶ୍ୟ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ କିଛି ଗ୍ରାମବାସୀଙ୍କ…
ମମତାଙ୍କ ଚିଠିର ଉତ୍ତର ଦେଲେ ସୀତାରମନ
ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅକ୍ସିଜେନ ଏବଂ କୋଭିଡ୍ ଔଷଧ ଉପରୁ ଜିଏସ୍ଟି ଛାଡ଼ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ରବିବାର ଚିଠିର ଜବାବ ଟୁଇଟ କରି ଦେଇଛନ୍ତି। ସେ ଟୁଇଟରେ ଉଲ୍ଳେଖ କରିଛନ୍ତି,…
ଶବଦାହ ଗୃହରୁ ଚୋରି କରୁଥିଲେ ମୃତଦେହର ପୋଷାକ
ବାଘପଟ, ୯ା୫ : ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ବାଘପଟର ଶବଦାହ ଗୃହରୁ ମୃତଦେହର ପୋଷାକ ଚୋରି କରୁଥିବା ୭ ଜଣ ଗିରଫ ହୋଇଛନ୍ତି। ଏ ନେଇ ରବିବାର ପୋଲିସ ପକ୍ଷରୁ କୁହାଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି…
ଜେଲ୍ରୁ ୧୩ କଏଦୀ ମାରିଲେ ଚମ୍ପଟ୍: ସମସ୍ତେ ଥିଲେ କରୋନା ଆକ୍ରାନ୍ତ
ରେୱାରୀ,୯।୫: ହରିୟାଣାର ରେୱାରୀ ଜିଲାରେ ଏକ ଜେଲ୍ରୁ ୧୩ କଏଦୀ ଚମ୍ପଟ ମାରିଛନ୍ତି। ଏହି ସମସ୍ତ କଏଦୀ କରୋନା ଆକ୍ରାନ୍ତ ଥିଲେ। ଏବେ ସମସ୍ତଙ୍କ ଖୋଜା ଚାଲିଛି। ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରେୱାରୀର ଫିଡେରୀ ଗାଁରେ ଥିବା…
ପରାଜୟ ହଜମ କରିପାରିଲେ ନାହିଁ ପୂର୍ବତନ ସରପଞ୍ଚ : ଗାଁ ରୋଡ୍ ଖୋଳିଦେଲେ
କାନପୁର, ୯ା୫ : ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସମ୍ନାକୁ ଆସିଛି ଏକ କୌତୁହଳପୂର୍ଣ୍ଣ ଘଟଣା। ଜଣେ ପୂର୍ବତନ ସରପଞ୍ଚ ନିର୍ବାଚନରେ ପରାଜିତ ହେବାରୁ ନିଜ ସମୟରେ ନିର୍ମିତ ରାସ୍ତାକୁ ଜେସିବି ଲଗାଇ ପୂରା ନଷ୍ଟ…

