ପାଲଘର, ୯ା୫ : ମହାରାଷ୍ଟ୍ରର ପାଲଘରରୁ ଆସିଛି ଏକ ଭଲ ଖବର। ଦ୍ୱିତୀୟ ଲହରରେ ସ୍ବଳ୍ପ ବୟସ୍କଙ୍କ ମୃତ୍ୟୁ ହେଉଥିବାବେଳେ କୋଭିଡ୍-୧୯କୁ ହରାଇ ହସି ହସି ଘରକୁ ଫେରିଛନ୍ତି ୧୦୩ ବର୍ଷୀୟ ବୃଦ୍ଧ। ଜିଲା ମେଡିକାଲ ଅଧିକାରୀ ରବିବାର ସୂଚନା ଦେଇଛନ୍ତି।
ବୀରେନ୍ଦ୍ର ନଗର ଅଞ୍ଚଳର ଶାମରାଓ ଇଙ୍ଗଲେ କୋଭିଡ୍-୧୯ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି ଡିଷ୍ଟ୍ରିକ୍ଟ କଲେକ୍ଟୋରେଟ ପ୍ରବକ୍ତା କହିଛନ୍ତି। ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ, ବୃଦ୍ଧଙ୍କ ଶରୀର ମେଡିସିନକୁ ଶୀଘ୍ର ଗ୍ରହଣ କରିଥିଲା। ସେ ହସ୍ପିଟାଲ ଷ୍ଟାଫଙ୍କ ମଧ୍ୟ ସହଯୋଗ କରିଥିଲେ। ଡିସଚାର୍ଜ ବେଳେ ପାଲଘର କଲେକ୍ଟର ଡ. ମାନିକ ଗୁର୍ସାଲ ଓ ହସ୍ପିଟାଲ ଷ୍ଟାଫ ବୃଦ୍ଧଙ୍କୁ ଫୁଲତୋଡ଼ା ଦେଇଥିଲେ।