Posted inଜାତୀୟ

ଏନ୍‌ଆଇଏ ହାତରେ ୟୁରାନିୟମ୍‌ ମାମଲା

ମୁମ୍ବାଇ/ଇସ୍‌ଲାମାବାଦ,୧୦ା୫: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋଶିମା ଉପରେ ଆମେରିକା ଆକାଶମାର୍ଗରୁ ଏକ ୧୦ ଫୁଟ୍‌ (୩ ମିଟର) ଲମ୍ବର ବୋମା ପକାଇଥିଲା। ବିସ୍ଫୋରଣରେ ୧ ମିନିଟରୁ କମ୍‌ ସମୟ ଭିତରେ ସବୁକିଛି ଶେଷ ହୋଇଯାଇଥିଲା। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଯୁଦ୍ଧରେ ପରମାଣୁ ବୋମାର ଏହା ଥିଲା ପ୍ରଥମ ପ୍ରୟୋଗ, ଯେଉଁଥିରେ ୟୁରାନିୟମ୍‌ ବ୍ୟବହାର କରାଯାଇଥିଲା। ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‌) ବୁଧବାର ମୁମ୍ବାଇରୁ ଏଭଳି ୭.୧ କେ.ଜି ଓଜନର ୟୁରାନିୟମ୍‌ ଜବତ କରିବା ପରେ ଆର୍ଥିକ ରାଜଧାନୀର ନିରାପତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହି ମାମଲାର ତଦନ୍ତ ଭାର ହାତକୁ ନେଇଛି। ଅନ୍ୟପକ୍ଷେ ଭାରତରେ ଏହି ରେଡିଓଧର୍ମୀ ଘାତକ ଧାତୁ ଜବତ ହେବା ପରେ ପାକିସ୍ତାନ ଉଦ୍‌ବେଗ ପ୍ରକାଶ ସହ ବେଆଇନ ୟୁରାନିୟମ୍‌ କାରବାରର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛି।
ମେ’ ୫ରେ ମୁମ୍ବାଇ ଏଟିଏସ୍‌ ଜିଗର ଜୟେଶ ପାଣ୍ଡ୍ୟା(୨୭) ଓ ଅବୁ ତାହିର ଅଫଜଲ ଚୌଧରୀ(୩୧)ଙ୍କଠାରୁ ୭.୧ କେ.ଜି. ପ୍ରାକୃତିକ ୟୁରାନିୟମ୍‌ ଜବତ କରି ଉଭୟଙ୍କୁ ଗିରଫ କରିଥିଲା। ଏହାର ମୂଲ୍ୟ ପ୍ରାୟ ୨୧.୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଟିଏସ୍‌ କାଲାଚୌକିରେ ଉଭୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଦୁଇ ଅଭିଯୁକ୍ତ ଉକ୍ତ ୟୁରାନିୟମ୍‌କୁ ଅନ୍‌ଲାଇନ୍‌ରେ ୨୫ କୋଟି ଟଙ୍କାରେ ବିକ୍ରି କରିବାକୁ ଚାହୁଁଥିବାବେଳେ ମୁମ୍ବାଇ ଏଟିଏସ୍‌ର ନାଗପାଡ଼ା ୟୁନିଟ୍‌ ଜଣେ ଛଦ୍ମବେଶୀ ଗ୍ରାହକଙ୍କୁ ପଠାଇ ଏହାର ନମୁନା ହାତେଇଥିଲା। ଜବତ ପରେ ତାକୁ ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟର(ବିଏଆର୍‌ସି)କୁ ଯାଞ୍ଚ ପାଇଁ ପଠାଯାଇଥିଲା। ବିଏଆର୍‌ସି ଏହା ନାଚୁରାଲ ୟୁରାନିୟମ୍‌ ବୋଲି ସ୍ପଷ୍ଟ କରିଛି। ଭାରତରେ ବିନା ଲାଇସେନ୍ସରେ ୟୁରାନିୟମ୍‌ ରଖିବା ବେଆଇନ। ଏହାର ଉଲ୍ଲଂଘନ କଲେ ଆଟମିକ୍‌ ଏନର୍ଜି ଆଇନ,୧୯୬୫ ବଳରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ପୋଲିସ ଉକ୍ତ ଆଇନର ଧାରା ୨୪(୧)(କ) ବଳରେ ଏକ ମାମଲା (ନଂ.୧୪/୨୧) ରୁଜୁ କରିଛି। ଏହା ପୂର୍ବରୁ ୨୦୧୬ରେ ଠାଣେ ପୋଲିସ ବେଆଇନ ୟୁରାନିୟମ୍‌ କାରବାରର ପର୍ଦ୍ଦାଫାଶ କରି ୨ ଜଣଙ୍କୁ ଗିରଫ କରିଥିଲା। ସେତେବେଳେ ଜବତ ହୋଇଥିବା ୮ କେ.ଜି. ୟୁରାନିୟମ୍‌ର ଆନୁମାନିକ ମୂଲ୍ୟ ୨୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଏଠାରେ ପ୍ରଶ୍ନ ଉଠେ ଆଣବିକ ପାଓ୍ବାର ପ୍ଲାଣ୍ଟରେ ବ୍ୟବହାର ହେଉଥିବା ରେଡିଓ ଆକ୍ଟିଭ୍‌ ମେଟାଲ ୟୁରାନିୟମ୍‌କୁ ବେଆଇନ ଭାବେ କିପରି ବିକ୍ରି କରାଯାଉଛି। ବିଶେଷଜ୍ଞଙ୍କ ମତରେ ଫିସିଲ୍‌ ଆଇସୋଟୋପ୍‌ ରହିତ ଡିପ୍ଲେଟେଡ୍‌ ୟୁରାନିୟମ୍‌ (ଡିୟୁ)କୁ କର୍କଟର ରେଡିଏଶନ ଥେରାପି ଏବଂ ରେଡିଓ ଆକ୍ଟିଭ୍‌ ସାମଗ୍ରୀ ପରିବହନରେ ମଧ୍ୟ ବ୍ୟବହାର କରାଯାଇଥାଏ। ସିଲ୍‌ଭର ଭଳି ଚକଚକିଆ ଧାତୁ ୟୁରାନିୟମ୍‌ର ଉଚ୍ଚ ସାନ୍ଧ୍ରତା ଯୋଗୁ ଏହାକୁ ବିମାନ ଓ ଅନ୍ୟ ଶିଳ୍ପ ଉପକରଣରେ ମଧ୍ୟ ବ୍ୟବହାର କରାଯାଏ।
ମନ୍‌ଖୁର୍ଦ୍ଦ ନିବାସୀ ଅବୁ ତାହିର ଚୌଧରୀଙ୍କ ବାପା ଜଣେ ସ୍କ୍ରାପ୍‌ ଡିଲର। ଦୁଇବର୍ଷ ତଳେ ସେ
ଏକ ଶିଳ୍ପ ଆବର୍ଜନା ଭର୍ତ୍ତି ଟ୍ରକ୍‌ କିଣିଥିଲେ। ସେଥିରୁ ସେ ଏହି ୟୁରାନିୟମ୍‌ ପାଇଥିଲେ ବୋଲି କୁହାଯାଉଛି। ସେତେବେଳେ ତାହିର ଏହାକୁ ଲୁଚାଇ ରଖିଥିଲେ ଏବଂ ଚଳିତ ଲକ୍‌ଡାଉନ୍‌ ବେଳେ ପାଣ୍ଡ୍ୟାଙ୍କ ସହ ଏହାକୁ ବିକିବା ପାଇଁ ଯୋଜନା କରିଥିଲେ। ଅନ୍‌ଲାଇନ୍‌ରେ ବିକ୍ରି ଉଦ୍ୟମ ବେଳେ ଉଭୟେ ଧରାପଡ଼ିଥିଲେ। ଦୁହଁିଙ୍କୁ ବୁଧବାର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ମେ’ ୧୨ ପର୍ଯ୍ୟନ୍ତ ଏଟିଏସ୍‌ ହାଜତକୁ ରିମାଣ୍ଡରେ ପଠାଇଥିବାବେଳେ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଥିବା ଏନ୍‌ଆଇଏ କେନ୍ଦ୍ର ସରକାରଙ୍କ ସୁପାରିସ କ୍ରମେ ଏହି ମାମଲା ହାତକୁ ନେଇଛି। ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ନାନା ସନ୍ଦେହ ବ୍ୟକ୍ତ କରାଯାଉଛି। ୧୯୯୩ ମୁମ୍ବାଇ ସିରିୟଲ ବ୍ଲାଷ୍ଟ ଭଳି ବିଧ୍ୱଂସକ କାର୍ଯ୍ୟରେ ଏହି ୟୁରାନିୟମ୍‌କୁ ବ୍ୟବହାର କରିବାକୁ ଯୋଜନା ଥିଲା କି ବୋଲି ଅନେକେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ଭାରତରୁ ୟୁରାନିୟମ୍‌ ଜବତ ହେବା ପରେ ଇସ୍‌ଲାମାବାଦ ଚିନ୍ତାବ୍ୟକ୍ତ କରିଛି। ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଜାହିଦ ହାଫିଜ୍‌ ଚୌଧରୀ ଶନିବାର ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ଆଣବିକ ସାମଗ୍ରୀଗୁଡ଼ିକର ନିରାପତ୍ତା ସମସ୍ତ ଦେଶର ସର୍ବୋଚ୍ଚ ପ୍ରାଥମିକତା ହେବା ଆବଶ୍ୟକ। ଏହାର ତଦନ୍ତ କରାଯାଉ ବୋଲି ସେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?